Below header

ଚାଣକ୍ୟ ନୀତି : ଦୁଃଖ ଓ କଷ୍ଟରୁ ମୁକ୍ତି ଚାହୁଁଛନ୍ତି ତ ଚାଣକ୍ୟଙ୍କ ଏହି ଅମୂଲ୍ୟ କଥାକୁ ପାଳନ କରନ୍ତୁ

ଚାଣକ୍ୟ ନୀତି କୁହେ ଯେ ବ୍ୟକ୍ତିକୁ ନିଜର ଆଦତକୁ ନେଇ ସର୍ବଦା ଗମ୍ଭୀର ଓ ସତର୍କ ରହିବା ଦରକାର । କାରଣ ଭଲ ଓ ମନ୍ଦ ଆଦତ କାରଣରୁ ବ୍ୟକ୍ତିର ଜୀବନରେ ଦୁଃଖ ଓ କଷ୍ଟ ଆସିଥାଏ । ଚାଣକ୍ୟ କୁହନ୍ତି ଶ୍ରେଷ୍ଠ ଗୁଣକୁ ଆପଣେଇଲେ ଏସବୁ ପରସ୍ଥିତିରୁ ମୁକ୍ତି ମିଳିପାରେ । ଆପଣ ଯଦି ଅନାବଶ୍ୟକ ଦୁଃଖ କଷ୍ଟରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ତେବେ ଚାଣକ୍ୟଙ୍କ ଏହି କଥାକୁ ନିଶ୍ଚୟ ଜାଣନ୍ତୁ ।

ନିନ୍ଦା କରନ୍ତୁ ନାହିଁ :

ଚାଣକ୍ୟଙ୍କ ନୀତି କୁହେ ବ୍ୟକ୍ତିକୁ କେବେ ଅନ୍ୟର ନିନ୍ଦା କରବା କଥା ନୁହେଁ । ଜୀବନରେ ଯେବେ ନିନ୍ଦା କରିବାର ପ୍ରବୃତି ବଢ଼େ । ତାହାଲେ ଦୁଃଖ ଓ କଷ୍ଟର ସ୍ଥିତି ବଢ଼ିଥାଏ । ଅନ୍ୟର ଖରାପ କରି କରି ସେହି ଖରାପ କେବେ ନିଜ ଭିତରେ ପ୍ରବେଶ କରିଯାଏ ଏହା ଜଣାପଡ଼େନାହିଁ । ନିନ୍ଦା କରିବାରେ ଆନନ୍ଦ ଆସିବାକୁ ଲାଗିଲେ ଜାଣିବେ କିଛି ବହୁତ ଖରାପ ଆପଣଙ୍କ ପାଖକୁ ଆସୁଛି । ବିଦ୍ୱାନ ବ୍ୟକ୍ତି ନିନ୍ଦାକୁ ନିନ୍ଦା ରସ ବୋଲି କୁହନ୍ତି । ତାଙ୍କ ପାଇଁ ଏହା ଏକ ଆନନ୍ଦ ରସ । ହେଲେ ପରେ ଏହା ବହୁତ ବଡ଼ କ୍ଷତି କରିଥାଏ ।

ଲୋଭରୁ ବଞ୍ଚନ୍ତୁ :

ଚାଣକ୍ୟ ନୀତି ଅନୁଯାୟୀ ବ୍ୟକ୍ତିକୁ ନିଜର ପରିଶ୍ରମ ଦ୍ୱାରା ଅର୍ଜିତ ଧନ ହିଁ ପାଖରେ ରହିଥାଏ । ପାପାର୍ଜିତ ଅର୍ଥ ଯେପରି ଆସିଥାଏ ସେପରି ଚାଲିଯାଏ । ତେଣୁ ଧନ ମାମଲାରେ କିଛି ବି ପ୍ରକାର ଲୋଭ କରନ୍ତୁ ନାହିଁ । ଲକ୍ଷ୍ମୀଜୀ ସେହିମାନଙ୍କୁ ତାଙ୍କର ଆର୍ଶିବାଦ ପ୍ରଦାନ କରନ୍ତି ଯିଏ ଠିକ୍‌ ମାର୍ଗରେ ପରିଶ୍ରମ ଦ୍ୱାରା ଅର୍ଥ ଉପାର୍ଜନ କରନ୍ତି । ଏପରି ବ୍ୟକ୍ତିକୁ ମାନ, ସମ୍ମାନ ଓ ଧନ ପ୍ରାପ୍ତି ହୋଇଥାଏ ।

ଅହଂକାର କରନ୍ତୁ ନାହିଁ :

ଚାଣକ୍ୟ ନୀତି ଅନୁଯାୟୀ ଅହଂକାର ଏକ ରୋଗ । ଯେଉଁ ବ୍ୟକ୍ତିକୁ ଏହି ରୋଗ ଲାଗିଯାଏ ତାଙ୍କୁ ବର୍ବାଦ ହେବାରୁ କେହି ବଞ୍ଚାଇ ପାରିବେ ନାହିଁ । ଅହଂକାର ବ୍ୟକ୍ତିର ସବୁଠୁ ବଡ଼ ଶତ୍ରୁ । ଏହାଠାରୁ ଦୂରରେ ରହିବା ପାଇଁ ବିନମ୍ରତା ଓ ପ୍ରେମର ଆବଶ୍ୟକ ଥାଏ ।

ଆଳସ୍ୟ ଠାରୁ ଦୂରରେ ରୁହନ୍ତୁ :

ଚାଣକ୍ୟ ନୀତି କୁହେ ଆଳସ୍ୟ ମଧ୍ୟ ଦୁଃଖ କଷ୍ଟର ବଡ଼ କାରଣ । ଯେଉଁ ବ୍ୟକ୍ତି ଆଳସ୍ୟ କାରଣରୁ ଆଜିର କାମ କାଲି ଉପରେ ଛାଡ଼ିଥାଏ । ସେ ବ୍ୟକ୍ତି ପରେ ଦୁଃଖ ପାଇଥାଏ । ତେଣୁ ସର୍ବଦା ଅନୁଶାସନ ପାଳନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.