Below header

କୋଲକାତାର ବ୍ଲାକ ହୋଲ ଫୋର୍ଟ ୱିଲିୟମ: ଏହି ନା ଯେତିକି ଭୟଙ୍କର ଏହାର ରହସ୍ୟ ତା ଠୁ ବି ବେଶୀ ଭୟଙ୍କର

ଅନ୍ତରୀକ୍ଷର ବ୍ଲାକହୋଲ ଵିଷୟରେ ତ ଆପଣ ଜାଣିଥିବେ କିନ୍ତୁ କଣ ଆପଣ ବ୍ଲାକହୋଲ ଅଫ କୋଲକାତା ବିଷୟରେ ଜାଣିଛନ୍ତି କି ? ଏହା ବିଷୟରେ ବୋଧହୁଏ ବହୁତ କମ ଲୋକ ଜାଣିଥିବେ । ତେବେ ଭାରତୀୟ ଇତିହାସରେ ଏହା ହେଉଛି ଏକ ଛାତି ଥରାଇ ଦେବାଭଳି ଘଟଣା ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ब्लैक होल ऑफ कलकत्ता

କୋଲକାତା ଫୋର୍ଟ ୱିଲିୟମର ଏକ ଛୋଟ କୋଠରୀରେ ଇତିହାସର ଏକ ଭୟଙ୍କର ତଥ୍ୟ ଲୁଚି ରହିଛି । ସୂଚନା ଅନୁଯାୟୀ ଫୋର୍ଟ ୱିଲିୟମ କୋଲକାତାରେ ହୁଗୁଳୀ ନଦୀ କୂଳରେ ରହିଛି ଏକ କିଲ୍ଲା ଯାହାକୁ ବ୍ରିଟିଶ ଶାସନ କାଳରେ ପ୍ରସ୍ତୁତ କରାଯାଇଥିଲା । ଏହାକୁ ଇଂଲଣ୍ଡର ରାଜା ତୃତୀୟ ୱିଲିୟମଙ୍କ ନାମରେ ପ୍ରସ୍ତୁତ କରାଯାଇଥିଲା । ତେବେ ଏହାର ସାମ୍ନାରେ ରହିଛି ଏକ ବଡ଼ ମୈଦାନ ଯାହାକି କିଲ୍ଲାର ଏକ ଅଂଶ ।

पुराना फोर्ट विलियम, कलकत्ता

ଏହି କିଲ୍ଲାକୁ ଇଂରେଜ ମାନଙ୍କର ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜର ଫ୍ୟାକ୍ଟ୍ରି ଗୁଡିକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ କରିଥିଲେ । ତେବେ ସପ୍ତଦଶ ଶତାବ୍ଦୀର ଶେଷ ଦଶକରେ ବଙ୍ଗଳାର ନବାବ ସିରାଜୁଦ୍ଦୌଲା ଇଂରେଜ ମାନଙ୍କୁ ନାକରେ ଦମ କରି ରଖିଥିଲେ । ପ୍ରାୟ ୧୦ ବର୍ଷ ଧରି ପ୍ରସ୍ତୁତ କରାଯାଇଥିବା ଏହି କିଲ୍ଲାରେ ୧୮ ଫୁଟ ଲମ୍ବା ଓ ୧୪ ଫୁଟଚୌଡା ବିଶିଷ୍ଟ ଏକ ସ୍ୱତନ୍ତ୍ର କୋଠରୀ ପ୍ରସ୍ତୁତ କରାଯାଇଛି ଯାହାର ନାମ ହେଉଛି ବ୍ଲାକ ହୋଲ । ଏହା ମଧ୍ୟରେ ଦୁଇଟି ଛୋଟ ସ୍କାଏଲାଇଟ ମଧ୍ୟ ରଖାଯାଇଥିଲା ଯେଉଁଥିପାଇଁ ଏହାର ନାମ ରହିଥିଲା ବ୍ଲାକ ହୋଲ ।

नवाब सिराजुद्दौला

ତେବେ ଇଂରେଜ ମାନେ ଏହାକୁ ଛୋଟମୋଟ ଅପରାଧୀମାନଙ୍କୁ ଦଣ୍ଡ ଦେବାପାଇଁ ପ୍ରସ୍ତୁତ କରିଥିଲେ ସତ କିନ୍ତୁ ସେମାନଙ୍କୁ ଜଣାନଥିଲା ଯେ ଏହା ଆଗକୁ ତାଙ୍କର ହିଁ ସମାଧିସ୍ଥଳ ହୋଇଯିବ । ଫୋର୍ଟ ୱିଲିୟମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବା ପରେ ଇଂରେଜମାନେ ଏଠାରେ ନିଜ ସୈନ୍ୟସକ୍ତି ବଢ଼ାଇବାରେ ଲାଗିଲେ । ତେବେ ଏକଥା ସିରାଜୁଦ୍ଦୌଲା ଜାଣିବା ପରେ ସେ ଇଂରେଜମାନଙ୍କୁ ନିଜ ସୈନ୍ୟସକ୍ତି ବଢାଇବା ପାଇଁ ମନା କରିଥିଲେ କିନ୍ତୁ ସେମାନେ ତାଙ୍କ କଥା ଶୁଣିନଥିଲେ । ତେବେ ଏହି କଥାରେ କ୍ରୋଧିତ ହୋଇ ସିରାଜୁଦ୍ଦୌଲା 1756 ମସିହାରେ ଏକ ବିଶାଳ ସୈନ୍ୟବାହିନୀ ସହ ଫୋର୍ଟ ୱିଲିୟମ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଗଲେ ।

पुराना फोर्ट विलियम, कलकत्ता

ଯେହେତୁ ସେହି ସମୟରେ ଇଂରେଜମାନଙ୍କ ପାଖରେ ସୈନ୍ୟବଳ କମ ଥିଲା ତେଣୁ ସେମାନେ ସିରାଜୁଦ୍ଦୌଲାଙ୍କ ପାଖରେ ହାର ମାନି ଯାଇଥିଲେ ଓ ସେଥିମଧ୍ୟରୁ କିଛି ଇଂରେଜ ସୈନ୍ୟ ନବାବ ଆସିବା ପୂର୍ବରୁ ହିଁ ପଳାୟନ କରିଥିଲେ । ତେବେ ସିରାଜୁଦ୍ଦୌଲାଙ୍କ ସୈନ୍ୟମାନେ ଜୁନ ୨୦ ତାରିଖରେ ୧୪୬ଜଣ ଇଂରେଜଙ୍କୁ(ସେମାନଙ୍କ ମଧ୍ୟରେ ସ୍ତ୍ରୀଲୋକ ଓ ଛୋଟପିଲା ମଧ୍ୟ ରହିଥିଲେ)ଫୋର୍ଟ ୱିଲିୟମର ସେହି ୧୮ଫୁଟ ଲମ୍ବା ଓ ୧୪ ଫୁଟ ଚୌଡା କୋଠରୀରେ ବନ୍ଦ କରିଦେଇଥିଲେ ।

ब्लैक होल ऑफ कलकत्ता

୧୭୫୬ ମସିହା ଜୁନ ୨୩ ତାରିଖରେ ଯେତେବେଳେ ସେହି କୋଠରୀର କବାଟ ଖୋଲାଯାଇଥିଲା ଦେଖାଯାଇଥିଲା ଯେ ମାତ୍ର ୨୩ ଜଣ ଲୋକ ହିଁ ସେଠାରେ ଜୀବିତ ଥିଲେ ବାକି ସମସ୍ତେ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିଲେ । ଜୀବିତ ଲୋକମାନଙ୍କ ମଧ୍ୟରେ ଜନ ଜେଡ ହୋଲବାଲ ମଧ୍ୟ ସାମିଲ ଥିଲେ ଓ ମରିଯାଇଥିବା ଲୋକମାନଙ୍କୁ ସେହିଠାରେ ହିଁ ଏକ ଗାତ ଖୋଳି ପୋତି ଦିଆଯାଇଥିଲା । ଆଜି ସେହି ସ୍ଥାନରେ ବ୍ଲାକ ହୋଲ ମନେମୋରିଆଲ ରହିଛି ଯଦିଓ କିଛି ଐତିହାସିକ ଏହାକୁ ଏକ ଭୟଙ୍କର ଘଟଣା ବୋଲି କହିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.