ପାଣି ସାହାଯ୍ୟରେ କାହିଁକି ଚାଲେନାହିଁ ଗାଡି, ଜାଣନ୍ତୁ ଏହା ପଛର କାରଣ

ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି ଯେ ସମସ୍ତ ଗାଡି ଚାଲିବା ପାଇଁ ପଟ୍ରୋଲ ବା ଡିଜେଲର ଆବଶ୍ୟକ କାହିଁକି ପଡୁଛି ? କଣ ଆମେ ପାଣିକୁ ବ୍ୟବହାର କରି ଗାଡି ଚଲାଇ ପାରିବା ନାହିଁ ? ଯେ କୌଣସି ବାହାନକୁ ଚଲାଇବା ପାଇଁ ଯେଉଁ ଶକ୍ତି ଆବଶ୍ୟକ ସେହି ଶକ୍ତି କଣ ଆମେ ପାଣି ସାହାଯ୍ୟରେ ଉତ୍ପନ୍ନ କରି ପାରିବା ନାହିଁ? ତେବେ ଆଜି ଆମେ ଜାଣିବା ସେହି ସବୁ କାରଣ ବିଷୟରେ ଯାହା ଫଳରେ ଆଜି ପର୍ଯ୍ୟନ୍ତ କୌଣସି ଗାଡି ପାଣି ସାହାଯ୍ୟରେ ଚାଲିବାରେ ସକ୍ଷମ ହୋଇପାରି ନାହିଁ ।
ପେଟ୍ରୋଲ ଏବଂ ଢିଜେଲ ଉଭୟ ପେଟ୍ରୋଲିୟମ ପଦାର୍ଥ ହୋଇଥିବାରୁ ଏହାକୁ ଜିବାଶମ ଇନ୍ଧନ ମଧ୍ୟ କୁହାଯାଏ ।ପେଟ୍ରୋଲିୟମ ଇନ୍ଧନ ତିଆରି ହେଉଉଥିବା ହାଇଡ୍ରୋକାର୍ବନ ଅଣୁରେ ଅଧିକ ମାତ୍ରାରେ କାର୍ବନ ଓ ହାଇଡ୍ରୋଜେନର ପରିମାଣ ରହିଥାଏ ।ପେଟ୍ରୋଲିୟମ ଇନ୍ଧନରେ ଅକ୍ସିଜେନ ଭଳି ଅନ୍ୟ ସବୁ ତଥ୍ୟ ମଧ୍ୟ ରହିଛି। ପେଟ୍ରେଲ ଏବଂ ଡିଜେଲ ବ୍ୟତୀତ କାଠ, କୋଇଲା,କାଗଜ ସମେତ ଅନ୍ୟ କେତେକ ପଦାର୍ଥରେ ମଧ୍ୟ ହାଇଡ୍ରୋକାର୍ବନ ରହିଥାଏ ଯାହାକୁ ଜଳାଇ ଶକ୍ତି ଉତ୍ପନ୍ନ କରାଯାଏ ।
ହଜାର ହଜାର ବର୍ଷ ପୁର୍ବେ ମଣିଷ ଯେତେବେଳେ ନିଆଁର ବ୍ୟବହାର ଶିଖିନଥିଲା ସେତେବେଳେ ହାଇଡ୍ରୋକାର୍ବନର ଉପୟୋଗରେ ଶକ୍ତି ଉତ୍ପାଦନ କରୁଥିଲା । ଗାଡି ପାଇଁ ଏହି ଶକ୍ତି ଗରମ ଆକାରରେ ଆବଶ୍ୟକ ନହୋଇ ଯନ୍ତ୍ର ଚଲାଇବାର ଶକ୍ତି ଆକାରରେ ବ୍ୟବହାର ହୋଇଥାଏ । ଗାଡିର ପେଟ୍ରୋଲିୟମ ଇନ୍ଧନର ଜ୍ୱଳନ ପ୍୍ରକ୍ରିୟା ଏହାର ଇଞ୍ଜିନରେ ରହିଥାଏ ଏବଂ ଅଧିକରୁ ଅଧିକ ଶକ୍ତି ଉତ୍ପାଦନ କରିବା ପାଇଁ ଇଞ୍ଜିନ ନିଜ କାମ କରିଥାଏ ।
ପାଣିକୁ ଇନ୍ଧନ ଆକାରରେ ଜଳାଇବା ସମ୍ଭବ କି?
ପାଣିରେ କୌଣସି ରାସାୟନିକ ପ୍ରକ୍ରିୟା ନଥିବାରୁ ଏହାକୁ ଇନ୍ଧନ ଭାବରେ ବ୍ୟବହାର କରି ହେବ ନାହିଁ । ପାଣି ଗରମ ହେଲେ ତା ମଧ୍ୟରୁ ଶକ୍ତି ଉତ୍ପନ୍ନ ହୋଇଥାଏ କିନ୍ତୁ ସେହି ପାଣିକୁ ଗରମ କରିବା ପାଇଁ କୋଇଲା କିମ୍ବା ଅନ୍ୟାନ୍ୟ ଇନ୍ଧନର ଆବଶ୍ୟକତା ହୋଇଥାଏ । ନିହାତି ଭାବରେ ଏହି ପ୍ରକ୍ରିୟା ଛୋଟ ବାହାନ କିମ୍ବା କାରରେ ଉପଯୋଗ କରିହେବ ନାହିଁ ।
ଅନେକ କମ୍ପାନୀ ପାଣି ଦ୍ୱାରା ଗାଡି ଚଲାଇ ପାରିବାର ଦାବି କରି ବିଫଳ ହୋଇଛନ୍ତି । ୨୦୦୨ ମସିହାରେ ଜେନେସିନ ଓ୍ଵାର୍ଲଡ ଆନର୍ଜି ତରଫରୁ ଏକ ଏହିପରି ଗାଡି ପ୍ରସ୍ତୁତ କରିବାର ଘୋଷଣା କରିଥିଲେ ଯାହା ଦ୍ୱାରା ହାଇଡ୍ରୋଜେନ ଓ ଅକ୍ସିଜେନକୁ ଅଲଗା କରି ତାକୁ ପାଣି ରୂପରେ ପୁର୍ନନିୟୋଜିତ କରି ଶକ୍ତି ପ୍ରାପ୍ତ କରାଯିବ।ଏନେଇ ନିବେଶକଙ୍କ ଠାରୁ ୨୫ ଲକ୍ଷ ଡଲାର ନେଇ ମଧ୍ୟ ଆଜି ପର୍ଯ୍ୟନ୍ତ ଏହିପରି କିଛି ଗାଡି ମାର୍କେଟକୁ ଆଣି ପାରି ନାହାନ୍ତି । ଅନ୍ୟପକ୍ଷରେ ୨୦୦୮ ମସିହାରେ ମଧ୍ୟ ଏକ ଜାପାନୀ କମ୍ପାନୀ ଗାଡିକୁ ପାଣି ଏବଂ ପବନ ସାହାଯ୍ୟରେ ଚଲାଇବାର ମିଛ ଦାବି କରିଥିଲା ।