ମହିଳା ନିଜ ପିଲା ଭଳି ହରିଣକୁ କରାଉଛନ୍ତି ସ୍ତନ୍ୟପାନ, ଫଟୋ ଦେଖି ଭାବବିହ୍ଵଳ ହେଉଛନ୍ତି ଲୋକେ

ଏବେ ସୋସିଆଲ ମିଡିଆରେ ଏକ ଭାବବିହ୍ଵଳ ଫଟୋ ହେଉଛି ଭାଇରାଲ, ଜଣେ ମହିଳା ନିଜ ପିଲା ଭଳି ହରିଣକୁ କରାଉଛନ୍ତି ସ୍ତନ୍ୟପାନ
ସୋସିଆଲ ମିଡିଆରେ ଏବେ ଏକ ଏମିତି ଫଟୋ ଭାଇରାଲ ହେଉଛି ଯାହାକୁ ଯେ କେହିବି ଦେଖିଲେ ଭାବବିହ୍ଵଳ ହୋଇପଡିବ। କାରଣ ଏହି ଫଟୋ ମଶିଷର ମାନବିକତାକୁ ଦର୍ଶାଇଛି। ଫଟୋରେ ଜଣେ ଗ୍ରାମୀଣ ପରିବେଶର ମହିଳା ଏକ ହରିଣ ଛୁଆକୁ ଛୋଟ ପିଲା ଭଳି ଏମିତି ସ୍ତନ୍ୟପାନ କରାଉଛନ୍ତି ଯେମିତି ସେ ପଶୁର ଛୁଆ ନୁହେଁ ମଣିଷର ଛୁଆ। ମହିଳାଙ୍କର ପଶୁର ପିଲା ପ୍ରତି ଏମିତି ପ୍ରେମ ଏବଂ ଭଲପାଇବା ଦେଖି ସମସ୍ତେ ଏହି ଘଟଣାକୁ ନେଇ ଚର୍ଚ୍ଚା କରୁଛନ୍ତି।
ଭାରତୀୟ ବନସେବାର ଅଧିକାରୀ ପ୍ରବୀଣ କାସଓ୍ଵାନ ନିଜ ଟ୍ଵିଟରରେ ଏହି ଫଟୋକୁ ସେୟାର କରିଛନ୍ତି। ଏହାକୁ ସେୟାର କରିବା ମାତ୍ରକେ ଏହି ଟ୍ଵିଟକୁ ପ୍ରାୟ ୪୫୦୦ ଲାଇକ ଏବଂ ୧୨୦୦ରୁୂ ଅଧିକ ରି-ଟ୍ଵିଟ କରିସାରିଲେଣି।
ଟ୍ଵିଟରେ ଲେଖା ହୋଇଛି ଯେ ‘ଜୋଧପୁରରେ ବିଷ୍ଣୋଇ ସବୁଦାୟ ପଶୁଙ୍କୁ ଏହିଭଳି ସ୍ନେହ ଏବଂ ଭଲପାଇବା ଦେଉଛନ୍ତି। ଏହି ସରଳ ପଶୁ ତାଙ୍କ ପାଇଁ କୌଣସି ମଣିଷ ଛୁଆ ଠାରୁ କମ୍ ନୁହେଁ। ସେହି ପଶୁ ଛୁଆଙ୍କ ମଧ୍ୟରୁ ଗୋଟିଏ ଛୁଆକୁ ସେହି ମହିଳା ସ୍ତନ୍ୟପାନ କରାଉଛନ୍ତି। ଏମାନେ ସେହି ସମ୍ପ୍ରଦାୟ ଅଟନ୍ତି ଯେଉଁମାନେ ବୃକ୍ଷକୁ ରକ୍ଷା କରିବା ପାଇଁ ନିଜ ଜୀବନ ମଧ୍ୟ ଦେଇଦିଅନ୍ତି।
ଏହାସହ ପଢନ୍ତୁ : ଆମ ଦେଶରେ ରହିଛି ‘ମାଧୁରୀ ଦୀକ୍ଷିତ ହ୍ରଦ’, ଯେଉଁଠିକୁ କେବଳ ଭାରତୀୟଙ୍କୁ ଯିବା ପାଇଁ ଅଛି ଅନୁମତି
ରାଜସ୍ଥାନର ବିଷ୍ଣୋଇ ସମାଜର ଲୋକ ପଶୁଙ୍କୁ ନିଜ ପରିବାର ସଦସ୍ୟଙ୍କ ଭଳି ବ୍ୟବହାର କରିଥାନ୍ତି ଏବଂ ସେମାନଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲପାଆନ୍ତି। ଏହି ସମ୍ପ୍ରଦାୟର ଲୋକେ ବନ୍ୟ ଜନ୍ତଙ୍କୁ ନିଜ ରକ୍ତ ସମ୍ପର୍କ ବୋଲି ମାନିଥାନ୍ତି।
This is how #bishnoi community in Jodhpur cares for animals. These lovely animals are no less than children to them. A lady feeding one. The same people, who fought King in 1730 and laid 363 life protecting Khejri trees. pic.twitter.com/keBj5SEwdG
— Parveen Kaswan, IFS (@ParveenKaswan) July 18, 2019