Below header

ଘାସରେ ନୂଆ ଡିଜାଇନ୍‌ର ବ୍ୟାଗ୍‌ ତିଆରି କଲେ ବେଙ୍ଗାଲୁରୁର ଏହି ଯୁବକ, କାନ୍ଧରୁ କାଢ଼ିବା ପରେ ହୋଇଯିବ ଡେସ୍କ

ଭାରତରେ ଟ୍ୟାଲେଣ୍ଟର ଅଭାବ ନାହିଁ। ପ୍ରତି ଗଳିରେ ଆପଣଙ୍କୁ ଟ୍ୟାଲେଣ୍ଟ ଦେଖିବାକୁ ମିଳିବ। ଏଥିମଧ୍ୟରୁ କିଛି ଟ୍ୟାଲେଣ୍ଟ ଲୋକଙ୍କ ସାମ୍ନାକୁ ଆସେ ତ ଆଉ କିଛି ପ୍ରତିଭା ବଣମଲ୍ଲୀ ଭଳି ମଉଳିଯାଏ। ଏଭଳି ଏକ ଟ୍ୟାଲେଣ୍ଟ ବେଙ୍ଗାଲୁରୁରେ ସାମ୍ନାକୁ ଆସିଛି, ଯାହା ଏବେ ଦେଶ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରକୃତ କଥାଟି ହେଉଛି ବେଙ୍ଗାଲୁରୁର ବାସିନ୍ଦା ୨୪ ବର୍ଷୀୟ ହିମାଂଶୁ ମୁନସେହବର ଦେଓରେ ଏକ ଏଭଳି ବ୍ୟାଗ୍‌ ତିଆରି କରିଛନ୍ତି ଯାହାକୁ ଆପଣ ଡେସ୍କ ଭଳି ମଧ୍ୟ ବ୍ୟବହାର କରିପାରିବେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ହିମାଂଶୁ ଏହାକୁ କପଡ଼ା କିମ୍ବା ଚମଡ଼ାରେ ନୁହେଁ ବରଂ ଘାସରେ ତିଆରି କରିଛନ୍ତି। ଅଧିକରୁ ଅଧିକ ପିଲାଙ୍କ ନିକଟରେ ଏହି ବ୍ୟାଗ୍‌ ପହଞ୍ଚାଇବାକୁ ହିମାଂଶୁ ଆଶା ରଖିଛନ୍ତି। ଜଣେ ଲୋକାଲ ଆଟିଷ୍ଟଙ୍କ ସହ ମିଶି ହିମାଂଶୁ ଏହି ବ୍ୟାଗ୍‌ ତିଆରି କରିଛନ୍ତି।

himanshu2

ଏହି ବ୍ୟାଗ୍‌ର ଓଜନ ୩ କିଲୋଗ୍ରାମ୍‌। ଉତ୍ତର ପ୍ରଦେଶରେ ମିଳୁଥିବା ସ୍ୱତନ୍ତ୍ର ମୁଞ୍ଜ ଘାସରେ ହିମାଂଶୁ ଏହି ବ୍ୟାଗ୍‌ ତିଆରି କରିଛନ୍ତି। ଏହାକୁ ତିଆରି କରିବା ପାଇଁ ସେ ବେଙ୍ଗାଲୁରୁରୁ ଉତ୍ତର ପ୍ରଦେଶ ଯାତ୍ରା କରିଥିଲେ। ହିମାଂଶୁ ଏବେ ବେଙ୍ଗାଲୁରୁର NICC International College of Design ରେ ପଢ଼ୁଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ହିମାଂଶୁ କହିଛନ୍ତି ସେ ପିଲାଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ। ଏଣୁ ଏଭଳି ହାଲକା ବ୍ୟାଗ୍‌ କମ୍‌ ଡେସ୍କ ତିଆରି କରିବା କଥା ଚିନ୍ତା କରିଥିଲେ। ଏବେ ହିମାଂଶୁ ଏହି ବ୍ୟାଗ୍‌କୁ ଆହୁରି ଭଲ କରିବାକୁ ଚେଷ୍ଟା ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.