ତ୍ୱଚାରେ ୟଙ୍ଗ୍ ଲୁକ୍ ଆଣିବାକୁ ଚାହୁଁଛନ୍ତି କି, ତେବେ ବ୍ୟବହାର କରନ୍ତୁ “ରେଡ୍ ୱାଇନ ଫେସ ପ୍ୟାକ”

ବିଶ୍ୱର କେତେକ ଜଣାଶୁଣା ଗବେଷକଙ୍କ ଅନୁଯାୟୀ, ଯଦି ପ୍ରତି ଦିନ କିଛି କିଛି ରେଡ୍ ୱାଇନ ନିଅନ୍ତି ତେବେ ଶରୀର ପାଇଁ ଏହା ଏକ ହେଲଦି ଟନିକ ଭାବେ କାମ କରିବ । ଏହା ଷ୍ଟ୍ରେସ କମାଇବା ସହ ହଜମ କ୍ରିୟାକୁ ବି ତ୍ୱରାନ୍ୱିତ କରିଥାଏ । ଏହା ସହ ତ୍ୱଚାରେ ଏକ ବିଶେଷ ଚମକ ବି ଆଣିଥାଏ । ନିୟମିତ ଡ୍ରିଙ୍କ କରିବା ସୌଖିନ ରଖୁଥିବା ଲୋକେ ଓ ଆଦୌ ଡ୍ରିଙ୍କ କରିବା ପସନ୍ଦ କରୁନଥିବା ଲୋକେ ସମସ୍ତେ ରେଡ ୱାଇନ ନେଇପାରିବେ । କିନ୍ତୁ ଜାଣନ୍ତିକି ତ୍ୱଚାରେ ଏହାକୁ ନିୟମିତ ବ୍ୟବହାର କଲେ ବୟସାଧିକ ଛାପ ବି କମ ହୋଇଯାଏ । ଏମିତିକି ପ୍ରକୃତ ବୟସ ଠାରୁ ୧୦ ବର୍ଷ ପର୍ଯ୍ୟନ୍ତ କମି ଯାଇପାରେ ତ୍ୱଚାର ଲୁକ । ତେବେ ଆସନ୍ତୁ ଏନେଇ କେତେ ଗୁଡିଏ ଟିପ୍ସ ବାବଦରେ ଜାଣିବା ।
-ଯଦି ଆପଣଙ୍କ ଚେହେରା ଡଲ୍ ଦେଖାଯାଉଛି ଆଉ ତୁରନ୍ତ ଫ୍ରେସ ଲୁକ ପାଇବା ପାଇଁ ଆପଣ ଏହି ତରିକା ଆପଣେଇ ପାରିବେ । ଗୋଟେ କପ ରେଡ ୱାଇନରେ ପ୍ରଥମେ ନିଜ ମୁହଁକୁ ଧୋଇ ନିଅନ୍ତୁ । ଏହା ପରେ ଆପଣ ହାଲ୍କା ମଇଶ୍ଚରାଇଜର ଲଗାଇ ପାରିବେ । ଆଉ ଧୀରେ ଧୀରେ ମସାଜ କରନ୍ତୁ । ଏହା ପରେ ନଖ ଉଷୁମ ପାଣିରେ ଧୋଇ ନିଅନ୍ତୁ । ଏମିତି କରିବା ପରେ ଆପଣଙ୍କ ତ୍ୱଚାରେ ଏକ ବିଶେଷ ଚମକ ଆସିବ । ଆଉ ଆପଣଙ୍କ ସ୍କିନ ବି ଫ୍ରେସ ଦେଖାଯିବ । ଯେବେ ବି ଆପଣଙ୍କ ସ୍କିନ ଡଲ୍ ଦେଖାଯାଉଛି ତେବେ ଇନ୍ଷ୍ଟଣ୍ଟ ଗ୍ଲୋ ପାଇବା ପାଇଁ ଆପଣ ଏହି ଟିପ୍ସ ପାଳନ କରନ୍ତୁ ।
– ଯଦି ଆପଣଙ୍କ ସ୍କିନ ଖୁବ ଶୁଷ୍କ । ତେବେ ନିଜ କୋଲ୍ଡକ୍ରିମରେ କିଛି ରେଡ ୱାଇନ ମିଶାଇ ବି ବ୍ୟବହାର କରିପାରିବେ ।
– ଚେହେରାରେ ତୁରନ୍ତ ଚମକ ଆଣିବାକୁ ଚାହୁଁଥିଲେ ରେଡ ୱାଇନ ଫେସପ୍ୟାକ ବି ବ୍ୟବହାର କରିପାରିବେ । ସବୁ ପ୍ରକାର ସ୍କିନ ପାଇଁ ଏହା ଲାଭଦାୟୀ ହୋଇଥାଏ । ଦୁଇ ଚାମଚ ମହୁ, ଦୁଇ ଚାମଚ ଦହିରେ ଗୋଟେ ଚାମଚ ରେଡ଼ୱାଇନ ଭଲ ଭାବରେ ମିଶାଇ ଦିଅନ୍ତୁ ।
– ଏହି ମିଶ୍ରଣକୁ ତ୍ୱଚା ସମେତ ବେକରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଏବେ ଗୋଲାପ ଜଳ ଲଗାଇ ଦିଅନ୍ତୁ । ଯାହା ଫଳରେ ତ୍ୱଚା ରଂଧ୍ରଗୁଡିକ ବନ୍ଦ ହୋଇଯିବ । ସପ୍ତାହକୁ ଦୁଇରୁ ତିନି ଥର ଏହି ପ୍ୟାକ ଲଗାଇଲେ ତ୍ୱଚା ଯବାନ ଦେଖାଯିବ ।