ସ୍କେଟ୍ସ ପିନ୍ଧି ସ୍କୁଟିରେ ଭୟଙ୍କର ଷ୍ଟଣ୍ଟ୍‌ କଲା ବାଳକ, ଭିଡିଓ ଦେଖିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେବ, ତାହା କେହି କହି ପାରିବେ ନାହିଁ। ଇଣ୍ଟରନେଟ୍‌ରେ ଭାଇରାଲ ହେବା ପାଇଁ କିଛି ଲୋକ ସୀମା ଅତିକ୍ରମ କରିବାକୁ ବି ପ୍ରସ୍ତୁତ ଥାଆନ୍ତି। ଅନେକ ବାର ଲୋକେ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇ ଭୟଙ୍କର ଷ୍ଟଣ୍ଟ୍‌ କରିବାକୁ ପଛାଇ ନ ଥାଆନ୍ତି। ଏବେ ଠିକ୍‌ ଏମିତି ହିଁ ଏକ ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଥିରେ ଜଣେ ବାଳକ ଭୟଙ୍କର ଷ୍ଟଣ୍ଟ୍‌ କରୁଥିବାର ଦେଖାଯାଉଛି। ବାଳକ ଜଣକ ରାସ୍ତାରେ ସ୍କେଟିଙ୍ଗ୍‌ କରୁଛି। ତେବେ ଚକିତ କଲା ଭଳି କଥା ହେଲା, ବାଳକ ସ୍କେଟିଙ୍ଗ୍‌ ସହିତ ହିଁ ସ୍କୁଟି ଚଲାଉଛି। ଅର୍ଥାତ୍‌ ସ୍କେଟିଙ୍ଗ୍‌ କରି କରି ସେ ସ୍କୁଟିକୁ ରାସ୍ତାରେ ଚଲାଉଛି। ପଛପଟୁ ଗାଡ଼ିକୁ ଧରି ରାସ୍ତାରେ ସ୍କେଟିଙ୍ଗ୍‌ କରୁଥିବାର ଦେଖିବାକୁ ମିଳୁଛି।

ଯେତେବେଳେ ସେ ରାସ୍ତାରେ ଏଭଳି ଭୟଙ୍କର ଷ୍ଟଣ୍ଟ୍‌ କରୁଛି, ସେତେବେଳେ ତା’ ପାର୍ଶ୍ୱ ଦେଇ ଅନେକ ଗାଡ଼ିମୋଟର ଯିବାଆସିବା କରୁଛି। ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ‘ratulramgarhia’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏ ପର୍ଯ୍ୟନ୍ତ ଏହାକୁ ଲକ୍ଷାଧିକ ଭ୍ୟୁଜ୍‌ ମିଳିସାରିଲାଣି। ଯେତେବେଳେ କି, ହଜାର ହଜାର ଲୋକ ଏହି ଭିଡିଓକୁ ଲାଇକ୍‌ କରିସାରିଲେଣି।

ଭିଡିଓ ଦେଖି ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ କହିଛନ୍ତି, ‘ଭାଇ, ଏହିଭଳି ଗାଡ଼ି ଚଲାଇବ ତ ବହୁତ ଜଲ୍‌ଦି ଯମରାଜଙ୍କ ସହ ଭେଟ ହୋଇଯିବ’। ଆଉ ଜଣେ ୟୁଜର ଲେଖିଛନ୍ତି, ‘ନିଶ୍ଚୟ ତାଙ୍କ ଜୀବନରେ କେହି ତାଙ୍କର ପ୍ରିୟ ନ ଥିବେ, ସେଥିପାଇଁ ସେ ଏମିତି ଭୟଙ୍କର ଷ୍ଟଣ୍ଟ୍‌ କରୁଛନ୍ତି’।

 

View this post on Instagram

 

A post shared by @ratulramgarhia

 

View this post on Instagram

 

A post shared by @ratulramgarhia

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.