‘ବୋଲେ ଚୁଡିୟାଁ.. ବୋଲେ କଙ୍ଗନା’ ଗୀତରେ ଟ୍ରେଡମିଲରେ ଡ୍ୟାନ୍ସ କଲେ ଯୁବକ, ଭିଡିଓ ଦେଖି ବାରମ୍ବାର ଦେଖିବାକୁ କରିବେ ମନ

‘ବୋଲେ ଚୁଡିୟାଁ.. ବୋଲେ କଙ୍ଗନା’ ଗୀତରେ ଟ୍ରେଡମିଲରେ ଜବରଦସ୍ତ ଡ୍ୟାନ୍ସ କଲେ ଯୁବକ। ଭିଡିଓ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ। ଲୋକପ୍ରିୟ ହେବା ପାଇଁ ଲୋକେ ସୋସିଆଲ ମିଡିଆରେ ଅଜବ ପ୍ରକାରର ଷ୍ଟଣ୍ଟ କରୁଥିବାର ନଜର ଆସିଥାନ୍ତି। ତେବେ ଏବେ ପୁଣି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି। ଯେଉଁଠି ଜଣେ ଯୁବକ ଟ୍ରେଡମିଲ ଉପରେ ବଲିଉଡ ଗୀତ ‘ବୋଲେ ଚୁଡିୟାଁ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।

ଏହି ଭିଡିଓରେ ଯୁବକ ଜଣକ ଜିମ୍‌ରେ ଟ୍ରେଡମିଲ ଉପରେ ଚାଲି ଚାଲି ‘ବୋଲେ ଚୁଡିୟାଁ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଯୁବକ ଜଣକ ଚାଲିବା ସହିତ ବଢିଆ ଡ୍ୟାନ୍ସ ମଧ୍ୟ କରୁଛନ୍ତି। ଆଉ ଏହି ଭିଡିଓ ଦେଖିବା ପରେ ସମସ୍ତେ ଯୁବକଙ୍କ ଡ୍ୟାନ୍ସଙ୍କୁ ପ୍ରଶଂସା କରୁଛନ୍ତି। ଭିଡିଓ ଦେଖିବା ପରେ ୟୁଜର୍ସ ଅଲଗା ଅଲଗା ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଭ୍ୟୁ ମିଳିସାରିଛି। ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି।

 

View this post on Instagram

 

A post shared by Alok Sharma (@alok_speed_b_boy)

ଏହି ଭିଡିଓକୁ ଆଲୋକ ଶର୍ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି। ଏହି ଆକାଉଣ୍ଟରେ ୧ ଲକ୍ଷ ୨୦ ହଜାର ଫଲୋୟର୍ସ ରହିଛନ୍ତି। ଏହି ଆକାଉଣ୍ଟରେ ପୂର୍ବରୁ ଏମିତି କେତେକ ଡ୍ୟାନ୍ସ ଭିଡିଓ ମଧ୍ୟ ରହିଛି। ଯାହାକୁ ଦେଖି ଫ୍ୟାନ୍ସ ଅନେକ ଲାଇକ୍‌ କରିଛନ୍ତି।

ଏକ ଭିଡିଓରେ ‘ମେଁ ତୋ ନହିଁ କୌନ ବେ…’ ର‍୍ୟାପ୍‌ ଗୀତରେ ଟ୍ରେଡମିଲରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଆଉ ଏକ ଭିଡିଓରେ ‘କେସରିୟା’ ଗୀତ ଉପରେ ମଧ୍ୟ ଡ୍ୟାନ୍ସ କରୁଛନ୍ତି। ଭିଡିଓ ଦେଖି ଲାଗୁଛି, ଯେପରି ଯୁବକ ଜଣକ ଜଣେ ପ୍ରଫେସନାଲ ଡ୍ୟାନ୍ସର।

 

View this post on Instagram

 

A post shared by Alok Sharma (@alok_speed_b_boy)

ତେବେ ଯୁବକଙ୍କ ଡ୍ୟାନ୍ସ ଦେଖି ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଯୁବକଙ୍କ ପ୍ରତ୍ୟେକ ଡ୍ୟାନ୍ସକୁ ଦେଇ ୟୁଜର୍ସ ପ୍ରଶଂସା କରୁଛନ୍ତି।

 

View this post on Instagram

 

A post shared by Alok Sharma (@alok_speed_b_boy)

Also Read : ଆର୍ଥିକ ସମସ୍ୟାରୁ ମିଳିବ ମୁକ୍ତି, ଦୀପାବଳିରେ ନାଗକେସର ଫୁଲରେ କରନ୍ତୁ ଏପରି ଉପାୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.