Below header

ଇନ୍ଦିରାପୁରମରେ ଦୁଇ ପତ୍ନୀଙ୍କ ସହିତ ଆଠ ମହଲାରୁ ଡେଇଁଲେ ବ୍ୟକ୍ତି, ଆତ୍ମହତ୍ୟା ପୂର୍ବରୁ କରିଥିଲେ କିଛି ଏଭଳି କାମ

ଗାଜିଆବାଦ: ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିବା ପରେ ଦୁଇ ପତ୍ନୀଙ୍କୁ ସାଥିରେ ନେଇ ଆଠ ମହଲାରୁ ଡେଇଁଲେ ବ୍ୟକ୍ତି । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ଗାଜିଆବାଦରେ । ମଙ୍ଗଳବାର ସକାଳେ ଏଭଳି ଏକ ଘଟଣା ଘଟିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଏହାସହ ପଢନ୍ତୁ:

ଦେଢ ବର୍ଷର ଭାଇକୁ ମାରି ନଦୀରେ ଫୋପାଡିଦେଲା ଭଉଣୀ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି କାରଣ

ପୋଲିସ୍ ସୂତ୍ର ଅନୁସାରେ, ଗାଜିଆବାଦ ଜିଲ୍ଲା ଇନ୍ଦିରାପୁରମ୍ ବୈଭବ ଖଣ୍ଡର କ୍ରୁଷ୍ଣା ଅପରା ସୋସାଇଟିରେ ଦେଢ ମାସ ପୂର୍ବରୁ ଦୁଇଜଣ ମହିଳା ଏବଂ ଜଣେ ବ୍ୟକ୍ତି ରହିବାକୁ ଆସିଥିଲେ । ଫ୍ଲାଟ୍ ନଂ-୮୦୫ରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ଆର୍ଥିକ ଅନଟନ ଦେଇ ଗତିକରୁଥିବା ସୁଇସାଇଡ୍‌ ନୋଟ୍ ରେ ଉଲ୍ଲେଖ ରହିଛି । ତେବେ ଆତ୍ମହତ୍ୟା ପୂର୍ବରୁ ଏମାନେ ନିଜର ଦୁଇ ଶିଶୁ ଏବଂ ପୋଷା ବିଲେଇକୁ ମାରିବା ପରେ ଆଠ ମହଲାରୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ତେବେ ଜଣେ ମହିଳା ଏବଂ ପୁରୁଷଙ୍କ ଏଥିରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ମହିଳା ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.