Below header

୨୦୨୩ ବେଳକୁ ବଦଳି ଯିବକି ଦୁନିଆ! ମଣିଷଙ୍କ ଶେଷ ଦିନ ଆସୁଛି ବୋଲି କହିଲେ ବାବା ବେଙ୍ଗା

ବିଶ୍ଵକୁ ନେଇ ଅନେକ ଭବିଷ୍ୟବାଣୀ ଆମେ ଶୁଣି ସାରିଲେଣି। ଯେମିତିକି କରୋନା ମହାମାରୀ ଏବଂ ଋଷ ୟୁକ୍ରେନ ଯୁଦ୍ଧ। ତେବେ ୨୦୨୩ କୁ ନେଇ ବାବା ବେଙ୍ଗା ଯେଉଁ ଭବିଷ୍ୟବାଣୀ କରିଛନ୍ତି ଆପଣ ଶୁଣିଲେ ହୁଏତ ମୁଣ୍ଡ କାମ କରିବା ବନ୍ଦ୍ କରିଦେବ। ବାବା ବେଙ୍ଗା ଭାରତ ପାଇଁ ଯାହା କହି ଯାଇଛନ୍ତି ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ। ଆସନ୍ତୁ ଜାଣିବା ବାବା ବେଙ୍ଗା ଭାରତକୁ ନେଇ କଣ କହିଛନ୍ତି …

ବାବା ବେଙ୍ଗା ଜଣେ ଭୀକ୍ଷୁ ଥିଲେ। ୟୁଗୁନ୍ ଗାଡିଆର ବାସିନ୍ଦା ଥିଲେ ବାବା। ୧୯୧୧ ରେ ଜନ୍ମ ଗ୍ରହଣ କରିଥିଲେ। ୧୨ ବର୍ଷ ବୟସରେ ସେ ନିଜ ଦୃଷ୍ଟି ଶକ୍ତି ହରାଇ ଥିଲେ। ହେଲେ ଭବିଷ୍ୟ ଦେଖିବାର ଶକ୍ତି ପାଇଥିଲେ। ଆଖିରେ କିଛି ଦେଖିପାରୁ ନଥିଲେ ହେଲେ ଭବିଷ୍ୟତରେ କୋଉଠି କଣ ଘଟିବ ସବୁ ଜାଣି ପାରୁ ଥିଲେ। ସୁନାମୀ କଥା ହେଉ କି ପାଣିପାଗ ପରିବର୍ତ୍ତନ କି ମହାମାରୀ, ସବୁକିଛି ପୂର୍ବରୁ ଅନୁଭବ କରିସାରିଥିଲେ ବାବା ବେଙ୍ଗା। ୧୯୯୬ ରେ ବାବା ବେଙ୍ଗାଙ୍କ ମୃତ୍ୟୁ ହୋଇଥିଲା।

ବାବା ବେଙ୍ଗାଙ୍କ କହିବା ଅନୁଯାୟୀ, ୨୦୨୩ ରେ ଭାରତ ସମେତ ଅନେକ ଦେଶରେ ଜଳ ସଙ୍କଟ ଦେଖାଯିବ। ସମୁଦ୍ର ନଦୀ ନାଳର ପାଣି ସବୁ ଦୂଷିତ ହୋଇଯିବ। ଏମିତିକି ପାଣି ଜମି ଯିବା କାରଣରୁ ଲୋକଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ। ଲୋକ ଘର ଦ୍ବାର ଛାଡ଼ିବେ। ଭାରତରେ ୫୦ଡିଗ୍ରୀ ରହିବ ଦିନର ତାପମାତ୍ରା। ତାପମାତ୍ରା ବଢ଼ିଲେ ଫସଲ ନଷ୍ଟ ହେବ। ଫସଲରେ ପୋକ ଜୋକ ଲାଗିଯିବେ। ଦେଶରେ ଅକାଳ ପଡ଼ିଯିବ।

ତା ସହ ଏକ ଘାତକ ଭାଇରସ ପୁଣି ଦୁନିଆକୁ କନ୍ଦାଇବ। ୨୦୨୨ ଶେଷ ଆଡ଼କୁ ଏହି ଭାଇରସ ପାଇଁ ସଂକ୍ରମଣ ଖୁବ୍ ବଢ଼ି ଚାଲିବ। ସ୍ବାସ୍ଥ୍ୟ ବ୍ୟବସ୍ଥା ଫେଲ ମାରିବ। ଲୋକ ପୋକ ମାଛି ଭଳି ମରି ଚାଲିବେ। ଟେକ୍ନୋଲୋଜି ଯେତେ ବଢ଼ିଲେ ବି କିଛି କାମ ଦେବନି। ହିନ୍ଦ୍ ମହାସାଗରରୁ ଉଠିବ ଏକ ବିରାଟ ସୁନାମୀ। ଯାହା ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ନ୍ୟୁଜିଲାଣ୍ଡ ଓ ଭାରତର କିଛି ଅଞ୍ଚଳକୁ ଧୋଇ ଦେବ। ଲକ୍ଷ ଲକ୍ଷ ଲୋକ ପାଣିରେ ଭାସି ମରିଯିବେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଭାରତ ଉପରେ ଏଲିୟନ୍ସ ଆକ୍ରମଣ କରିବେ। ଏଭଳି ଭବିଷ୍ୟବାଣୀ କରିଛନ୍ତି ବାବା ବେଙ୍ଗା।

Also Read: ଆନ୍ଧ୍ରରେ ୧୩ଟି ନୂଆ ଜିଲ୍ଲା ଗଠନ କଲେ ଜଗନ ମୋହନ ସରକାର, କହିଲେ-ଏବେ ଦୂର ହେବ ଲୋକଙ୍କ ସମସ୍ୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.