ମୃତ୍ୟୁ ପରେ ବି ନିଜ ଉପସ୍ଥିତି ଜାହିର କରୁଛନ୍ତି ମୃତକ, ସମ୍ପର୍କୀୟ ସେୟାର କଲେ ଛାତି ଥରାଇଦେବା ଭଳି ଦୃଶ୍ୟ; ଦେଖନ୍ତୁ ଭିଡିଓ

ଭୂତପ୍ରେତଙ୍କ ଉପସ୍ଥିତିକୁ ନେଇ ଆଜି ବି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି। ସତରେ ଭୂତ ଅଛନ୍ତି ବୋଲି କେହି କେହି ବିଶ୍ୱାସ ମଧ୍ୟ କରୁଛନ୍ତି। ତେବେ ନିକଟରେ ହେନିଗଡ୍‌ ନାମକ ଜଣେ ବ୍ୟକ୍ତି ଘରେ ଲାଗିଥିବା ସିସି ଟିଭି କ୍ୟାମେରାରେ ଭୂତ ଦେଖିଥିବା ଦାବି କରିଛନ୍ତି। ହେନିଗଡ୍‌ କହିଛନ୍ତି ନିକଟରେ ତାଙ୍କ ଅଙ୍କଲଙ୍କର ଷ୍ଟେଜ୍‌ ୪ କ୍ୟାନସରରେ ଦେହାନ୍ତ ହୋଇଥିଲା। ଅଙ୍କଲଙ୍କ ମୃତ୍ୟୁ ପରେ ଘରେ ଆଣ୍ଟି ଏକୁଟିଆ ରହୁଥିବାରୁ ସେ ଘରେ ସିସିଟିଭି କ୍ୟାମେରା ଲଗାଇଥିଲେ।

ghost

କିନ୍ତୁ ଦିନେ ସେ କ୍ୟାମେରା ଚେକ୍‌ କରୁଥିବା ସମୟରେ ଦେଖିବାକୁ ପାଇଥିଲେ ଯେ ଯେଉଁ ଚେୟାରରେ ତାଙ୍କ ଅଙ୍କଲ ବସନ୍ତି ସେଠାରେ ଥିବା ଲ୍ୟାମ୍ପ ରାତି ଅଧରେ ହଠାତ୍‌ ଜଳି ଉଠୁଛି। ଏହି ଲ୍ୟାମ୍ପ ଲାଇଟ୍‌ ଜଳାଇବାକୁ ତଳେ ଥିବା ଏକ ସୁଇଚ୍‌ ଚିପିବାକୁ ପଡ଼ିଥାଏ। କିନ୍ତୁ ଘରେ କେହି ନଥିବା ବେଳେ ଏହି ଲାଇଟ୍‌ ଜଳିବା ତାଙ୍କୁ ଅଦ୍ଭୁତ ଲାଗିଥିଲା। ଏହି ଲାଇଟ୍‌ ଅନ୍‌ ହେବାକୁ ସେ ଅଙ୍କଲଙ୍କ ଆତ୍ମାର ଉପସ୍ଥିତିର ସଙ୍କେତ ବୋଲି କହିଛନ୍ତି। ଏହାର ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

My Uncle passed away from stage 4 cancer just over a week ago. My aunt has been staying with her parents but caught this a few days after his funeral. The light that turns on sits right above where my uncle would relax and would always want that that light on for his comfort. from r/Ghosts

ହେନିଗଡ୍‌ କହିଛନ୍ତି ଅଙ୍କଲ କ୍ୟାନସର ସହ ଲଢ଼ି ଲଢ଼ି ଶେଷରେ ହାରିଯାଇଥିଲେ। ତାଙ୍କ ମୃତ୍ୟୁ ପରେ ମଧ୍ୟ ଅଚାନକ ଘରର ଲାଇଟ୍‌ ୩୦ ସେକେଣ୍ଡ ପାଇଁ ଲିଭିଯାଇଥିଲା ଓ ପରେ ସ୍ୱାଭାବିକ୍‌ ଭାବେ ଜଳିବାକୁ ଲାଗିଥିଲା। ଅଙ୍କଲ ଏଭଳି ଆଲୋକ ମାଧ୍ୟମରେ ତାଙ୍କ ଉପସ୍ଥିତି ଜାହିର କରୁଥାଇପାରନ୍ତି ବୋଲି ହେନିଗଡ୍‌ କହିଛନ୍ତି। ଅନ୍ୟପଟେ ଆଉ କିଛି ଲୋକ ଏହାକୁ ଆକସ୍ମିକ ତଥା ଟେକ୍ନିକାଲ ଫଲ୍ଟ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.