ବିବାହ ମଣ୍ଡପକୁ ଜେସିବିରେ ଆସୁଥିଲେ ବର କନ୍ୟା, ହଠାତ ଏମିତି କିଛି ହେଲା…..

ବିଭିନ୍ନ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଲକ୍ଷ କଲେ ଆପଣ ଦେଖିପାରିବେ ଏକ ଜେସିବି ଉପରେ ଦୁଇ ବର କନ୍ୟା ବସିକି ଯାଉଛନ୍ତି । ପ୍ରକୃତରେ ଦୁହେଁ ଜେସିବିର ବକେଟ ଉପରେ ବସି ନିଜ ବିବାହ ସ୍ଥାନକୁ ଯାଉଛନ୍ତି । କିନ୍ତୁ ଏହି ସମୟରେ ଏମିତି କିଛି ଘଟଣା ଘଟୁଛି ଯାହାକୁ ଦେଖିଲେ ଯେକେହି ବି ନ ହସି ରହିପାରିବେ ନାହିଁ ।
ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି । ଏକ ଜେସିବିର ମୁହଁରେ ଏକ ବରକନ୍ୟା ଯୋଡି ବିବାହ ପୋଷାକ ପିନ୍ଧି ସଜବାଜ ହୋଇ ବିବାହ ମଣ୍ଡପକୁ ଯାଉଥିଲେ । ଏହି ସମୟରେ ଖୁବ ଖୁସିରେ ଥିଲେ ଏମାନେ । ଆଉ ସେମାନଙ୍କୁ ଦେଖି ସେଠି ଉପସ୍ଥିତ ଥିବା ଅତିଥି ମାନେ ବି ଖୁବ ମଜା ନେଉଥିଲେ । କିନ୍ତୁ ହଟାତ ପରିସ୍ଥିତି ବିଗିଡି ଯାଇଥିଲା । ସେମାନେ ବସିଥିବା ବକେଟଟି ଓଲଟି ଯାଇଥିଲା । ଦୁହେଁ ବରକନ୍ୟା ସାମ୍ନାକୁ ଓଲଟି ପଡିଥିଲା । ସେଠି ଉପସ୍ଥିତ ଥିବା ଅତିଥି ମାନେ ଆବାକ ହୋଇଯାଇଥିଲେ । କଣ କରିବେ କଣ ନାହିଁ ଜାଣି ପାରିଲେ ନାହିଁ ।

 

ସେଠି ଉପସ୍ଥିତ ଥିବା ଜଣେ କ୍ୟାମେରା ମ୍ୟାନ ଭିଡିଓଟିକୁ ସୁଟ କରି ଟ୍ୱିଟରରେ ପୋଷ୍ଟ କରିଦେଇଥିଲେ । ଚାହୁଁ ଚାହୁଁ ଭିଡିଓଟି ଭାଇରାଲ ହୋଇଯାଇଥିଲା । ଭିଡିଓଟିକୁ ଜୁମ କଲେ ଆପଣ ଦେଖିପାରିବେ ବର ଜଣକ କଳା ରଙ୍ଗର କୋର୍ଟ ପ୍ୟାଣ୍ଟ ପିନ୍ଧିଥିବା ବେଳେ କନ୍ୟା ଜଣକ ଏକ ଧଳା ରଙ୍ଗର ଗାଉନ ପିନ୍ଧିଥିଲେ । କେହି କେହି ଏହାକୁ ଜେସିବି ଡ୍ରାଇଭରଙ୍କ ଦାୟିତ୍ବହୀନତା ବୋଲି କହିଛନ୍ତି । ଯେବେକି କିଛି ଲୋକ କପଲଙ୍କ ଏମିତି ଏକ ଅଦ୍ଭୁତ ଚିନ୍ତାଧାରାକୁ ଖୁବ ପ୍ରଶଂସା କରିଛନ୍ତି । ପୋଷ୍ଟ କରାଯିବାର କିଛି ସମୟ ଭିତରେ ହଜାର ସଂଖ୍ୟକ ଫଲୋଅର୍ସ ଏହାକୁ ଦେଖିସାରିଲେଣି । ଅନେକ ଲୋକ ଟ୍ୱିଟ ଟିକୁ ରିଟ୍ୱିଟ ମଧ୍ୟ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.