୧୦୦ ବର୍ଷ ପୂରଣ କରିଛି ମସଲା ଉତ୍ପାଦନକାରୀ କମ୍ପାନି MDH, କାର୍ଯ୍ୟକ୍ରମରେ ଯୋଗଦେଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ୧୦୦ ବର୍ଷ ପୂରଣ କରିଛି ଭାରତର ପ୍ରସିଦ୍ଧ ମସଲା ଉତ୍ପାଦନକାରୀ କମ୍ପାନି ଏମ୍‌ଡିଏଚ୍‌ । ଏହି ଅବସରରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅତିଥୀ ଭାବେ ଯୋଗ ଦେଇ ଏମଡିଏଚ୍‌ ମସଲା ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମପାଳ ଗୁଲାଟିଙ୍କୁ ସମ୍ବର୍ଦ୍ଧନା କରିବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ । କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ଗୋଟିଏ ସ୍କୁଲ ପ୍ରତିଷ୍ଠା ପାଇଁ ଏମ୍‌ଡିଏଚ୍‌ ଓ କିସ୍‌ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିବାରୁ ଡକ୍ଟର ସାମନ୍ତ ଧନ୍ୟବାଦ ଯଣାଇଥିଲେ । ସେହିପରି ଏମ୍‌ଡିଏଚ୍‌ ପକ୍ଷରୁ ନିମନ୍ତ୍ରଣ କରାଯାଇଥିବା ଏବଂ ଅତିଥୀ ଭାବେ ଯୋଗ ଦେଇଥିବାରୁ ବହୁତ ଖୁସିି ବୋଲି ଡକ୍ଟର ସାମନ୍ତ କହିଛନ୍ତି । ଉତ୍ସବରେ ଦେଶ ବିଦେଶରୁ ୧୦ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.