ବିଏମସିରେ ଚାକିରି କରାଇଦେବା ନାଁରେ ଠକେଇ: ପାଞ୍ଚ ଜଣଙ୍କ ଠାରୁ ପାଞ୍ଚଲକ୍ଷ ଟଙ୍କା ଠକି ନେବା ପରେ ଥାନାରେ ଏତଲା, ଅଭିଯୁକ୍ତ ଗିରଫ

ନୟାଗଡ଼: ବିଏମସିରେ ଚାକିରି କରାଇଦେବା ନାଁରେ ଠକେଇ। ପାଞ୍ଚ ଜଣଙ୍କ ଠାରୁ ପାଞ୍ଚଲକ୍ଷ ଟଙ୍କା ଠକି ନେବା ପରେ ଥାନାରେ ହୋଇଛି ଅଭିଯୋଗ। ପୋଷ୍ଟାଲରେ ନିଯୁକ୍ତି ପତ୍ର ପାଇ ଏହା ମିଥ୍ୟା ବୋଲି ଜାଣିବା ପରେ ନୟାଗଡ଼ର ଶରଣକୂଳ ଥାନାରେ ଅଭିଯୋଗ କରିିଥିଲେ ମୋନାଲି ପ୍ରିୟଦର୍ଶୀନି।

ଅଭିଯୋଗ ଆଧାରରେ ଅଭିଜିତ ପ୍ରଧାନ ଓ ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ମିଥ୍ୟା ପ୍ରମାଣ ପତ୍ର ଜାଣିବା ପରେ ଟଙ୍କା ମାଗିବାରୁ ଅଭିିଜିତ ଟଙ୍କା ଫେରାଇନଥିଲେ। ଫ୍ରଡମାଷ୍ଟର ଅଭିଜିତ ପ୍ରଧାନର ଘର ନୂଆଗାଁ ଥାନା ଅଞ୍ଚଳରେ ବୋଲି ଜଣାପଡିଛି। କେବଳ ନୟାଗଡ ନୁହେଁ, ଅନ୍ୟ ଜିଲ୍ଲାରେ ମଧ୍ୟ ବହୁ ଯୁବକଯୁବତୀଙ୍କୁ ଚାକିର କରେଇଦେବ ବୋଲି କହି ଲକ୍ଷାଧିକ ଟଙ୍କା ହଡପ କରିଥିବା ଜଣାପଡିଛି। ଶରଣକୁଳ ପୋଲିସ ଅଭିଜିତକୁ କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.