Below header

ଅର୍ଜୁନ ପୁରସ୍କାର ପାଇଁ ୨୯ ଖେଳାଳିଙ୍କ ନାଁ ସୁପାରିସ

ଆଜି ସକାଳ ସମୟରେ ରାଜୀଭ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ନେଇ ଚାରି ଜଣ କ୍ରୀଡ଼ାବିତଙ୍କ ନାମ ସୁପାରିସ କରାଯାଇଥିବା ବେଳେ ଆଜି ଅର୍ଜୁନ ପୁରସ୍କାର ନେଇ ୨୯ ଜଣଙ୍କ ନାଁ ସୁପାରିସ ହୋଇଛି । ମଙ୍ଗଳବାର କ୍ରୀଡା ମନ୍ତ୍ରାଳୟ ତରଫରୁ ଗଠନ କରାଯାଇଥିବା ଚୟନକାରୀ କମିଟି ୨୯ ଜଣ କ୍ରୀଡ଼ାବିତଙ୍କ ନାଁ ସୁପାରିସ କରିଛନ୍ତି । ଏମାନଙ୍କ ମଧ୍ୟରେ ଓଡିଶାରୁ ତିନି ଜଣ ଖେଳାଳି ଥିବା ବେଳେ ଭାରତୀୟ କ୍ରିକେଟ ଟିମର ଅଭିଜ୍ଞ ପେସ ବୋଲର ଇଶାନ୍ତ ଶର୍ମାଙ୍କ ନାଁ ରହିଛି । ଏମାନଙ୍କୁ ପୁରସ୍କାର ମିଳିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିବା ବେଳେ କେବଳ ମାତ୍ର ବିଦ୍ଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି ।

ଅର୍ଜୁନ ପୁରସ୍କାର ତାଲିକାରେ ରିକର୍ଭ ତୀରନ୍ଦାଜ ଅତନୁ ଦାସ, ମହିଳା ହକି ଖେଳାଳି ଦୀପିକା ଠାକୁର, କ୍ରିକେଟର ଦୀପକ ହୁଡ଼ ଓ ଟେନିସ ଖେଳାଳୀ ଦିବିଶ ଶରଣ ପ୍ରମୁଖ ଅଛନ୍ତି । କହିରଖିବା ଉଚିତ ହେବ ଯେ, ଦ୍ରୁତ ପେସ ବୋଲର ଇଶାନ୍ତ ଭାରତ ପକ୍ଷରୁ ୯୭ଟି ଟେଷ୍ଟ ମ୍ୟାଚ ଓ ୮୦ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଏକଦିବସୀୟରେ ସେ ମୋଟ ଭାବେ ୧୧୫ଟି ଵିକେଟ ନେଇଥିବା ବେଳେ ଟେଷ୍ଟରେ ୨୯୬ ଵିକେଟ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.