Below header

ବଡ଼ ଖବର ! ରାତିର ଅନ୍ଧକାରରେ ଚୀନ କରୁଛି ଯୁଦ୍ଧ ଅଭ୍ୟାସ, ଆଲର୍ଟ ରହିଛି ଭାରତ

ଭାରତ-ଚୀନ୍ ସୀମା ବିବାଦରେ ଯଦିଓ ଉଭୟ ଦେଶ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିବାକୁ ଦାବି କରୁଛନ୍ତି । କିନ୍ତୁ ଚୀନ୍ ସେନା ରାତିର ଅନ୍ଧକାରରେ କରୁଛି ଯୁଦ୍ଧ ଅଭ୍ୟାସ । ଏପଟେ ଉଭୟ ସୈନ୍ୟ ମଧ୍ୟ LAC ଉପରେ ସତର୍କ ଅଛନ୍ତି ।

ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ ଚୀନ୍ ସେନାର ତିବ୍ଦତ କମାଣ୍ଡ ଅଧିକ ଉଚ୍ଚକୁ ଯାଇ ସାମରିକ ଅଭ୍ୟାସ କରିଛି । ରିପୋର୍ଟ ଅନୁଯାୟୀ, ପିପୁଲ୍ସ ଲିବରେସନ୍ ଆର୍ମି (PLA) ୪୭୦୦ ମିଟର ଉଚ୍ଚତାରେ ଶତ୍ରୁ ଅଞ୍ଚଳରେ ପ୍ରବେଶ କରିବା ଅଭ୍ୟାସ କରିଥିଲା । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ରାତି ପ୍ରାୟ ଏକ ସମୟରେ ହୋଇଥିବା ଏହି ଅଭ୍ୟାସ ଏକ କଷ୍ଟଦାୟକ ପରିବେଶରେ ଅନ୍ଧକାରରେ ଆକ୍ରମଣ କରିବାର ଅଭ୍ୟାସ ଥିଲା ।

ଏହି ସମୟ ମଧ୍ୟରେ, ସମସ୍ତ ଯାନବାହନ ସେମାନଙ୍କର ଆଲୋକ ବନ୍ଦ କରିଦେଇଥିଲେ ଏବଂ ରାତ୍ରି ଦର୍ଶନ ଉପକରଣଗୁଡ଼ିକ ସାହାଯ୍ୟରେ ଯୁଦ୍ଧ ଅଭ୍ୟାସ କରାଯାଇଥିଲା । ଏହି ଅଭ୍ୟାସ ବିଷୟରେ ଚାଇନାର ସରକାରୀ ଟିଭିରେ ମଧ୍ୟ ପ୍ରସାରିତ ହୋଇଥିଲା । ଏହା ମଧ୍ୟରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛନ୍ତି ଯେ ଚୀନ୍ ସେନା ଭାରତୀୟ ଅଞ୍ଚଳରେ ପ୍ରବେଶ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଚୀନ୍ ସେନା ପୂର୍ବ ଲଦାଖରେ ବହୁ ସଂଖ୍ୟାରେ ପ୍ରବେଶ କରିଛି । ବର୍ତ୍ତମାନ ଭାରତ ମଧ୍ୟ ଚୀନ୍ ସେନାଠାରୁ ମୋର୍ଚ୍ଚା ନେବା ପାଇଁ ସମସ୍ତ ପଦକ୍ଷେପ ନେବା ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ ଗତ ଏକ ମାସ ଧରି ପୂର୍ବ ଲଦାଖର ପାର୍ବତ୍ୟ ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସୈନ୍ୟବାହିନୀ ବୃଦ୍ଧି ପାଇବାରେ ଲାଗିଛନ୍ତି । ଏହି ବିବାଦର ସମାଧାନ ପାଇଁ ସାମରିକ ଏବଂ କୂଟନୈତିକ ସ୍ତରରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.