ପତ୍ନୀଙ୍କ ସହ ଝଗଡା କରି ଗୁଗୁଲ ମ୍ୟାପ ଉଦ୍ଭାବନ କରିଥିଲେ ସୁନ୍ଦର ପିଚାଇ

କୌଣସି ଅଜଣା ସ୍ଥାନକୁ ଯିବାଆସିବା ଏବେ ଖୁବ ସହଜ ହୋଇଗଲାଣି । କୌଣସି ବି ଦେଶରେ, କୌଣସି ବି ସହରରେ ଖୁବ ସହଜରେ ଆପଣ ଏକ ସ୍ଥାନକୁ ଖୋଜି ପାଇପାରୁଛନ୍ତି । ବିଶ୍ୱର କୋଣ ଅନୁକୋଣକୁ ଖୁବ ସହଜରେ ଯା ଆସ କରିହେଉଛି । କେଉଁ ରାସ୍ତାରେ ଯିବାକୁ ହେବ, କେଉଁ ରାସ୍ତା ଖୋଲା ଅଛି, କେଉଁ ରାସ୍ତା ବନ୍ଦ ଅଛି ସେବାବଦରେ ବି ଖୁବ ସହଜରେ ଜାଣିହେଉଛି । ଏଗୁଡିକ କେମିତି ଏତେ ସହଜରେ ହୋଇପାରୁଛି କେବେ ଭାବିଛନ୍ତିକି । ଏହି ଅସମ୍ଭବ ଆଜି ସମ୍ଭବ ହୋଇପାରିଛି କେବଳ ମାତ୍ର ଗୁଗୁଲ ମାପ ପାଇଁ ।  ଯାହାଦ୍ୱାରା ଆମେ କୌଣସି ବି ଅସୁବିଧାରେ ନପଡ଼ି ଆମେ ସଠିକ ଠିକଣାରେ ଠିକ ସମୟରେ ପହଞ୍ଚିପାରୁ । କିନ୍ତୁ ଜାଣନ୍ତି କି ଏହି “ଗୁଗୁଲ ମ୍ୟାପ”ର ଜନକ କିଏ ବୋଲି । ଆଉ କେହି ନୁହନ୍ତି ସେ ହେଉଛନ୍ତି ଗୁଗୁଲର ସିଇଓ ସୁନ୍ଦର ପିଚାଇ । ଯିଏକି ଏବେ ଆଲ୍ଫାବେଟ( Alphabet Inc )ର ସିଇଓ ଅଛନ୍ତି । କହିରଖିବା ଉଚିତ ହେବକି Google ପରି ବଡ଼ ବଡ କମ୍ପାନୀ ଆଲ୍ଫାବେଟ କମ୍ପାନୀର ସବସିଡାରୀ କମ୍ପାନୀ ଅଟନ୍ତି ।

 

sundar pichai

pic credit: Postoast

କିନ୍ତୁ ସୁନ୍ଦରଙ୍କ ମୁଣ୍ଡକୁ ମ୍ୟାପ ପ୍ରସ୍ତୁତ କରିବା ଆଇଡ଼ିଆ କେମିତି ଆସିଲା, ସେ କାହିଁକି ଏନେଇ ନିଷ୍ପତ୍ତି ନେଲେ ସେବାବଦରେ ବି ଏକ କାହାଣୀ ରହିଛି । ଏ ହେଉଛି ୨୦୦୪ ମସିହା କଥା । ସେ ସମୟରେ ସୁନ୍ଦର ଆମେରିକାରେ ରହୁଥାନ୍ତି । ତାଙ୍କର ଜଣେ ଚିନ୍ହା ପରିଚିତ ବ୍ୟକ୍ତି ତାଙ୍କୁ ଆଉ ତାଙ୍କ ସ୍ତ୍ରୀଙ୍କୁ ରାତ୍ରିଭୋଜନ ପାଇଁ ଡାକିଥିଲେ । ସୁନ୍ଦର ନିଜ ପତ୍ନୀଙ୍କ ସହ ସେଠାକୁ ଯିବେ ବୋଲି ସ୍ଥିର କରିଥିଲେ । ଦୁହେଁ ପତିପତ୍ନୀ ମିଶି ଏକ ପ୍ଲାନ ପ୍ରସ୍ତୁତ କରିଥିଲେ । ଅଫିସ ଥିବାରୁ ଅଫିସରୁ ସିଧାସଳଖ ସେଠାରେ ପହଂଚିବେ ବୋଲି ସ୍ଥିର ହୋଇଥିଲା । ଡ଼ିନର ପ୍ରୋଗ୍ରାମ ସନ୍ଧ୍ୟା 8 ଟାରେ ଥିବାରୁ ପତ୍ନୀ ଅଞ୍ଜଳି ନିଜ କାର ଜରିଆରେ ଯଥା ସମୟରେ ସେଠାରେ ପହଞ୍ଚି ଯାଇଥିଲେ । ଆଉ ଯଥା ସମୟରେ ସୁନ୍ଦର ବାହାରିଥିଲେ ସୁଦ୍ଧା ଅନ୍ୟ କାମ ପାଇଁ ସେଠାରେ ପହଂଚୁ ପହଂଚୁ ପାଖାପାଖି ରାତି ୧୦ଟା ବାଜିଯାଇଥିଲା । ପତ୍ନୀ ଡିନର କରି ସେଠାରୁ ବାହାରି ଯାଇଥିବା ବେଳେ ଘଟଣାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଜୋରଦାର ଝଗଡା ହୋଇଥିଲା । ରାତି ବିତେଇବା ପାଇଁ ସୁନ୍ଦର ଅଫିସ ଫେରି ଯାଇଥିଲେ । ଆଉ ଏହି ସମୟରେ ସୁନ୍ଦରଙ୍କ ମନକୁ ଆସିଥିଲା ସେ ଯେମିତି ରାସ୍ତା ଭୁଲିଗଲେ ଠିକ ସେମିତି ଅନେକେ ହୁଏତ ଅସୁବିଧାର ସାମ୍ନା କରୁଥିବେ । ବାଟ ଭୁଲି ଯାଉଥିବେ । ଠିକଣା ସ୍ଥାନରେ ପହଂଚି ପାରୁନଥିବେ ।

ଏମିତି କିଛି ଭାବୁ ଭାବୁ ସୁନ୍ଦରଙ୍କ ମୁଣ୍ଡକୁ ଏକ ଅଜବ ଆଇଡ଼ିଆ ଆସିଲା । ଭାବିଲେ ଯଦି ଏକ ମ୍ୟାପ କରାଯାଏ ତେବେ ହୁଏତ ଏହା ସାହାଯ୍ୟରେ ଲୋକଙ୍କୁ ଆଉ ଏତେଟା ଅସୁବିଧା ହେବ ନାହିଁ । ପରଦିନ ସୁନ୍ଦର ନିଜ ପୁରା ଟିମ ଆଗରେ ମ୍ୟାପ ବନେଇବା ଆଇଡ଼ିଆ ରଖିଥିଲେ । ସୁନ୍ଦରଙ୍କ ଏହି ଅଜବ ଯୁକ୍ତି ଉପରେ ତାଙ୍କ ଟିମର ଭରସା ନଥିଲା । କିନ୍ତୁ ପରେ ସୁନ୍ଦର ନିଜ ଟିମକୁ ଏହା ପ୍ରତି ଆକୃଷ୍ଟ କରିଦେଇଥିଲେ । ଶେଷରେ ପୁରା ଟିମ ଦିନ ରାତି ପରିଶ୍ରମ କରି ପରବର୍ଷ ଅର୍ଥାତ ୨୦୦୫ରେ ମ୍ୟାପ ପ୍ରସ୍ତୁତ କରି ଆମେରିକାରେ ଲଞ୍ଚ କରିଥିଲେ । ଏହାକୁ ୨୦୦୬ରେ ଇଂଲଣ୍ଡ ଓ ୨୦୦୮ ରେ ଭାରତରେ ଲଞ୍ଚ କରାଯାଇଥିଲା ।  ଆଉ ଏବେ ପୁରା ବିଶ୍ୱ ସଠିକ ରାସ୍ତା ଜାଣିବା ପାଇଁ ଏହି ଗୁଗୁଲ ମ୍ୟାପର ବ୍ୟବହାର କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.