ଭାରତ-ପାକିସ୍ତାନ ସହ ଆମେରିକା ରାଷ୍ଟ୍ରପତିଙ୍କ ଆଲୋଚନା, ଜାଣନ୍ତୁ ୩୦ ମିନିଟ୍‌ ଧରି ଟେଲିଫୋନ୍‌ରେ ମୋଦିଙ୍କ ସହ କ’ଣ କଥା ହେଲେ ଟ୍ରମ୍ପ

ଧାରା ୩୭୦ ଉଛେଦ ପରେ ପ୍ରଥମ ଥର ପାଇଁ ମୋଦି-ଇମ୍ରାନଙ୍କ ସହ ଟ୍ରମ୍ପଙ୍କ ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକ ପିଏମ ଇମ୍ରାନ ଖାନ୍‌ଙ୍କ ସହ ଫୋନରେ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ । କାଶ୍ମୀର ସମେତ ଅନେକ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । କାଶ୍ମୀରରେ ଉତ୍ତେଜନା ହ୍ରାସ ଉପରେ ଗୁରୁତ୍ୱ ଦେଇଛନ୍ତି । ଉଭୟ ମୋଦି-ଟ୍ରମ୍ପ ୩୦ ମିନିଟ ଧରି ଆଲୋଚନା କରିଛନ୍ତି । ଭାରତ ବିରୋଧ ହିଂସାକୁ ପଡୋଶୀ ନେତା ଉସକାଉଥିବା ମୋଦି ପାକିସ୍ତାର ନାଁ ନ ନେଇ କହିଛନ୍ତି । ଜମ୍ମୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପାଇଁ ଭାରତ ନେଇଥିବା ପଦକ୍ଷେପକୁ ବିରୋଧ କରି ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦରେ ଅଭିଯୋଗ ଆଣିବାର କିଛି ଦିନ ପରେ ଟ୍ରମ୍ପ ଏବଂ ମୋଦିଙ୍କ ଆଲୋଚନାକୁ ଗୁରୁତ୍ୱ ଦିଆଯାଉଛି । ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ମୋଦି ଆତଙ୍କବାଦ ଓ ହିଂସାମୁକ୍ତ ବାତାବରଣ ସୃଷ୍ଟି ସହ ସୀମାପାର ଆତଙ୍କବାଦ ଦୂର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.