ୟୁରିକ ଏସିଡ୍ ପାଇଁ ବ୍ୟବହାର କରନ୍ତୁ ହଳଦୀ, ଜାଣନ୍ତୁ ଏହି ରୋଗ ଓ ତା’ର ଲକ୍ଷଣ

ବର୍ତମାନ ଅଧିକ ମାତ୍ରାରେ ଲୋକଙ୍କ ଠାରେ ମଧୁମେହ, ଏସିଡ଼ିଟି ଓ ଉଚ୍ଚ ରକ୍ତ ଚାପ ଭଳି ରୋଗ ଦେଖିବାକୁ ମିଳୁଛି। ଯାହାକି କୌଣସି ବଡ ରୋଗ ଠାରୁ କିଛି କାମ ନୁହେଁ। ଘରୋଇ ଦ୍ରବ୍ୟ ବ୍ୟବହାର କରିବା ଦରକାର, ଆପଣ ଜାଣିଛନ୍ତି ହଳଦୀକୁ ଲୋକେ ବିଭିନ୍ନ ପ୍ରକାରରେ ବ୍ୟବହାର କରନ୍ତି , କିନ୍ତୁ ବର୍ତମାନ ଆପଣ ଏହି ହଳଦୀକୁ ଶରୀରରେ ଅଧିକ ୟୁରିକ ଏସିଡ୍ ନ ହେବା ପାଇଁ ବ୍ୟବହାର ପରିପାରିବେ, ଏହି ମସଲା ଆଶ୍ଚର୍ଯ୍ୟଜନକ ଭାବେ କାମ ଦେବ, ହାଇପର ୟୁରିଆକୁ ଏହା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
ତେବେ ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ:
ଉଚ୍ଚ ୟୁରିକ୍ ଏସିଡ୍ ପାଇଁ ହଳଦୀ ଭଲ କାମ କରେ। ଯଦି ଆପଣ ହଳଦୀ କ୍ଷୀର ପିଅନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହେବ। କେବଳ ସେତିକି ନୁହେଁ ଏହା ନାକ ସହ ଜଡ଼ିତ ଥିବା ରୋଗ ସହ ମୁକାବିଲା କରିଥାଏ। ଏଥିରେ ଥିବା କର୍କୁମିନ୍, ଶରୀରରେ ଏସିଡ ସହ ମୁକାବିଲା କରିବାରେ ସାହାଯ୍ୟ କରେ। ୟୁରିକ୍ ଏସିଡ୍ ଶରୀରରେ ଉଚ୍ଚ ସ୍ତରର ଡିହାଇଡ୍ରେସନ କରିବାରେ ସଙ୍କେତ ଅଟେ ଯାହାକି ଶୀଘ୍ର ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା କରାଇଥାଏ। ଶରୀରରେ ୟୁରିକ୍ ଏସିଡ୍ ସ୍ତରକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ୟୁରିକ୍ ଏସିଡର ଉଚ୍ଚ ସ୍ତର ହେତୁ ଘଟୁଥିବା ଏକ ସାଧାରଣ ସମସ୍ୟା ହେଉଛି ଗଣ୍ଠି ଯନ୍ତ୍ରଣା। ଯଦି ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ନିୟନ୍ତ୍ରିତ ନହୁଏ ତେବେ ସମୟ ସହିତ ସମସ୍ୟା ବଢ଼ାଇଥାଏ। କେବଳ ଗଣ୍ଠି ଯନ୍ତ୍ରଣା ନୁହେଁ, ହାଡ ଏବଂ ଗଣ୍ଠି ଭଳି ଆର୍ଥ୍ରାଇଟିସ୍ ଏବଂ ଅଷ୍ଟିଓପୋରୋସିସ୍ ସହିତ ଜଡିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଅଧିକ ୟୁରିକ୍ ଏସିଡ୍ ହେତୁ ହୋଇଥାଏ। ଏହା ବ୍ୟତୀତ, ହାଇପର୍ୟୁରିସେମିଆ ନାମକ ଉଚ୍ଚ ସ୍ତରର ୟୁରିକ୍ ଏସିଡ୍ କାରଣରୁ ଜଣେ ବ୍ୟକ୍ତି କିଡନୀ ଏବଂ ମୋଟାପଣ ସହିତ ଜଡିତ ସମସ୍ୟାର ସମ୍ମୁଖୀନ ହୁଏ।
ଉଚ୍ଚ ୟୁରିକ୍ ଏସିଡ୍ କିମ୍ବା ହାଇପର୍ୟୁରିସେମିଆ ଲକ୍ଷଣ:
– ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହେବ
– ହାତ ଗୋଡ ବିନ୍ଧିବା
– ପ୍ରଭାବିତ ଗଣ୍ଠିକୁ ଚଳାଇବାରେ ଆପଣ ଅସୁବିଧାର ସମ୍ମୁଖୀନ ହେବେ
-ଗଣ୍ଠିଗୁଡିକ ଫୁଲି ଲାଲ ରଙ୍ଗ ହୋଇଯିବା
ତେବେ ଆପଣ ଶରୀରରେ ୟୁରିକ୍ ଏସିଡ୍ ସ୍ତରକୁ ନିୟନ୍ତ୍ରଣ କରିପାରିବେ ଏହି ହଳଦୀ ସେବନ କରି। ହଳଦୀ ଆୟୁର୍ବେଦିକ ଗୁଣ ଧାରଣ କରିଥାଏ ଯାହାକି ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ।
ଉଚ୍ଚ ୟୁରିକ୍ ଏସିଡ୍ ପାଇଁ ହଳଦୀକୁ କିପରି ବ୍ୟବହାର କରିବେ?
ହଳଦୀ ହେଉଛି ଏକ ମସଲା ଯାହା ସମସ୍ତଙ୍କ ରୋଷେଇ ଘରେ ସହଜରେ ଉପଲବ୍ଧ। ଏଥିରେ କର୍କୁମିନ୍ ନାମକ ଏକ ପୋଷଣ ରହିଛି ଯାହା ବ୍ୟାକ୍ଟେରିଆ ସହିତ ଲଢ଼ିଥାଏ, ଏହା ବ୍ୟତୀତ ଏହାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିବାୟୋଟିକ୍ ଗୁଣ ମଧ୍ୟ ଅଛି। ହଳଦୀ କ୍ଷୀର ପିଇବା ଦ୍ୱାରା ଏହା ଉଚ୍ଚ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ ରଖେ। ଏହା ହଜମ ପ୍ରକ୍ରିୟାକୁ ଠିକ ରଖେ। କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ହାଇପର୍ୟୁରିସେମିଆ କମାଇବାରେ ସାହାଯ୍ୟ କରିଥାଏ, ଯାହା କାରଣରୁ ଯେଉଁ ପାଦ ଫୁଲିଥାଏ ତାହା କମି ଯାଏ। ଭଲ ଫାଇଦା ପାଇଁ ଆପଣ ହଳଦୀ କ୍ଷୀରରେ ଏକ ଚାମଚ ଗୋଲ ମରିଚ ମିଶାଇ ପିଇ ପାରିବେ। ହଳଦୀ ବ୍ୟତୀତ ୟୁରିକ୍ ଏସିଡ୍ ପାଇଁ ମେଥି , ତ୍ରିଫଳା, ଗିଲୋଏ ଏବଂ ଅଶ୍ୱଗନ୍ଧା ମଧ୍ୟ ଆପଣ ଖାଇ ପାରିବେ।