ପୁଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ୨୦୨୩ରେ ହେବ ସୌର ସୁନାମୀ ଏବଂ ପୃଥିବୀକୁ ଆସିବେ ଏଲିୟନ!

କେନ୍ୟୁଜ୍‌ : ଜ୍ୟୋତିଷାସ୍ତ୍ରବିତ୍‌ ଏବଂ ବୈଜ୍ଞାନିକମାନେ ଅନେକ ସମୟରେ ପୃଥିବୀ ଉପରେ ଥିବା ବିପଦ ବିଷୟରେ ଅନେକ ପ୍ରକାର ଆକଳନ କରିଥାନ୍ତି । କିନ୍ତୁ, ଆପଣ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବିଷୟରେ ଶୁଣିଥିବେ । ବୁଲଗେରିଆର ଏହି ଜଣାଶୁଣା ଭବିଷ୍ୟ ବକ୍ତା ଅତୀତରେ ଯାହା କହିଛନ୍ତି, ଅନେକାଂଶରେ କିଛି ସତରେ ପରିଣତ ହୋଇଛି । ବାବା ଭେଙ୍ଗା ମଧ୍ୟ ଆଗାମୀ ଦଶନ୍ଧୀ ଦଶନ୍ଧୀ ପାଇଁ ପୃଥିବୀକୁ ଆସୁଥିବା ବଡ଼ ବଡ଼ ବିପଦ ଉପରେ ଅନେକ ଭବିଷ୍ୟବାଣୀ ଦେଇଛନ୍ତି । ଏହାରି ଭିତରେ ସେ ୨୦୨୩ ବର୍ଷ ପାଇଁ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ଯହା ସମସ୍ତଙ୍କ ଭିତରେ ଭୟର ବାତାବରଣ ଖେଳେଇ ଦେଇଛି ।

୨୦୨୩ ପାଇଁ ବାବାଙ୍କ ଭବିଷ୍ୟବାଣୀ:

• ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ ପରୋକ୍ଷରେ ଋଷିଆ ଏବଂ ୟୁକ୍ରେନ ଯୁଦ୍ଧ ବିଷୟରେ କହିଛନ୍ତି । ତାଙ୍କ କହିବା କଥା ହେଲା ଗୋଟିଏ ବଡ଼ ଦେଶ ଲୋକଙ୍କ ଉପରେ ଜୈବିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବ। ଏହି ଭବିଷ୍ୟବାଣୀ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ଋଷ-ୟୁକ୍ରେନର ଯୁଦ୍ଧକୁ ଇଙ୍ଗିତ କରୁଛି ।
• ୨୦୨୩ ମସିହାରେ ସୌର ମଣ୍ଡଳରେ ଅସନ୍ତୁଳନ ଦେଖାଯିବ। ସୌର ତୋଫାନ ବା ସୌର ସୁନାମୀ ଆସିବ ଯାହା ଫଳରେ ଗ୍ରହମାନଙ୍କର ଚୁମ୍ବକୀୟ ଶକ୍ତିରେ ଏକ ବଡ଼ ପ୍ରଭାବ ପଡ଼ିବ ।
• ବାବା ଅନ୍ୟ ଏକ ଭବିଷ୍ୟବାଣୀ ଦେଇଛନ୍ତି ଯାହା ଯଦି ସତ ହୁଏ ପୃଥିବୀରେ ବହୁତ କ୍ଷତି ହେବ । ଧରାପୃଷ୍ଠକୁ ଏଲିୟନ ଆସିବେ ଏବଂ ପୃଥିବୀ ପୃଷ୍ଠ ପୁରା ଅନ୍ଧକାରରେ ଛାଇଯିବ । ଯାହାଫଳରେ ଅନେକ ଲୋକଙ୍କର ମୃତ୍ୟୁ ହେବ।
• ପରମାଣୁ ଶକ୍ତି କେନ୍ଦ୍ରରେ ବିସ୍ଫୋରଣ ହୋଇ ଏସିଆ ମହାଦେଶ ଉପରେ ବିଷାକ୍ତ ଧୂଆଁ ଛାଇଯିବ। ଯାହା ଫଳରେ ଅନେକ ଦେଶରେ ମାରାତ୍ମକ ରୋଗ ବ୍ୟାପିଯିବ ।
• ବାବା ଭେଙ୍ଗାଙ୍କ କହିବା ଅନୁସାରେ ୨୦୨୩ରେ ମଣିଷର ଜନ୍ମ ପ୍ରକ୍ରିୟାକୁୁ ମଣିଷ ନିଜେ କଣ୍ଟ୍ରୋଲ କରିବ ଏବଂ ଲାବ୍ରୋଟୋରୀରେ ମଣିଷର ଜନ୍ମ ହେବ ଯାହାର ରଙ୍ଗ,ବର୍ଣ୍ଣ,ଲିଙ୍ଗ,ଚର୍ମ କୁ ମଣିଷ ନିଜେ ସ୍ଥିର କରିବ । ପୁରା ଜନ୍ମ ପ୍ରକ୍ରିୟା ମଣିଷର ନିୟନ୍ତ୍ରଣରେ ରହିବ ।

ସତ ହୋଇଛି ଭେଙ୍ଗାଙ୍କ ଭବିଷ୍ୟବାଣୀ :

୨୦୨୨ ମସିହାରେ ଭେଙ୍ଗା ଦେଇଥିବା ୨ଟି ଭବିଷ୍ୟବାଣୀ ସତ ହୋଇଛି । ସେ କହିଥିଲେ କିଛି ଦେଶରେ ଜଳ ଉତ୍କଟ ଦେଖା ଦେବା ସହିତ କିଛି ଦେଶରେ ଜଳମଗ୍ନ ହୋଇଯିବ । ଏହା ସତ ମଧ୍ୟ ହୋଇଥିଲା । ପର୍ତ୍ତୁଗାଲ ଏବଂ ଇଟାଲୀର ଅଧିକାଂଶ ଅଞ୍ଚଳରେ ଜଳର ଭୀଷଣ ଅଭାବ ଦେଖାଦେଇଥିଲା । ଅନ୍ୟପଟେ ଅଷ୍ଟ୍ରେଲିଆ ଏବଂ ଏସିଆର କିଛି ଅଞ୍ଚଳରେ ଜଳ ବିଭୀଷିକା ଦେଖାଦେଇଥିଲା ।

କିଏ ଏହି ଭେଙ୍ଗା ବାବା:

ବାବା ଭେଙ୍ଗାଙ୍କର ଜନ୍ମ ୧୯୧୧ ମସିହା ବୁଲଗେରିଆରେ ହୋଇଥିଲା। ତାଙ୍କର ଅସଲି ନାମ ହେଉଛି ଭେଙ୍ଗେଲିୟା ଗୋସ୍ତେରୋଭା । ୧୨ ବର୍ଷ ବୟସରେ ନିଜର ଦୃଷ୍ଟି ଶକ୍ତି ହରାଇଥିବା ଏହି ବ୍ୟକ୍ତି ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ଅନେକାଂଶରେ ସତ ପ୍ରମାଣିତ ହୋଇଛି । କୌଣସି ବୈଦିକ ଶାସ୍ତ୍ର କିମ୍ବା ବିଜ୍ଞାନଶାସ୍ତ୍ରରେ ସେ ନୀପୁଣ ନହୋଇ ମଧ୍ୟ ଯାହା ଭବିଷ୍ୟବାଣୀ କରୁଛନ୍ତି ତାହା ସତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.