ସବୁ ରାଜ୍ୟମାନଙ୍କୁ ଜାରି ହେଲା ମଙ୍କିପକ୍ସ ଗାଇଡଲାଇନ୍, ମଣିଷ ପାଖରୁ ମଣିଷକୁ ସଂକ୍ରମିତ ହେଉଛି ଏହି ରୋଗ

ରାଜ୍ୟଙ୍କୁ ଜାରି ହେଲା ମଙ୍କିପକ୍ସ ଗାଇଡଲାଇନ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମକିପକ୍ସ ସହ ଲଢେଇ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ସବୁ ରାଜ୍ୟମାନଙ୍କୁ ଗାଇଡଲାଇନ ଜାରି ହୋଇଛି । ଲକ୍ଷଣ କଣ, ଟେଷ୍ଟିଂ କିପରି ହେବ, ରୋଗୀଙ୍କୁ କିପରି ଚିକିତ୍ସା କରିବେ ସେ ନେଇ ଗାଇଡଲାଇନରେ ଉଲେଖ୍ଯ ରହିଛି ।

କୋଭିଡ ପରି ମଙ୍କିପକ୍ସ ରୋଗୀଙ୍କ ନମୁନା ସଂଗ୍ରହ ବେଳେ N-95 ମାସ୍କ, ଦୁଇ ପେୟାର ଗୋଲବ୍‌ ଓ ଚଷମା ପିନ୍ଧିବେ । ନମୁନାକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ପୁନେକୁ ଟେଷ୍ଟିଂ ପାଇଁ ପଠାଯିବ । ସେହିପରି କୌଣସି ସନ୍ଦିଗ୍ଧ ଆସିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରୋଗ ମଣିଷ ପାଖରୁ ମଣିଷକୁ ସଂକ୍ରମିତ ହେଉଛି ।

ତେଣୁ ଗୋଟିଏ ମାମଲା ସାମ୍ନାକୁ ଆସିଲେ ବି ଗୁରୁତର ସହ ନେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ଆସିବାର ସମ୍ଭାବନା ରହିଛି ତେଣୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ମଙ୍କିପକ୍ସରେ ସଂକ୍ରମିତ ହେଉଛନ୍ତି ତେବେ ତୁରନ୍ତ ସଙ୍ଗରୋଧରେ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ରୋଗରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.