କଳା ଚଷମା ଲଗାଇ ଟ୍ରାକ୍ଟର ଚଲାଇ ମଣ୍ଡପକୁ ଆସିଲା କନ୍ୟା, ଆନନ୍ଦ ମହିନ୍ଦ୍ରା ହୋଇଗଲେ କନ୍ୟାର ଫ୍ୟାନ୍‌

ସମସ୍ତେ ନିଜ ବିବାହକୁ ସ୍ମରଣୀୟ କରି ରଖିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରିଥାନ୍ତି। ଖାସ୍‌ ଏଥିପାଇଁ ଲୋକ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ଅନେକ ପଇସା ଖର୍ଚ୍ଚ ମଧ୍ୟ କରିଥାନ୍ତି। ଆପଣ ମଧ୍ୟ ଏମିତି କେବେ ବାହାଘର ନିଶ୍ଚିତ ଦେଖିଥିବେ। ଠିକ୍‌ ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ଜଣେ କନ୍ୟା ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଏମିତି କିଛି କରିଛନ୍ତି। ଯାହାକୁ ଆନନ୍ଦ ମହିନ୍ଦ୍ରା ଖୁବ୍‌ ପ୍ରଶଂସା କରିଛନ୍ତି।

ଘଟଣାଟି ଦେଖିବାକୁ ମିଳିଛି, ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ। ଜାଓ୍ଵରା ଗାଁରେ ରହୁଥିବା ଭାରତୀ ତାଗଡେ ଗତ ସପ୍ତାହରେ ବିବାହ କରିଥିଲେ। ନିଜ ବିବାହକୁ ସ୍ପେଶାଲ କରିବା ପାଇଁ ମହିନ୍ଦ୍ରା ଟ୍ରାକ୍ଟରର ସାହାରା ନେଇଥିଲେ। କନ୍ୟା ଜଣକ ବୋହୂ ବେଶରେ ସଜାଇ ହୋଇ କଳା ଚଷମା ଲଗାଇ ଭାରତୀ ଟ୍ରାକ୍ଟର ଚଲାଇ ବିବାହ ସ୍ଥାନକୁ ପହଞ୍ଚିଥିଲେ । ସେଠାରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭାରତୀଙ୍କ ସହିତ ଦୁଇ ଭାଇ ଟ୍ରାକ୍ଟରରେ ବସିଥିବା ନଜର ଆସିଥିଲେ।

ଖବର ମୁତାବକ, ଭାରତୀ ନିଜ ବିବାହକୁ ଖାସ୍‌ କରିବା ପାଇଁ ଏହି ଉପାୟ ଆପଣାଇଥିଲେ। ପାଲିଙ୍କି କିମ୍ବା କାରରେ ଆସିବା ଟ୍ରେଣ୍ଡ ପୁରୁଣା ହୋଇଗଲାଣି, ତେଣୁ ସେ କିଛି ଅଲଗା କରିବା ପାଇଁ ଟ୍ରାକ୍ଟରରେ ଯାଇଥିଲେ। ଭାରତୀଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଆଉ ଏହି ଭିଡିଓକୁ ଆନନ୍ଦ ମହିନ୍ଦ୍ରା ବେଶ୍‌ ପସନ୍ଦ କରିଛନ୍ତି।

ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ କ୍ଲିପକୁ ଟ୍ଵିଟରରେ ସେୟାର କରି ଲେଖିଛନ୍ତି, ’ କନ୍ୟାର ନାମ ଭାରତୀ ଏବଂ ସେ ସ୍ୱରାଜ ଚଲାଉଛନ୍ତି। ମହିନ୍ଦ୍ର ରାଇଜ୍‌ ବ୍ରାଣ୍ଡରେ ଏହା ଠିକ୍‌ ଲାଗୁଛି ମଧ୍ୟ। ସ୍ୱରାଜ ଟ୍ରାକ୍ଟର ମହିନ୍ଦ୍ରର ପ୍ରମୁଖ ଟ୍ରାକ୍ଟର ବ୍ରାଣ୍ଡ। ଭାରତରେ ଏହାକୁ ବେଶ୍‌ ପସନ୍ଦ କରାଯାଏ। ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଟ୍ରାକ୍ଟର ବ୍ରାଣ୍ଡ ମଧ୍ୟରେ ଅନ୍ୟତମ ସ୍ୱରାଜ।

ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା କ୍ଲିକରେ ୟୁଜର୍ସ ବିଭିନ୍ନ ପ୍ରକାର ମଜାଦାର କମେଣ୍ଟ ଲେଖୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.