Below header

ଅନୁଗୋଳର ପଞ୍ଜାବ “ପ୍ରତାପପୁର”: କୋବି ଚାଷ ଦେଇଛି ଏହି ଗାଁକୁ ନୂଆ ପରିଚୟ

ଅନୁଗୋଳ: ଅନୁଗୋଳର ପଞ୍ଜାବ। ଫୁଲ କୋବି ଚାଷ ଦେଇଛି ଗାଁ କୁ ପରିଚୟ। କୋବି ଚାଷ ପାଇଁ ଚାକିରୀକୁ ହତାଦର କରନ୍ତି ଏଠାକାର ଚାଷୀ। ଯାହାଫଳରେ ଏହି ଗାଁ ପାଲଟିଛି ଦାଦନ ମୁକ୍ତ। ଡିଗ୍ରୀ ପାଠ ପଢି ମଧ୍ୟ କୋବି ଚାଷକୁ ଆପଣାଇଛନ୍ତି ଶିକ୍ଷିତ ଯୁବବର୍ଗ। କୋବି ଚାଷ କରି ବୁଲେଟ , କାର ଚଳଉଛନ୍ତି ଚାଷୀ। ଅନୁଗୋଳ ଜିଲ୍ଲାରେ ଏଭଳି ଏକ ଗାଁ ହେଉଛି “ପ୍ରତାପପୁର”।

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ରେ ରହିଛି ଏହି ଗାଁ କୁ ନୂଆ ପରିଚୟ ଦେଇପାରିଛି କୋବି ଚାଷ। “ପ୍ରତାପପୁର” ଗାଁ କଥା କହିଲେ ଏଠାରେ ଚକଚାକିଆ ଘର କାର ମୋଟର, ବୁଲେଟରେ ବୁଲନ୍ତି ଚାଷୀ। ଏମିତି କିଛି କଥା କହନ୍ତି ଆଖପାଖ ଗାଁର ଲୋକେ। ଦିନଥିଲା ଏହି ଗ୍ରାମକୁ ଠିକ ରେ ରାସ୍ତା ନଥିଲା। ଘର ଚାଳ ଛପର ହୋଇ ରହିଥିଲା। କିନ୍ତୁ ଏବେ ଗାଁ ଓ ଗ୍ରାମବାସୀଙ୍କ ଭାଗ୍ୟ ବଦଳାଇ ଦେଇଛି ଫୁଲ କୋବି ଚାଷ।

ଗାଁ ର ୧୦୦ ପ୍ରତିଶତ ଲୋକ ଚାଷୀ। ଏହି ଗାଁ ରେ ଶିକ୍ଷିତ ଯୁବକ ଯୁବତୀ ମଧ୍ୟ ଚାକିରୀ ପ୍ରତି ଆକୃଷ୍ଟ ନହୋଇ କୋବି ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।ବିଟେକ ପାଠ ପଢି ମଧ୍ୟ କୋବି ଚାଷ କରି ବେସ ଟଙ୍କା ରୋଜଗାର କରୁଛନ୍ତି। ଗାଁ ରେ କୌଣସି ବି ବ୍ୟକ୍ତି ଦାଦନ ଖଟିବାକୁ ପାଖ ସହର କିମ୍ବା ବାହାର ରାଜ୍ୟ କୁ ଯାଆନ୍ତି ନାହିଁ। ବର୍ଷ ର ଛଅ ମାସ କୋବି ଚାଷ କରି ପାଖା ପାଖି ୭ ରୁ ୮ ଲକ୍ଷ ଟଙ୍କା ପ୍ରତି ବର୍ଷ ରୋଜଗାର କରନ୍ତି ଚାଷୀ। ଏହି ଗାଁ ରେ ବର୍ଷର ଛଅ ମାସ ରେ ଦୁଇ ଥର କୋବି ଚାଷ କରନ୍ତି ଚାଷୀ।

kobiସବୁଠାରୁ ବଡ଼ କଥା ଏହି କୋବି ଚାଷ କରି ନିଜ ନିଜର ପରିବାର ର ମାନଦଣ୍ଡ କୁ ମଧ୍ୟ ସୁଦୃଢ଼ କରିପାରିଛନ୍ତି। ମାର୍ବଲ ରେ ତିଆରି ବଡ଼ ବଡ଼ କୋଠା ଘର। କାର ଓ ବୁଲେଟ ଭଳି ଦାମୀ ଗାଡି ମଧ୍ୟ ଚଳାଉଛନ୍ତି ଚାଷୀ। ପ୍ରତ୍ୟକ ଚାଷୀ ଘରେ କୋବି ପରିବହନ ପାଇଁ ପିକଅପ ଭ୍ୟାନ ଓ ଟ୍ରାକ୍ଟର ଆଦି ରଖିଛନ୍ତି।ନିଜ ନିଜର ପିଲା ମାନଙ୍କୁ ଉଚ୍ଚ ଶିକ୍ଷିତ କରିପାରୁଛନ୍ତି।

ଏହିଭଳି ଜଣେ ଚାଷୀଙ୍କ ସହିତ ଆମେ ପରଚିତ ହୋଇଥିଲୁ। କୋବି ଚାଷ ରୁ ଲାଭ ଦେଖି ଯିଏ ନିଜ ଜୀବନ କାଳ ମଧ୍ୟରେ ଦୁଇ ଦୁଇଟି ସରକାରୀ ଚାକିରୀକୁ ମଧ୍ୟ ହତାଦର କରିଥିଲେ। ପୁଅକୁ ମଧ୍ୟ ବିଟେକ ପାଠ ପଢ଼ାଇଛନ୍ତି। ବୁଲେଟ ଭଳି ଦାମୀ ଗାଡି ମଧ୍ୟ ବ୍ୟବହାର କରୁଛନ୍ତି। ଫୁଲ କୋବିର ଚାହିଦା ଓ ମାନ ଦେଖି ଆଠଗଡ଼,କଟକ,ଭୁବନେଶ୍ବର, ପୁରୀ,ସମ୍ବଲପୁର ,ଦେବଗଡ଼ ଓ ବୌଧ ଭଳି ଜିଲ୍ଲାରୁ ବେପାରୀ ମାନେ ଧାଇଁ ଆସନ୍ତି ତାଙ୍କ ପାଖକୁ। ସକାଳୁ ସକାଳୁ କୋବି ବଗିଚାରେ ଗାଡିର ଲମ୍ବା ଧାଡି ଲାଗିଯାଏ।

କୋବି ଚାଷ କ୍ଷତ୍ରରେ ଲାଭବାନ ଓ ନିଜର ପାରିବାରିକ ମାନଦଣ୍ଡକୁ ସଦୃଢ଼ କରିପାରିଥିବା ଏହି ଗାଁ କୁ ଅନୁଗୋଳ ଜିଲ୍ଲାର ପଞ୍ଜାବ କହିଲେ କୋୖଣସି ଅତ୍ୟୁକ୍ତି ହେବନାହିଁ। କେବଳ ଜିଲ୍ଲା କୃଷି ବିଭାଗର ନଜର ପଡିଲେ ବର୍ଷ ତମାମ କୋବି ଚାଷ କରି ସାରା ରାଜ୍ୟରେ ରେକର୍ଡ କରିପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଗ୍ରାମବାସୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.