Below header

ନୂଆବର୍ଷ ଆସିବା ପୂର୍ବରୁ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ଭବିଷ୍ୟତ ହେବ ମଙ୍ଗଳମୟ

ନୂଆ ବର୍ଷରେ କର୍ମ ସହିତ ଯଦି ଭାଗ୍ୟର ସାଥ ମିଳିଯାଏ ତେବେ ଆପଣଙ୍କର ସମସ୍ତ କାମ ସଫଳ ହୋଇଥାଏ। ଏଥିପାଇଁ ଆପଣ ଭାଗ୍ୟକୁ ବୃଦ୍ଧି କରିବା ପାଇଁ ଘରକୁ କିଛି ଖାସ ଜିନିଷ ଆଣିପାରିବେ, ଯାହା ସୌଭାଗ୍ୟର ପ୍ରତୀକ ହୋଇଥାଏ। ତେବେ ଜାଣନ୍ତୁ ଘରେ କେଉଁ ସବୁ ଜିନିଷ ରଖିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ।

ଧାତୁର କଇଁଛ

ସର୍ବ ପ୍ରଥମେ ଆପଣ ନିଜ ଘରେ ଗୋଟିଏ ଧାତୁର କଇଁଛ ରଖନ୍ତୁ। କିଛି ଲୋକମାନେ ମାଟି କିମ୍ବା କାଠର ଛୋଟ କଇଁଛ ଆଣି ଘରର କୌଣସି ସ୍ଥାନରେ ରଖିଦେଇଥାନ୍ତି, ଯାହା ବିଲକୁଲ ଠିକ ନୁହେଁ। ଆପଣ ଭଲ ଧାତୁରେ କଇଁଛ ତିଆରି କରନ୍ତୁ। ଧାତୁ ରୂପ,ପିତଳ କିମ୍ବା ତମ୍ବାର ହୋଇଥିଲେ ମଧ୍ୟ ଚଳିବ। କିନ୍ତୁ ମିଶ୍ରିତ ଧାତୁରେ ତିଆରି ହୋଇଥିବା କଇଁଛକୁ ଉତ୍ତର ଦିଗରେ ରଖିବା ଉଚିତ।

tortoiseଅନେକ ପ୍ରକାର ପିରାମିଡ

ଆପଣ ଆପଣଙ୍କ ଘରେ ବିଭିନ୍ନ ପ୍ରକାର ପିରାମିଡ ତ ନିଶ୍ଚୟ ରଖିଥିବେ। ବିଶେଷଜ୍ଞଙ୍କ କହିବାନୁଯାୟୀ ପିରାମିଡ ର ଆକୃତି ଉତ୍ତର ଦକ୍ଷିଣ ଦିଗରେ ରହିବା କାରଣରୁ ବିଶ୍ୱରେ ବ୍ୟାପ୍ତ ଜ୍ଞାନ ଏବଂ ଅଜ୍ଞାତ ଶକ୍ତିକୁ ସ୍ୱୟଂ ସମାହିତ କରି ନିଜ ଭିତରେ ଏକ ଶକ୍ତିପୂର୍ଣ୍ଣ ବାତାବରଣ ତିଆରି କରିବାରେ ସକ୍ଷମ ହୋଇପାରିବେ।

ଶୁଆର ଚିତ୍ର କିମ୍ବା ମୂର୍ତ୍ତି

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗରେ ଶୁଆର ଚିତ୍ର ଲଗାଇବା ଦ୍ୱାରା ପିଲାମାନଙ୍କର ପଢିବାରେ ରୁଚି ବଢିଥାଏ। ଏଥିସହ ପିଲାମାନଙ୍କର ସ୍ମରଣ କ୍ଷମତାରେ ମଧ୍ୟ ବୃଦ୍ଧି ହୋଇଥାଏ। ଶୁଆ ସୌଭାଗ୍ୟ ର ପ୍ରତୀକ। ଯଦି ଆପଣ ଘରେ ରୋଗୀ, ନିରାଶା, ଦାରିଦ୍ର୍ୟତା କିମ୍ବା ସୁଖର ଅଭାବ ଅନୁଭବ କରୁଛନ୍ତି ତେବେ ଘରେ ନିଶ୍ଚୟ ଶୁଆ ରଖନ୍ତୁ।

mayurମୟୂର ପୂଛ

ମୟୂର ପୂଛ ଅତ୍ୟନ୍ତ ଶୁଭ ଏବଂ ଚମତ୍କାରୀ ହୋଇଥାଏ। ମୟୂର ପୂଛକୁ ଭାଗ୍ୟ ବର୍ଦ୍ଧକ ମଧ୍ୟ କୁଯାଇଥାଏ। ଏହା ଭାଗ୍ୟର ମାର୍ଗରୁ ସମସ୍ତ ସମସ୍ୟା ଦୂର କରିଥାଏ। କିନ୍ତୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଘରେ ମୟୁର ପୂଛ ର ଗୁଚ୍ଛା ନୁହେଁ ବରଂ ଗୋଟିଏ ରୁ ତିନଟି ମୟୂର ପୂଛ ରଖନ୍ତୁ।

ଗୋମତି ଚକ୍ର

ଏହା ଏକ ପଥର ଯାହା ଦେଖିବାକୁ ସାଧାରଣ ଲାଗିଥାଏ କିନ୍ତୁ ଖୁବ ଚମତ୍କାରୀ। ଏହି ପଥରର ନାଁ ଗୋମତି ଚକ୍ର। ଏହି ପଥର ନଦୀରୁ ମିଳୁଥିବାରୁ ଏହାକୁ ଗୋମତି ଚକ୍ର କୁହାଯାଏ। ଗୋମତି ଚକ୍ର ଘରେ ରଖିବା ଦ୍ୱାରା କୌଣସି ପ୍ରକାର ଶତ୍ରୁ ବାଧା ରହିନଥାଏ। ଏହାକୁ ମଧ୍ୟ ସିନ୍ଦୁରରେ ରଖିଲେ ଶୁଭ ହୋଇଥାଏ।

elephantରୂପା ହାତୀ

ଏହାକୁ ଘରେ ରଖିବା ଦ୍ୱାରା ଚମତ୍କାରୀ ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ରୂପାର ହାତୀ ରଖିବା ଦ୍ୱାରା ରାହୁ ତଥା କେତୁଙ୍କର ଖରାପ ପ୍ରଭାବ ପଡିନଥାଏ। ଏଥିସହ ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ଉର୍ଣ୍ଣତି ଆସିଥାଏ। ଘରେ ରୂପାର ହାତୀ ରଖିବା ଦ୍ୱାରା ଘରେ ଶାନ୍ତି ତଥା ସୁଖ-ସମୃଦ୍ଧି ରହିଥାଏ।

ମୋତି ଶଙ୍ଖ

ଶଙ୍ଖ ତ ସମସ୍ତଙ୍କ ଘରେ ରହିଥାଏ କିନ୍ତୁ ଦକ୍ଷିଣବର୍ତ୍ତୀ ଶଙ୍ଖ ତଥା ମୋତି ଶଙ୍ଖର ଭିନ୍ନ ମହତ୍ଵ ରହିଛି। ମୋତି ଶଙ୍ଖ ଦେଖିବାକୁ ଖୁବ ସୁନ୍ଦର। ଏହି ଶଙ୍ଖ କୁ ବିଧି-ବିଧାନ ସହ ପୂଜା କରି ଯଦି ଆଲମାରୀରେ ରଖାଯାଏ ତେବେ ଘର, କାର୍ଯ୍ୟସ୍ଥଳ, ବ୍ୟବସାୟ ସ୍ଥଳରେ ଟଙ୍କାର ଅଭାବ ରହିନଥାଏ।

ଏହାସହ ପଢନ୍ତୁ: ଜାଣି ରଖନ୍ତୁ କାଉ ସହ ଜଡ଼ିତ ଏହି ୧୫ଟି ସତ୍ୟ କଥା

sankhaସ୍ୱସ୍ତିକ ଚିହ୍ନ

ସ୍ୱସ୍ତିକର ଚିତ୍ର ଘରେ ରଖିବା ଦ୍ୱାରା ପ୍ରତ୍ୟେକ ମନସ୍କାମନା ପୂରଣ ହୋଇଥାଏ। ପୁରାଣରେ ସ୍ୱସ୍ତିକ ଚିହ୍ନକୁ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କ ପ୍ରତୀକ କୁହାଯାଇଥାଏ। ସଂସ୍କୃତରେ ସୁ ଏବଂ ଅସ୍ତି ର ମିଶ୍ରଣରେ ସ୍ୱସ୍ତିକ ଶବ୍ଦର ସୃଷ୍ଟି। ଯାହାର ଅର୍ଥ ଶୁଭ ହୋଇଥାଏ। ସ୍ୱସ୍ତିକ ଚିହ୍ନ ଦ୍ୱାରା ପରିବାର, ଧନ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.