Below header

ଆସିଲା ଡିସେମ୍ବର ମାସ ଗାଇଡ଼ଲାଇନ: ସର୍ବସାଧାରଣରେ ନୂଆବର୍ଷ ଉତ୍ସବ ପାଳନ ଉପରେ କଟକଣା

କେନ୍ୟୁଜ୍(ବ୍ୟୁରୋ):  ଏବର୍ଷ ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ମନା । ସର୍ବସାଧାରଣରେ ନୂଆବର୍ଷ ଉତ୍ସବ ପାଳନ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଆଜି ଡିସେମ୍ବର ମାସ ପାଇଁ ଆସିଛି ନୂଆ ଗାଇଡଲାଇନ୍‌ । ଏଥିରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ କିମ୍ବା ନୂଆବର୍ଷ ଉତ୍ସବ ମନାଇବା ଉପରେ ରୋକ ଲାଗିଛି । ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ରାଜ୍ୟବ୍ୟାପୀ ନୂଆବର୍ଷ ଉତ୍ସବ ଆୟୋଜନ ଓ ପାଳନ ଉପରେ ରୋକ ଲାଗିଛି ।

ସେହିପରି ନୂଆବର୍ଷ ଅବସରରେ ପିକନିକ୍‌ ବି ମନା । ଗୋଟିଏ ସ୍ଥାନରେ ଲୋକହ୍କ ସମାଗମ ହେଲେ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ନୂଆବର୍ଷ ସେଲିବ୍ରେସନ୍‌ ଓ ପିକନିକ୍‌ ଉପରେ ଡିସେମ୍ବର ଗାଇଡଲାଇନରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.