କଟକ: ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ, ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ୨୦୧୭ ମସିହା ନଭେମ୍ବର ମାସ ୨୦ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ଜଣେ ସ୍କଲ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଦୋଷୀ ଅନୁଜ ମଲ୍ଲିକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କଟକ ଆଡହକ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦେବାପାଇଁ ନିର୍ଦ୍ଦେଶ ରହିଛି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି କ୍ଷତିପୂରଣ ।

ପୀଡ଼ିତାକୁ ୧୮ ବର୍ଷ ହେବା ଯାଏ ଏହି ଟଙ୍କା ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଆକାରରେ ରହିବ । ୨୦୧୭ ମସିହା ନଭେମ୍ବର ମାସ ୨୦ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ସ୍କୁଲ ଯାଉଥିବା ବେଳେ ୧୦ ବର୍ଷୀୟା ନାବାଳିକାଙ୍କୁ ସିକ୍ୟୁରିଟି ଗାର୍ଡ ଥିବା ଅନୁଜ ମଲ୍ଲିକ ନିଜ ଘରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଏ ନେଇ ପୀଡ଼ିତା ମାଆଙ୍କ ଅଭିଯୋଗକ୍ରମେ ସଦର ଥାନାରେ ଏହି ଘଟଣାର ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୨ ଟି ତଥ୍ୟ ପ୍ରମାଣକୁ ଆଧାର କରି କଟକ ଆଡହକ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.