ଆସିଗଲା ବିବାହ ତାରିଖ…ଏହି ଦିନ ଆଲିଆଙ୍କ ହାତ ଧରିବେ ରଣବୀର କପୁର, ପୈତୃକ ଘରେ ହିଁ ହେବ ବାହାଘର

ଯେଉଁ ବିବାହକୁ ପୂରା ବଲିଉଡ୍‌ ଅପେକ୍ଷା କରିଛି, ଶେଷରେ ତା’ର ତାରିଖ ସାମ୍ନାକୁ ଆସି ଯାଇଛି। ରଣବୀର କପୁର ଓ ଆଲିଆ ଭଟ୍ଟ ଚଳିତ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଫ୍ୟାନମାନେ ଦୀର୍ଘ ଦିନରୁ ଏହି ଦୁଇଜଣଙ୍କ ବିବାହକୁ ଅପେକ୍ଷା କରି ରହିଥିଲେ। ଏବେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି।

ଏକ ମିଡିଆ ରିପୋର୍ଟ ମୁତାବକ, ରଣବୀର ଓ ଆଲିଆଙ୍କ ବିବାହ ଏପ୍ରିଲ ଦ୍ୱିତୀୟ ସପ୍ତାହ ଅର୍ଥାତ୍‌ ଏପ୍ରିଲ ୧୭ରେ ହେବ। କିନ୍ତୁ ଆପଣଙ୍କୁ କହି ରଖୁଛୁ, ଏହି ତାରିଖରେ ପରିବର୍ତ୍ତନ ବି ହୋଇପାରେ, ଯାହା ପଛର କାରଣ ଆଲିଆଙ୍କ ଅଜାଙ୍କ ସ୍ୱାସ୍ଥ୍ୟାବସ୍ଥା ବୋଲି କୁହାଯାଉଛି। ଯେଉଁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ହେବ, ସେହି ଦିନ କପଲ୍‌ ସାତ ଫେରା ନେବେ। ତେବେ ସେ ପର୍ଯ୍ୟନ୍ତ ବିବାହ ତାରିଖ ଏପ୍ରିଲ ୧୭ ହିଁ ଧାର୍ଯ୍ୟ କରାଯାଇଛି।

ତେବେ ପୂର୍ବରୁ ବି ଏହି କଥା ଖୁଲାସା ହୋଇ ସାରିଛି ଯେ ରଣବୀର ନିଜ ମାଆ, ବାପାଙ୍କ ଭଳି ବିବାହ କରିବାକୁ ଚାହୁଁଛନ୍ତି। ୧୯୮୦ ଜାନୁଆରୀ ୨୦ରେ ରିଷି କପୁର ଓ ନୀତୁ କପୁର ଆର୍‌କେ ହାଉସ୍‌ରେ ପରସ୍ପରକୁ ବିବାହ କରିଥିଲେ। ତେଣୁ ରଣବୀର ମଧ୍ୟ ଚେମ୍ବୁରସ୍ଥିତ କପୁର ପରିବାରର ପୈତୃକ ଘର ଆର୍‌କେ ହାଉସ୍‌ରେ ଆଲିଆଙ୍କୁ ବାହା ହେବାକୁ ଚାହୁଁଛନ୍ତି। େଓ୍ଵଡିଂ ସେରିମନିରେ ପାଖାପାଖି ୪୫୦ ଅତିଥି ସାମିଲ ହେବେ। ଏଥିରେ ପରିବାରର ନିକଟତମ ସମ୍ପର୍କୀୟମାନେ ଯୋଗଦେବେ। ବିବାହ ଉତ୍ସବ ୧ରୁ ୨ ଦିନ ଯାଏ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.