Below header

ଗଣେଶଙ୍କ ଭକ୍ତିରେ ତଲ୍ଲୀନ ହୋଇ ହାତ ଯୋଡ଼ି ବନ୍ଦନା କରୁଛି ବିଲେଇ, ଦେଖିଲେ କରିପାରିବେନି ବିଶ୍ୱାସ

ସୋସିଆଲ ମିଡିଆରେ ପ୍ରତିଦିନ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହେବା ଏକ ସାଧାରଣ କଥା ପାଲଟିଛି। କେତେବେଳେ ହାତୀ ସ୍ୱଚ୍ଛ ଭାରତ ଅଭିଯାନ କରୁଛି ତ ଆଉ କେତେବେଳେ ମାଙ୍କଡ଼ ହୋଟେଲରେ କାମ କରୁଥିବା ଦେଖାଯାଏ। ତେବେ ବର୍ତ୍ତମାନ ଏକ ଏଭଳି ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଭିଡିଓରେ ଏକ ବିଲେଇ ଗଣେଶଙ୍କ ଭଜନରେ ତଲ୍ଲୀନ ହୋଇଯାଇଥିବା ଦେଖାଯାଇଛି।

ଭିଡିଓରେ ଏକ ବିଲେଇ ଗଣେଶଙ୍କ ଭଜନ କରୁଛି। ଗଣେଶଙ୍କର ଏହି ଭକ୍ତର ଭକ୍ତି ଦେଖିଲେ ଆପଣ ବି ଦଣ୍ଡେ ଚାହିଁ ରହିବେ। କାରଣ ଭିଡିଓରେ ବିଲେଇଟି ଗଣେଶଙ୍କ ବନ୍ଦନା ଶୁଣି ହାତକୁ ଯୋଡ଼ି ଠିଆ ହୋଇ ତାଳି ମାରି ମାରି ପ୍ରାର୍ଥନା କରୁଛି।

ଦେଖନ୍ତୁ ଭିଡିଓ:


ଟ୍ଵିଟରରେ ଏହି ଭିଡିଓକୁ ଅବନିଶ୍‌ ଶରନ ନାମକ ଜଣେ ୟୁଜର ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ବିଲେଇର ଭକ୍ତିଭାବକୁ ଖୁବ୍‌ ପ୍ରଶଂସା କରିଛନ୍ତି। ଭିଡିଓଟି ଭାଇରାଲ ହେବା ପରେ ୟୁଜର୍ସମାନେ ବିଲେଇକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ତେବେ ବର୍ତ୍ତମାନ କଳିଯୁଗରେ ମଣିଷମାନେ ନାସ୍ତିକ ହୋଇଯାଇଥିବା ବେଳେ ବିଲେଇର ଏତେ ଭକ୍ତି ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.