Below header

ଚାଣକ୍ୟ ନୀତି : ଘରେ ଯଦି ଏପପରି ସଂକେତ ଦେଖା ଯାଉଛି, ତେବେ ଘର ବଞ୍ଚାଇବା ପାଇଁ ତୁରନ୍ତ ହୋଇଯାଆନ୍ତୁ ସାବଧାନ 

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି |

ନୀତିଶାସ୍ତ୍ର ଅନୁଯାଇ ଘରେ କିଛି ବିପଦ ଆସିବା ପୂର୍ବରୁ ଏହାର ସଂକେତ ମିଳିଥାଏ | ଏହି ସଂକେତ ମାଧ୍ୟମରେ ଜାଣିହେବ ଯେ ଭବିଷ୍ୟତରେ ଘରର ଆର୍ଥିକ ସ୍ଥିତି କିପରି ହେବ | ଆସନ୍ତୁ ଜାଣିବା କଣ ଏହି ସଂକେତ କଣ କହେ ଚାଣକ୍ୟଙ୍କ ବାଣୀ |

ଘରେ ପୂଜା ପାଠ ନ ହେବା –

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ଘରେ ପୂଜା ହୁଏନାହିଁ କିମ୍ବା ଯେଉଁଠାରେ ଲୋକ ଈଶ୍ୱରଙ୍କ ଧ୍ୟାନ କରନ୍ତି ନାହିଁ ସେ ଘରେ ସୁଖ ସମୃଦ୍ଧି ଆସିବା ବନ୍ଦ ହୋଇଯାଇଥାଏ |ଘରେ ରହୁଥିବା ଲୋକଙ୍କ ମଧ୍ୟରେ ଭଲ ପାଇବା କମି ଯାଇଥାଏ | ଯେଉଁ କାରଣରୁ ଲକ୍ଷ୍ମୀ ମାତା ସେ ଘରେ ବାସ କରନ୍ତି ନାହିଁ |

ବଡ ବା ଗୁରୁଜନମାନଙ୍କର ଅପମାନ କରିବା –

ଆଚାର୍ଯ୍ୟଙ୍କ ଅନୁସାରେ ଗୁରୁଜନମାନଙ୍କର ସମ୍ମାନ କରିବା ଉଚିତ | ଯେଉଁ ଘରେ ବଡ -ଗୁରୁଜନମାନଙ୍କର ଅପମାନ ହୋଇଥାଏ ସେ ଘରେ ବିପଦ ମାଡି ଆସିଥାଏ ଏବଂ ଏହା ଆର୍ଥିକ ସଙ୍କଟର ସୂଚନା ଦେଇଥାଏ |

ଘରେ କଳି ଝଗଡା ହେବା –

ଆଚାର୍ଯ୍ୟଙ୍କ ଅନୁସାରେ ମତଭେଦ ଦୂର କରାଯାଇ ପାରିବ କିନ୍ତୁ ମତଭେଦ ହୋଇଗଲା ତ ସେ ଘରେ ସବୁବେଳେ ଝଗଡା ଲାଗି ରହିବ | ନୀତି ଶାସ୍ତ୍ର ଅନୁସାରେ ଯେଉଁ ଘରେ 24 ଘଣ୍ଟା କେବଳ କଳି ହୋଇଥାଏ ସେ ଘରେ ଆର୍ଥିକ ଉନ୍ନତି ସମ୍ଭବ ହୋଇପାରେ ନାହିଁ |

ତୁଳସୀ ଗଛ ଶୁଖିଯିବା –

ସାଧାରଣତଃ ସବୁ ଘରେ ତୁଳସୀ ଗଛ ଲଗା ଯାଇଥାଏ ଏବଂ ଏହାର ପୂଜା ମଧ୍ୟ କରାଯାଇଥାଏ | ଚାଣକ୍ୟଙ୍କ ଅନୁସାରେ ଯଦି ଘର ଉପରେ କୌଣସି ବିପଦ ଆସିବାର ଥାଏ ତେବେ ଆପଣଙ୍କ ଘରର ତୁଳସୀ ଗଛ ସୁଖିବାକୁ ଆରମ୍ଭ କରିଥାଏ | ଏ  ମଧ୍ୟ ଆର୍ଥିକ ସଙ୍କଟର ସଂକେତ ଦେଇଥାଏ |

ବାରମ୍ବାର କାଚର ଭାଙ୍ଗିବା –

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ଆପଣଙ୍କ ଘରେ ବାରମ୍ବାର କାଚ ଭାଙ୍ଗୁଛି ତାହେଲେ ଏହା ଧନ ହାନି ର ସୂଚନା ଦେଇଥାଏ | ଏଥିପାଇଁ କାଚର ବାରମ୍ବାର ଭାଙ୍ଗିବା ଆର୍ଥିକ ସଙ୍କଟର ସଂକେତ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.