ମଣିଷଙ୍କ ଭଳି ଏସ୍‌କେଲେଟରରେ ବୁଲୁଛି ପାରା, ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ଏମିତି ଭିଡିଓ ସେୟାର କରାଯାଇଥାଏ ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥାନ୍ତି। ଏବେ ସେହିଭଳି ଜୀବଜନ୍ତୁଙ୍କର ଏକ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଏସ୍‌କେଲେଟରରେ ବୁଲୁଥିବା ଏକ ପାରାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏସ୍‌କେଲେଟରରେ ଲୋକମାନେ ତଳକୁ ଓହ୍ଲାଉଥିବା ଦେଖାଯାଇଛି। ସେହି ସମୟରେ ଲୋକଙ୍କ ସହ ଏକ ପାରା ବି ଏସ୍‌କେଲେଟର ହ୍ୟାଣ୍ଡେଲରେ ବସି ବୁଲୁଛି।

ଦେଖନ୍ତୁ ଭିଡିଓ:

Video Courtesy: 1monkeyshort

ଭିଡିଓରେ ଆପଣ ଦେଖିପାରୁଥିବେ ପାରାଟି ଏସ୍‌କେଲେଟର ଉପରେ ବସି ଉପରୁ ତଳକୁ ଓହ୍ଲାଉଛି। ଭିଡିଓ ଦେଖିଲେ ଯେକେହି ବି ଭାବିବ ଯେ ପାରାଟି ଉଡ଼ିପାରୁନାହିଁ ବୋଧେ। ଭିଡିଓଟିକୁ ରେଡିଟ୍‌ରେ ସେୟାର କରାଯାଇଛି। ଏହାକୁ ଏବେ ଯାଏଁ ୪୭ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏଥିସହ ୭୦୦ରୁ ଅଧିକ କମେଣ୍ଟ ମିଳିଛି।

pigeon

ଭିଡିଓରେ ଅନେକ ମଜାଳିଆ କମେଣ୍ଟ ବି ଆସୁଛି। ଏଥିରେ ଜଣେ ୟୁଜର କମେଣ୍ଟ ଦେଇଛନ୍ତି ଯେ ‘ପାରାଟି ଭାରି ସୌଖୀନିଆ’। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ‘ଜଲଦି ଜଲଦି କାର୍ଡିଓ କରୁଛି। ଏମିତି କଲେ ସିକ୍ସ ପ୍ୟାକ୍‌ ବାହାରି ଆସିବ’। ଆଉ ଜଣେ ୟୁଜର ଲେଖିଛନ୍ତି ‘ମତେ ବିଶ୍ୱାସ ହେଉନି ଯେ ଏକ ପାରା ଏମିତି ବି ଭାବିପାରେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.