Below header

ଇଲେକ୍ଟିକ୍‌ ତାରରେ ଫସି ମରଣ ସହ ଲଢ଼ୁଥିଲା ପକ୍ଷୀ, ହେଲିକପ୍ଟରରେ ଏମିତି ଜୀବନ ବଞ୍ଚାଇଲେ ଉଦ୍ଧାରକାରୀ ଦଳ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ନୂଆ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ, ଯାହା ଲୋକଙ୍କ ମନକୁ ଛୁଇଁଯାଏ। ଏବେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ଇଲେକ୍ଟ୍ରିକ୍‌ ତାରରେ ଫସିଥିବା ପକ୍ଷୀକୁ ବଞ୍ଚାଇବା ପାଇଁ ହେଲିକପ୍ଟରରେ ରେସକ୍ୟୁ ଅପରେସନ୍‌ ହେଉଥିବା ଦେଖାଯାଇଛି। ଏକ ପକ୍ଷୀକୁ ବଞ୍ଚାଇବାକୁ ଉଦ୍ଧାରକାରୀ ଦଳର ପ୍ରଚେଷ୍ଟାକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ଏକ ସିଗଲ ପକ୍ଷୀ ଇଲେକ୍ଟ୍ରିକ୍‌ ତାରରେ ଫସିଯାଇଛି। ଏହା ଜାଣିବା ପରେ ଉଦ୍ଧାରକାରୀ ଦଳ ହେଲିକପ୍ଟରରେ ପକ୍ଷୀ ପାଖରେ ପହଞ୍ଚୁଛି। ପରେ ଜଣେ ଉଦ୍ଧାରକାରୀ ହେଲିକପ୍ଟରର ତଳ ପଟେ ଥିବା ରେଲିଂରେ ବସି ଅତି ସାବଧାନତାର ସହ ପକ୍ଷୀ ପାଖରେ ପହଞ୍ଚୁଛନ୍ତି। ସେ ପକ୍ଷୀକୁ ତାରକୁ ବାହାର କରି ବ୍ୟାଗ୍‌ରେ ପୂରାଉଛନ୍ତି ଓ ହେଲିକପ୍ଟରରେ ବସି ଫେରି ଆସୁଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ jatts gallery ଆକାଉଣ୍ଟରୁ ଏହି ଭିଡିଓଟି ସେୟାର କରାଯାଇଛି। ଭିଡିଓରେ ଏବେ ଯାଏଁ ୨୩ ହଜାରରୁ ଅଧିକ ଲୋକ ଲାଇକ୍‌ ଦେଇଥିବା ଜଣାଯାଇଛି। ତେବେ ଏକ ସାଧାରଣ ପକ୍ଷୀକୁ ବଞ୍ଚାଇବା ପାଇଁ ଉଦ୍ଧାରକରୀ ଦଳ ହେଲିକପ୍ଟର ବ୍ୟବହାର କରିବା ଓ ନିଜ ଜୀବନକୁ ବାଜିରେ ଲଗାଇବାକୁ ସମସ୍ତ ଖୁବ୍‌ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.