ଘରେ ପୂଜା ପରେ ଶଙ୍ଖ ବଜାଇବା ନିୟମ ଜାଣିବା ଜରୁରୀ, ନଚେତ ହୋଇପାରେ ଘରେ ଅସୁବିଧା

ହିନ୍ଦୁ ଧର୍ମରେ ଶଙ୍ଖରେ ମା ଲକ୍ଷ୍ମୀଙ୍କର ବାସ ମାନାଯାଏ | ମାନ୍ୟତା ଅଛି କି ପୂଜା ପରେ ନିୟମିତ ଭାବରେ ଶଙ୍ଖ ବଜାଇବାଦ୍ୱାରା ଘରର ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଘର-କଳିରୁ ମୁକ୍ତି ମିଳିଥାଏ | ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁ ଙ୍କର ଆଶୀର୍ବାଦ ବି ମିଳିଥାଏ | ଘରେ ଶଙ୍ଖ ବଜାଇବା ସମୟରେ କିଛି କଥା ଉପରେ ଧ୍ୟାନ ରଖିବା ନିହାତି ଜରୁରୀ |ଆସନ୍ତୁ ଜାଣିବା –

ଶଙ୍ଖ ବଜାଇବା ନିୟମ :

–  ଯଦି ଆପଣଙ୍କ ଘରେ ଶଙ୍ଖ ଅଛି ତେବେ ଗୋଟିଏ ନୁହେଁ ବରଂ ଦୁଇଟି ଶଙ୍ଖ ରଖନ୍ତୁ |ବଜାଇବା ପାଇଁ ଗୋଟିଏ ଏବଂ ଅଭିଷେକ ପାଇଁ ଅନ୍ୟଟି      ରଖନ୍ତୁ |

  ଭଗବାନଙ୍କୁ ପୂଜା କରୁଥିବା ଶଙ୍ଖକୁ କେବେବି ବଜନ୍ତୁ ନାହିଁ |ଏମିତି କରିଲେ ସେ ଅଇଁଠା ହୋଇଯାଏ |

  ସେମିତି ବଜାଉଥିବା ଶଙ୍ଖ ରେ କେବେ ପୂଜା କରିବା ଉଚିତ ନୁହେଁ |

  ମାନ୍ୟତା ଅଛି ଯେ ଭଗବାନ ବିଷ୍ଣୁ ଙ୍କୁ ଶଙ୍ଖାରେ ଜଳ ଅର୍ପଣ କରିବା ଶୁଭ ହୋଇଥାଏ |କିନ୍ତୁ ଭଗବାନ ଶିବ ଏବଂ ସୂର୍ଯ୍ୟ ଦେବତାଙ୍କୁ ଭୁଲରେ ବି     ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ |

  ଶଙ୍ଖକୁ ବଜାଇବା ପୂର୍ବରୁ ଗଙ୍ଗଜଳରେ ଧୋଇନେବେ | ଗଙ୍ଗା ଜଳ ନଥିଲେ ପାଣିରେ ଧୋଇପାରିବେ |

–  ପୂଜା ଵାଲା ଶଙ୍ଖାରେ ସର୍ବଦା ପାଣି ଭରିକରି ରଖିବେ |ନିୟମିତ ଭାବରେ ପୂଜା ପରେ ଘରେ ଏହି ଜଳ ଛିଞ୍ଚନ୍ତୁ ,ଏହାଦ୍ୱାରା ସକାରାତ୍ମକ ଶକ୍ତିର
ବାସ ହୋଇଥାଏ ଏବଂ ସୁଖ -ସମୃଦ୍ଧି ଲାଗି ରହେ |

  ଆପଣଙ୍କ ଶଙ୍ଖ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦିଅ ନାହିଁ କିମ୍ବା ଅନ୍ୟ କାହାର ଶଙ୍ଖ ବ୍ୟବହାର କରନ୍ତୁ ନାହିଁ |

  ଶଙ୍ଖ କେବଳ ସକାଳ କିମ୍ବା ସନ୍ଧ୍ୟାରେ ବଜାନ୍ତୁ | ଅନ୍ୟ କୌଣସି ସମୟରେ ଶଙ୍ଖ ବଜାନ୍ତୁ ନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.