ସବୁଠୁ ବଡ ରସଗୋଲା, ଅନ୍ୟ କେଉଁଠି ନୁହେଁ ଆମ ଓଡିଶାରେ ମିଳୁଛି ଏହି ୨ କେଜିଆ ମିଠା

ଜଗତସିଂହପୁର (କେନ୍ୟୁଜ) : ରସଗୋଲା କଥା ପଡିଲେ ପାଟି ଲାଳେଇ ଯାଏ। ଯେ କେହି ହୁଅନ୍ତୁନା କାହିଁକି ରସଗୋଲା ହୋଇଥାଏ ସମସ୍ତଙ୍କ ପାଇଁ ନିଆରା। ରସଗୋଲାକୁ ନେଇ ଏବେ ଓଡିଶା ବେଶ ସରଗରମ ଥିବା ବେଳେ ରଥଯାତ୍ରାରେ ମହାପ୍ରଭୁ ନୀଳାଦ୍ରି ବିଜେ ଦିନ ମା ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମନାଇଥାନ୍ତି। ଜଗନ୍ନାଥ ସଂସ୍କୃତିର ଏହି ପରମ୍ପର। କାହିଁ କେତେ ଯୁଗର। କାହIର ପୁଅ ଟିଏ ହେଉ ବା ଝିଅଟିଏ ହେଉ ମିଠା ବଣ୍ଟା ଯାଏ ତାହା ପୁଣି ରସଗୋଲା। କୌଣସି ଶୁଭ କାମରେ ଗଲେ ମିଠାର ଆବଶ୍ଯକତା ଜରୁରୀ ହୋଇଥାଏ।

ସେହିପରି ରସଗୋଲାର ପ୍ରଚଳନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ। ସେ ପାହାଳର ରସଗୋଲା ହେଉ କି ସାଲେପୁରର ରସଗୋଲା ହେଉ ପ୍ରତେକ ସ୍ଥାନର ସ୍ୱାଦ ନିଆରା। ତେବେ ଆଜି ଆମେ ଆପଣଙ୍କୁ କହିବୁ ଓଡିଶାର ସବୁଠାରୁ ବଡ ରସଗୋଲା ବିଷୟରେ। ଆଜି ଆସନ୍ତୁ ବୁଲିଯିବା ସେହି ସବୁଠୁ ବଡ ରସଗୋଲା ତିଆରି ହେଉଥିବା ଦୋକାନକୁ। ଜଗତସିଂହପୁର ଜ଼ିଲ୍ଲାର ତାରାପୁର ଠାରେ ରାଜ୍ଯର ସବୁଠାରୁ ବଡ ରସଗୋଲା ମିଳୁଛି। ରଘୁନାଥପୁର ବ୍ଲକ ତାରାପୁରରେ ପ୍ରହଲାଦ ସାହୁ ଙ୍କ ବାବା ଗୋରେଖନାଥ ଶକ୍ତି ମିଠା ଦୋକାନରେ ,୧କେଜି ,୨ କେଜି ,୫୦୦ ଗ୍ରାମ ୨୫୦ ଗ୍ରାମ ର ରସଗୋଲା ମିଳୁଛି ଏହି ଦୋକାନରେ। ତାହା ପୁଣି ଖାଲି ଏଇଠି ହୋଇ ରହି ନାହିଁ ଓଡିଶା ଓ ଓଡିଶା ବାହାରକୁ ଓ ବିଦେଶକୁ ସପ୍ଲାଇ ହେଉଛି।

ଓଡିଶାର ରାଉଲକେଲା,ତାଳଚେର,କଟକ,ଭୁବନେଶ୍ୱର,ଅନୁଗୋଳ, ବାଲେଶ୍ୱର,ଢେଙ୍କାନାଳ ସହିତ ଓଡିଶା ବାହାରକୁ ଯେମିତିକି ଗୁଜୁରାଟ,ଦିଲ୍ଲୀ,ମୁମ୍ବାଇ ସହ ବିଦେଶର ସାଉଦି ଆରବ,ଦୁବାଇ ,କତାର ,ଦୋହା ,ଆଦି ସ୍ଥାନ ମାନଙ୍କୁ ଏହି ବଡ ମିଠା ସପ୍ଲାଇ ହେଉଛି। ତେବେ ସବୁ ସମୟରେ ୧କେଜି ୫୦୦ ଗ୍ରାମ ଏବଂ ୨୫୦ ଗ୍ରାମ ରସଗୋଲା ମିଳୁଥିବା ବେଳେ ୨ କେଜି ରସଗୋଲା କେବଳ ବରାଦ ମୁତାବକ ତିଆରି କରାଯାଏ। ୧କେଜି ମିଠାର ଦାମ ୧୦୦ ଟଙ୍କା ଥିବା ବେଳେ ୫୦୦ ଗ୍ରାମକୁ ୫୦ ଟଙ୍କାରେ ବିକ୍ରି କରାଯାଏ। ଏହା ଛଡା ୩୦ ଓ ୨୦ ଟଙ୍କିଆ ରସଗୋଲା ମଧ୍ୟ ମିଳୁଛି, ଯାହା ଅନ୍ଯ ସ୍ଥାନ ମାନଙ୍କ ଅପେକ୍ଷା ଶସ୍ତା ହୋଇପାରିଛି ଯାହା ଦ୍ୱାରା ବଡ ମିଠାର ଚାହିଦା ବଢିଛି।

rasogolaପ୍ରହଲାଦ ସାହୁ ଓ ତାଙ୍କ ଦୁଇ ପୁଅ ତପନ ଓ ମହେନ୍ଦ୍ର ସାହୁ ଏହି ବ୍ଯବସାୟରେ ମନଦେଇଥିଲେ। ୧୮ ବର୍ଷ ତଳେ ଆରମ୍ଭ କରିଥିବା ଏହି ମିଠା ଦୋକାନ ଏବେ ବେଶ ପରିଚିତ। ଏହି ବ୍ଯବସାୟରେ ନିଜେ ଚଳିବା ସହିତ ଆହୁରି ୨୦ ଜଣଙ୍କୁ ରୋଜଗାର ଦେଇଛନ୍ତି ପ୍ରହଲାଦ ସାହୁ। ଦୋକାନରେ ଏହି ରସଗୋଲା ପ୍ରସ୍ତୁତି ପାଇଁ ଛେନା ଚିନି ସୁଜି ଗୁଜୁରାତି ,କାଜୁ ,କେଶର ,ଆଦି ବ୍ଯବହାର କରାଜିଥାଏ ,ରସଗୋଲା କୁ ଅଧିକ ଦିନ ରଖିବା ପIଇଁ ଛେନା କୁ ଚାପ ଦିଆଯାଇ ରଖାଯାଏ ପରେ ଏକ ସ୍‌ୱତ୍ୱନ୍ତ ପଦ୍ଧତିରେ ତିଆରି କରାଯାଏ ଯାହା ଦ୍ୱାରା ଏହାର ସ୍‌ୱାଦ ଅନ୍ଯ ମାନଙ୍କଠାରୁ ଭିନ୍ନ । ବିଦେଶକୁ ଟିଣ ଡବାରେ ପ୍ଯାକିଂ କରାଯାଇ ପଠାଯାଇଥାଏ ଯାହା ନଷ୍ଟ ହୋଇ ନଥାଏ । ଏହି ରସଗୋଲାର ସ୍‌ୱାଦ ଭିନ୍ନ ଏଥିନେଇ ଗ୍ରIହକ ମାନେ ବି ବେଶ ଖୁସି ବ୍ଯକ୍ତ କରିଛନ୍ତି।

ରାଜ୍ଯରେ ବେଶ ନାମ କରିପାରିଛି ଏହି ବଡ ରସଗୋଲା। ରସଗୋଲା ଫେଷ୍ଟିଭାଲରେ ପାଇଛନ୍ତି ମାନପତ୍ର ଓ ପୁରସ୍କIର। ଏବେ ଚର୍ଚାକୁ ଆସିଛି ପ୍ରହଲାଦ ସାହୁ ଙ୍କ ମିଠା ଦୋକାନ,ଏହା ଛଡା ଛେନାପୋଡ଼ ,ଛେନା ଝିଲି ,ରର୍ସାବଳୀ,ଗୋଲାପଜIମୁ,ଓ ଆହୁରି ନାଏକ ମିଠା ପ୍ରସ୍ତୁତ ହୋଇଥାଏ ଏହି ଦୋକାନରେ ,ପ୍ରହଲାଦ ସାହୁ ଙ୍କ ବଡ ରସଗୋଲା ଏବେ ଜଗତସିଂହପୁର ଜ଼ିଲ୍ଲାଙ୍କୁ ପରିଚିତ କରିଛି ଓଡ଼ିଶI ଓ ଓଡିଶା ବାହାରେ ,ଜଗନ୍ନାଥ ସଂସ୍କୁତିକୁ ବଜାୟ ରଖି ରସଗୋଲା ବାଦ ବିବାଦକୁ ପଛରେ ପକାଇ ଜଗତସିଂହପୁର ତାରାପୁର ର ବଡ଼ ରସଗୋଲା ଆଗକୁ ଦେଶ ବିଦେଶରେ ସୁନାମ ଆଣିବା ବୋଲି ଆଶା ରଖିଛନ୍ତି ପ୍ରହଲାଦ ସାହୁ ଓ ଜଗତସିଂହପୁର ବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.