ବ୍ୟକ୍ତି ଗାଡିରେ ଲଗାଇଲେ କୁକୁର ଆବାଜ ହର୍ଣ୍ଣ, ଶବ୍ଦ ଶୁଣି ଭୟରେ ଡେଇଁଲେ ରାସ୍ତାରେ ଯାଉଥିବା ଯୁବକ 

ସୋସିଆଲ ମିଡିଆରେ ଅନେକ ଫନି ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ବି ହସି ହସି ବେଦମ ହୋଇଯିବେ। ଏଥର ଏମିତି ହିଁ ଏକ ଭିଡିଓ ଇନଷ୍ଟ୍ରାଗ୍ରାମ ରିଲରେ ଧମାଲ ମଚାଉଛି। ଜଣେ ବ୍ୟକ୍ତି ନିଜ ଗାଡିରେ କୁକୁର ଆବାଜର ହର୍ଣ୍ଣ ଲଗାନ୍ତୁ। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ପଛରେ ସେ ଗାଡି ନେଇ ହର୍ଣ୍ଣ ବଜାଇଲେ ଯାହାପରେ ବ୍ୟକ୍ତି ଡରିମରି ଡେଇଁପଡିଲେ। ଅରବାଜ ଖାନ୍‌ ନାମକ ଜଣେ ବ୍ୟକ୍ତି ନିଜର ଇନଷ୍ଟାଗ୍ରାମ ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି। ତେବେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ପାଦରେ ଚାଲି ଚାଲି ଯାଉଛନ୍ତି। ଆଉ ଠିକ୍‌ ସେତିକିବେଳେ ଏକ ସ୍କୁଟି ନେଇ ଜଣେ ବ୍ୟକ୍ତି ହର୍ଣ୍ଣ ଦେଉଛନ୍ତି। କିନ୍ତୁ କୁକୁର ଆବାଜର ଏହି ହର୍ଣ୍ଣ ଶୁଣି ଚାଲି ଚାଲି ଯାଉଥିବା ବ୍ୟକ୍ତି ଭୟରେ ଶୂନ୍ୟରେ ଡେଇଁପଡିଲେ। ତାପରେ ଚପଲ ବାହାର କରି ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ମାରିବାକୁ ଲାଗିଲେ।

ତେବେ ଏହି ଭିଡିଟି ସେୟାର ହେବା ମାତ୍ରକେ ଖୁବ୍‌ ସେୟାର ହୋଇଥିଲା। ଯାହାକୁ ଲୋମାନେ ବହୁତ ପସନ୍ଦ କରିବା ସହିତ ଭିଡିଓରେ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି।

 

View this post on Instagram

 

Khopadi thode saale ke #arbaazkhanoffical

A post shared by ARBAAZ KHAN ( ارباز ) (@arbaazkhanoffical) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.