କାର ଏବଂ ଟ୍ରାକ୍ଟରର ଏମିତି ରୋଡ ଆକ୍ସିଡେଣ୍ଟ ବୋଧହୁଏ କେବେବି ଦେଖିନଥିବେ ଆପଣ, ଥରେ ପକାନ୍ତୁ ନଜର

ପ୍ରାୟ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିବା ପରେ ଲୋକଙ୍କର ହୋସ୍‌ ଉଡିଯାଏ। ଛାତିରେ ଛନକା ପଶିଯାଏ। ଏମିତି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଉ ଏ ଭିଡିଓ ଦେଖିଲେ ଆପଣ ବି କହିବେ ୟାକୁ ହିଁ କୁହନ୍ତି ଠିକ ସମୟରେ ଭାଗ୍ୟ ସାଥ୍‌ ଦେବା।

ଭିଡିଓରେ ଆପଣ ଦେଖିପାରୁଥିବେ ଗୋଟିଏ ଟ୍ରାକ୍ଟର ପଛରେ ବହୁତ ଲୋକ ବସିଛନ୍ତି। ତେବେ ଯେମିତି ହିଁ ଟ୍ରାକ୍ଟର ମେନ ରୋଡକୁ ଆସିଛି, ଠିକ ସେତିକିବେଳେ ପଛପଟୁ ଏକ ଦୃତ ଗତିରେ ଆସୁଥିବା କାର ସିଧା ଆସି ଟ୍ରାକ୍ଟରଟିକୁ ଧକ୍କା ମାରିଲା। ଆଉ ତାପରେ ଯାହା ହେଲା ଆପଣ ବିଶ୍ୱାସ କରିପାରିବେନି।

କାରଟି ଏତେ ଜୋରରେ ଟ୍ରାକ୍ଟରକୁ ଧକ୍କା ଦେଲା ବର୍ତ୍ତିବା ମୁସକିଲ, କିନ୍ତୁ ଏଠି ଯେଉଁ ଘଟଣାଟି ଘଟିଲା ତାକୁ ଦେଖି ଆପଣ କହିବେ ରଖେ ହରି ତ ମାରେ କିଏ। କାର ଟ୍ରାକ୍ଟରକୁ ଏତେ ଜୋରରେ ଧକ୍କା ଦେବା ପରେ ବି ଅଳ୍ପକେ ବର୍ତ୍ତିଗଲେ ଟ୍ରାକ୍ଟର ଚାଳକ। ଏମିତି ଭାବରେ ଭାଗ୍ୟ ତାଙ୍କର ସାଥ୍‌ ଦେଲା ଯେ ଟ୍ରାକ୍ଟରର ଆଗ ପଟ ପାର୍ଟସ ଉଡିକି ତଳେ ପଡିଗଲା କିନ୍ତୁ ଟିକେ ବି ଆଘାତ ଲାଗିନି ଟ୍ରାକ୍ଟର ଚାଳକଙ୍କର। ଏ ଭିଡିଓ ଦେଖି ଆପଣ ବୁଝିସାରିଥିବେ ଯେ ଯାହାର ସମୟ ଭଲ ଥିବ ତାଙ୍କର କେହି ବି କିଛି କ୍ଷତି ପାରିବେନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.