Below header

ଦେଢ ବର୍ଷର ଭାଇକୁ ମାରି ନଦୀରେ ଫୋପାଡି ଦେଲେ ଭଉଣୀ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି କାରଣ

ଜ୍ବାଲାପୁର: ଭାଇ ଭଉଣୀର ସମ୍ପର୍କ ସବୁଠାରୁ ନିବିଡ । ହେଲେ ଆଜିକାଲି ଅପରାଧିକ ଦୁନିଆରେ କିଛି ଲୋକ ଏହି ସମ୍ପର୍କକୁ କଳୁଷିତ କରିବାକୁ ବି ପଛଘୁଞ୍ଚା ଦେଉନାହାନ୍ତି । ଏଭଳି ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ଘଟଣାଟି ହେଉଛି ହରିଦ୍ବାର ଜ୍ବାଲାପୁର ଅଞ୍ଚଳର । ଗତ ଚାରି ଦିନ ତଳେ ଘରେ ଶୋଇଥିବା ଅବସ୍ଥାରେ ଏକ ଦେଢବର୍ଷର ଶିଶୁ ପୁତ୍ର ନିଖୋଜ ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ କରାଯାଇଥିଲା । ଯାହାକୁ ଅପହରଣ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିବାବେଳେ ଘଟଣାର ଖୁଲାସା କରିଛି ପୋଲିସ୍ ।

milk

ପ୍ରକୃତ ଘଟଣାଟି ହେଉଛି, ଦେଢବର୍ଷର ଶିଶୁ ପୁତ୍ରଟିକୁ କେହି ଅପହରଣ କରିନାହାନ୍ତି ବରଂ ତାର ନିଜ ଭଉଣୀ ଏବଂ ଦାଦା ଝିଅ ଭଉଣୀ ମିଶି ହତ୍ୟା କରିବାପରେ ମୃତଦେହକୁ ନେଇ ନଦୀରେ ଫିଙ୍ଗିଦେଇଥିଲେ । ଯାହା ପଛର କାରଣ ହେଉଛି କି, ଦୁଇ ଭଉଣୀଙ୍କୁ ବାପା ମା କୁନି ଭାଇର ଦାୟିତ୍ବ ଦେଇ କାମକୁ ଚାଲିଯାଉଥିଲେ । ଯାହାକୁ ନେଇ ଉଭୟ ଅସନ୍ତୋଷ ଥିଲେ ।

ଏହାସହ ପଢନ୍ତୁ:

କେବେ ଥମିବ ନରରୂପୀ ରାକ୍ଷସଙ୍କ କାଣ୍ଡ, ଅଭିଯୁକ୍ତ ଦୁଷ୍ମର୍ମ ପରେ ଏତେ ଜୋରରେ ଗଳା ଚାପିଲା ଯେ ତଳେ ଖସିପଡିଲା ଶିଶୁର…

ତେବେ ଘଟଣାଟି ୨୮ ନଭେମ୍ବର ରାତିର । ସେମାନେ କୁନି ଭାଇକୁ କ୍ଷୀରରେ ନିଶା ବଟିକା ମିଶାଇ ପିଇବାକୁ ଦେଇଥିଲେ । ଏହାପରେ ୨୯ ନଭେମ୍ବର ଭୋର ପାଞ୍ଚଟାରୁ ଭଉୟ ଏକ ବ୍ୟାଗ୍ ରେ ଶିଶୁଟିର ମୃତଦେହ ଭର୍ତ୍ତି କରି ନଦୀରେ ପିଙ୍ଗିଦେଇ ଆସିଥିଲେ । ଯାହାର ସିସିଟିଭି ଫୁଟେଜ୍ ପୋଲିସ୍ ହାତରେ ଲାଗିବା ପରେ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ସମ୍ନାକୁ ଆସିଥିଲା । ବର୍ତ୍ତମାନ ଉଭୟଙ୍କୁ ବାଲ୍ୟ ସୁଧାର ଗୃହକୁ ପଠାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.