Below header

ବାଙ୍କୀ ସାହାଡାପଦା ଗ୍ରାମରୁ ଆଠ ଫୁଟର ଅଜଗର ସାପ ଉଦ୍ଧାର, ଚାଲଣକାରୀ ଗିରଫ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ସାହାଡାପଦା ଗ୍ରାମରୁ ଜଣେ ବ୍ୟକ୍ତି ଏକ ଆଠ ଫୁଟିଆ ଅଜଗର ସାପକୁ ଧରି ବ୍ୟାଗରେ ଭର୍ତ୍ତି କରି ଯାଉଥିବା ସ୍ଥାନୀୟ ଲୋକ ଜାଣିବାକୁ ପାଇଥିଲେ । ଏହା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଏନେଇ ଖବର ଦିଆଯାଇଥିଲା। ସାପ ଧରିଥିବା ବ୍ୟକ୍ତି ଜଣକ କାଳେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ହୋଇଥିବେ ଭାବି ସ୍ଥାନୀୟ ଲୋକେ ବାଙ୍କୀ ଅଞ୍ଚଳର ସଦସ୍ୟଙ୍କୁ ଖବର ଦେବା ପରେ ସ୍ନେକହେଲ୍ପ ଲାଇନ ସଦସ୍ୟ ପହଁଚି ଏହି ବ୍ୟକ୍ତି ଜଣକ ଅଜଗର ସାପ ଚୋରି କରି ନେଇ ଯାଉଥିବାର ଜାଣିବାକୁ ପାଇଥିଲେ ।

ଏନେଇ ବାଙ୍କୀ ବନବିଭାଗର ବନପାଳଙ୍କୁ ଖବର ଦିଆଯାଇଥିଲା। ଖବରପାଇ ବନପାଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାପ ସହିତ ଧରି  ଅଟକ ରଖି ପଚରାଉଚରା କରିଛନ୍ତି। ଏକ ସାତ ଜଣିଆ ରାକେଟ ବାଙ୍କୀରେ ବୁଲି ବିଭିନ୍ନ ସ୍ଥାନରୁ ବଡ଼ବଡ଼ ଅଜଗର ଧରି ନେଇ ଚାଲାଣ କରୁଥିବାର ସନ୍ଦେହ କରାଯାଉଛି। ଅଭିଯୁକ୍ତର ଘର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗର ବନପାଳ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.