ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
କଂଟାବାଞ୍ଜି(କେନ୍ୟୁଜ୍): ଟ୍ରେନ ଆଗକୁ ଡେଇଁ ଯୁବକ ଙ୍କ ଆତ୍ମହତ୍ୟା । ମୃତ ଯୁବକଙ୍କ ନା କୈଳାସ କେତକୀ ବୋଲି ଜଣାପଡିଛି । କୈଳାସଙ୍କ ଘର ବେଲପଡା ବ୍ଲକ ଭାରୁଆକାନିରେ। ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ କଣ୍ଟାବାଞ୍ଜି ରେଳବାଇ ଜିଆରପି ଓ ଆରପିଏଫ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଉକ୍ତ ଯୁବକ କଣ୍ଟାବାଞ୍ଜିର ଏକ ଦୋକାନରେ କାମ କରୁଥିଲେ । ହେଲେ ଆଜି କୁକୁଡାହାଡ ଗାଁ ନିକଟରେ ଟିଟିଲାଗଡ ପଟୁ ଆସୁଥିବା ସମତା ଏକ୍ସପ୍ରେସ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।