ଭଦ୍ରକରୁ ନିଖୋଜ, ସମ୍ବଲପୁରରୁ ଉଦ୍ଧାର: ନିଖୋଜ ହେବାର ୮ ବର୍ଷ ପରେ ଘରକୁ ଫେରିଲେ ମହିଳା

ଭଦ୍ରକ: ଭଦ୍ରକରୁ ନିଖୋଜ, ସମ୍ବଲପୁରରୁ ଉଦ୍ଧାର । ନିଖୋଜ ହେବାର ୮ ବର୍ଷ ପରେ ଉଦ୍ଧାର ହେଲେ ମହିଳା । ଭଦ୍ରକ ଜିଲ୍ଲା ଅସୁରାଳି ଅଞ୍ଚଳରୁ ଦୀର୍ଘ ୮ ବର୍ଷ ହେବ ଗୀତାଞ୍ଜଳି ମଳିକ ନିଖୋଜ ହୋଇଯାଇଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା।

ଗତ ୧୦ଦିନ ପୂର୍ବରୁ ସମ୍ବଲପୁରର ଏକ ଏନଜିଓ ତାଙ୍କୁ ଉଦ୍ଧାର କରି ସଖି ସଂସ୍ଥାକୁ ହସ୍ତାନ୍ତର କରିଥିଲେ । ପରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣକ ତାଙ୍କ ପରିଚୟ ଦେଇଥିଲେ । ପରେ ସମ୍ବଲପୁର ସଖୀ ସଂସ୍ଥାର କେନ୍ଦ୍ର ପ୍ରଶାସିକା ଭଦ୍ରକ ସଖୀ ସଂସ୍ଥା ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହ ଆଲୋଚନା କରି ତାଙ୍କୁ ଘରେ ଛାଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.