Below header

ପ୍ରତିଦିନ ମନ୍ଦିର ଗଲେ ଏହି ସବୁ ସଙ୍କଟରୁ ମିଳିବ ମୁକ୍ତି !

ମନ୍ଦିରର ଅର୍ଥ ହେଉଛି ମନ ଠାରୁ ଦୂର କୌଣସି ସ୍ଥାନ । ମନ୍ଦିରର ଅନ୍ୟ ଏକ ଅର୍ଥ ଘର ମଧ୍ୟ ହୋଇଥାଏ । ଦେବାଳୟ, ଶିବାଳୟ, ଜିନାଳୟ, ରାମଦ୍ବାର ଏବଂ ଗୁରୁଦ୍ବାର ଏ ସମସ୍ତର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଆଜିକାଲି ଦେଖିବାକୁ ମିଳିଛି ଘର ନିକଟରେ ମନ୍ଦିର ଥାଇ ମଧ୍ୟ ଲୋକମାନେ ବାହାରୁ ହାତ ଟେକି ଚାଲି ଯାଇଥାନ୍ତି । ଭାବିଥାନ୍ତି ବାସ୍ ଏତିକିରେ ଆମ କର୍ତ୍ତବ୍ୟ ଶେଷ ହୋଇଗଲା । ଆଉ ତର୍କ କରିଥାନ୍ତି ଯେ ମନ୍ଦିର ଭିତରକୁ ଯିବା କଣ ଆବଶ୍ୟକ, ମନରେ ଶ୍ରଦ୍ଧା ଥିବା ଦରକାର । ଯଦି ସେମିତି ହୋଇଥାଏ ତେବେ ମନ୍ଦିରର ଆବଶ୍ୟକତା କଣ ? କହିବାକୁ ଗଲେ ଏପରି କରୁଥିବା ବ୍ୟକ୍ତି ମନ୍ଦିର ପଛରେ ଥିବା ବିଜ୍ଞାନ ଏବଂ ଆଧ୍ୟାତ୍ମକୁ ଜାଣିନଥାନ୍ତି । ସମସ୍ତ ପ୍ରକାର ସଙ୍କଟରୁ ରକ୍ଷା କରିଥାଏ ମନ୍ଦିର । ଏହା ସହ ପ୍ରତିଦିନ ମନ୍ଦିର ଗଲେ ଅନେକ ଲାଭ ମଧ୍ୟ ମିଳିଥାଏ । ଆସନ୍ତୁ ଜାଣିବା କଣ ସେହି ସଙ୍କଟ ଏବଂ ଲାଭ ।

ଆକସ୍ମିକ ଘଟଣା ଏବଂ ଦୁର୍ଘଟଣା :
ଯଦି ଆପଣ ପ୍ରତିଦିନ ମନ୍ଦିର ଯାଉଛନ୍ତି ତେବେ ଆପଣ ଜୀବନରେ ଆସୁଥିବା ସେହିସବୁ ଘଟଣାରୁ ବଂଚିପାରିବେ ଯାହା ଆକସ୍ମିକ ହୋଇଥାଏ । ଯେପରିକି ଦୁର୍ଘଟଣା, ହତ୍ୟା, ଆତ୍ମହତ୍ୟା ଭଳି ନକାରାତ୍ମକତା ଆପଣଙ୍କ ଜୀବନରୁ ଦୂରରେ ରହିବ ।

ଭୂତ ପିଶାଚ :
ମନ୍ଦିର ଯାଉଥିବା ବ୍ୟକ୍ତିଙ୍କ ମନରେ ଭରପୁର ସକରାତ୍ମକତା ଏବଂ ଆଧ୍ୟତ୍ମିକ ବଳ ଥାଏ । ଯାହା ଫଳରେ ଉକ୍ତ ବ୍ୟକ୍ତିଙ୍କ ନିକଟକୁ କେବେ ବି ନକରାତ୍ମକ ଉର୍ଜ୍ଜା ଆସିପାରେନି । ଆପଣ ଏହି ଉର୍ଜ୍ଜାକୁ ଭୂତ, ପ୍ରେତ ବା ପିଶାଚ କହିପାରନ୍ତି ।

ଗ୍ରହ ବାଧା :
ଯଦି ଆପଣ ପ୍ରତିଦିନ ମନ୍ଦିର ଯାଉଛନ୍ତି ତେବେ ଆପଣଙ୍କ ଉପରେ କେବେ ବି ଗ୍ରହ ନକ୍ଷତ୍ରଙ୍କ ଖରାପ ପ୍ରଭାବ ପଡିବ ନାହିଁ ।

ରୋଗ :
ମନ୍ଦିର ଯାଇ ଆପଣ ବିଭିନ୍ନ ନିୟମ ପାଳନ କରିଥାନ୍ତି । ବ୍ରତ, ଉପବାସ ଏବଂ ପାଠରେ ବିଶ୍ବାସ କରିଥାନ୍ତି । ଭାବି ଚିନ୍ତି ଆହର ଗ୍ରହଣ କରିଥାନ୍ତି । ଯାହା ଆପଣଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।

ଦୁଃଖ ଏବଂ ଶୋକ :
ମନ୍ଦିର ଗଲେ ମନରେ ବିଶ୍ବାସ ଏବଂ ଆତ୍ମବଳର ସଂଚାର ହୋଇଥାଏ । ଯାହା ଦ୍ବାରା ମନରେ କୌଣସି ପ୍ରକାର ଦୁଃଖ ବା ଶୋକ ରହିନଥାଏ । ବ୍ୟକ୍ତି ଜଣକ ସର୍ବଦା ସମଭାବରେ ରହିଥାଏ । ସମଭାବ ଅର୍ଥାତ୍ ନା ଭାବନାରେ ବହିଯାଏ ନା କଠୋର ହୋଇଥାଏ । ସବୁ ପରିସ୍ଥିତି ତା ପାଇଁ ସମାନ ହୋଇଥାଏ ।

ଚିନ୍ତା :
ଅଧିକାଂଶ ଲୋକ ଅନାବଶ୍ୟକ ଭୟ ଏବଂ ଚିନ୍ତାରେ ରହିଥାନ୍ତି । ଆଉ ସବୁବେଳେ ଚିନ୍ତା ଏବଂ ଚାପରେ ରହିବା ଦ୍ବାରା ବିଭିନ୍ନ ରୋଗ ହୋଇଥାଏ । କିନ୍ତୁ ମନ୍ଦିର ଯାଉଥିବା ବ୍ୟକ୍ତିଙ୍କ ସହ ଏପରି ହୋଇନଥାଏ ।

ଗୃହକଳହ :
ପ୍ରତିଦିନ ମନ୍ଦିର ଯାଉଥିବା ବ୍ୟକ୍ତିଙ୍କ ମନ ଏବଂ ମସ୍ତିସ୍କରେ କଳହ କିମ୍ବା କ୍ରୋଧ ନଥାଏ । ଯଦି ଘରର କୌଣସି ସଦସ୍ୟ ପରସ୍ପର ସହ ଝଗଡା କରନ୍ତି ତେବେ ସେମାନେ ସହଜରେ ସମାଧାନ କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.