କରୋନାରେ ବାବାଙ୍କୁ ସାହାଯ୍ୟ କରିବା ପାଇଁ ପୁଣି ଥରେ ଆଗେଇ ଆସିଲେ ୟୁଟୁବର ଗୌରବ

ଗତ ବର୍ଷ ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ବାବା କା ଢ଼ାବା ଏବଂ ୟୁଟୁବର ଗୌରବ ବାସନଙ୍କ ମଧ୍ୟରେ ଝଗଡ଼ା ଶେଷରେ ସମାପ୍ତ ହେଲା । କରୋନା କାଳରେ ବହୁ ପରିଚିତ ବାବାଙ୍କ ଢ଼ାବା ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଥିଲା । ଶେଷରେ ମାଲିକ କାନ୍ତା ପ୍ରସାଦ ରୋଡ଼ ସାଇଡ ଠେଲା ଦୋକାନ ଆରମ୍ଭ କରିଥିଲେ । ଏହାକୁ ଦେଖି ଗୌରବ ନିଜକୁ ରୋକି ନପାରି ପୁଣିଥରେ ବଢ଼ାଇଛନ୍ତି ସାହାଯ୍ୟର ହାତ ।

ଅସୁବିଧା ସମୟରେ ଗୌରବ ଆସି ପୁଣି ଥରେ କାନ୍ତା ପ୍ରସାଦଙ୍କୁ ସାହାଯ୍ୟ କରିଥିଲେ । ଏହା ନ୍ୟାସନାଲ ନ୍ୟୁଜ ଚ୍ୟାନେଲରେ ଅନେକ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି କାନ୍ତା ପ୍ରସାଦ ଗୌରବଙ୍କ ମୁଣ୍ଡ ଉପରେ ହାତ ରଖି ତାଙ୍କୁ ଆଶିର୍ବାଦ ଦେବା ସହ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

775
pc: aajtak

ବାବା ଏତେ ଇମୋସନାଲ ହୋଇଯାଇଥିଲେ ଯେ, ଶେଷରେ ଗୌରବଙ୍କ ପାଦ ଧରିଥିଲେ । କହିଲେ ଯେ, ମୁଁ ଗୌରବଙ୍କ ପାଇଁ ଜୀବନ ମଧ୍ୟ ଦେଇ ପାରିବି । ଗୌରବ ପାଇଁ ମୋ ଢ଼ାବା ଫେମସ ହୋଇ ଚର୍ଚ୍ଚା ଘେରକୁ ଆସିଥିଲା । ଶେଷରେ ଗୌରବ ମଧ୍ୟ ନିଜ କଥା ରଖି କହିଲେ ଯେ, ଏବେ ସମସ୍ତଙ୍କୁ ସତ କଥା ଜଣାପଡିଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.