Below header

ଚାଣକ୍ୟ ନୀତି : ଏହି ଚାରି ଜିନିଷରେ କ୍ଷଣିକ ପାଇଁ ମିଳିଥାଏ ଖୁସି, ଏଥିରୁ ଦୂରରେ ରହିବା ହିଁ ଲାଭ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି | ଚାଣକ୍ୟ ଆଜି ଏମିତି କିଛି ଜିନିଷ ଠାରୁ ଦୂରରେ ରହିବାକୁ କହିଛନ୍ତି ଯାହା କ୍ଷଣିକ ସୁଖ ଦେଉଥିଲେ ମଧ୍ୟ ପରେ ଦୁଃଖ ଦେଇଥାଏ |

ଆକାଶରେ ବାଦଲ ଦେଖାଯିବା :

ବେଳେବେଳେ ଆପଣ ଦେଖିଥିବେ ଯେତେବେଳେ ଆକାଶରେ ବାଦଲ ଆସିଥାଏ ତାର ଛାଇ ବହୁତ ଶାନ୍ତି ଦେଇଥାଏ | କିନ୍ତୁ ଏହି ଛାଇ କ୍ଷଣିକ ପାଇଁ ହୋଇଥାଏ | ଆଚାର୍ଯ୍ୟ ଚାଣକ୍ୟ ଏହା କହିବାକୁ ଚାହାନ୍ତି କି ଯେଉଁ କଥା କ୍ଷଣେ ମାତ୍ର ଶାନ୍ତି ଦେଇଥାଏ ତା ଉପରେ କେବେ ବି ବୁଦ୍ଧିମାନ ମଣିଷ ଆଶ୍ରିତ ହୋଇ ରହିନଥାଏ |

ଖରାପ ବ୍ୟକ୍ତି ଠାରୁ ଲାଭ ଆଶା :

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଖରାପ ଲୋକର ନା ବନ୍ଧୁତା ଭଲ ନା ଶତ୍ରୁତା | ଏମିତି ଲୋକ ଠାରୁ ଯେତିକି ଦୂରରେ ରହିବେ ସେତିକି ଭଲ | ଯଦି କୌଣସି ଖରାପ ବ୍ୟକ୍ତିର ସେବା କରି କିଛି ଲାଭ ପାଇଗଲେ ତେବେ ତାହା କ୍ଷଣିକ ପାଇଁ ଆନନ୍ଦ ଦେଇଥାଏ | ସେ ଆପଣଙ୍କ ସେବାରେ କ୍ଷଣେ ମାତ୍ର ଖୁସି ହେବେ କିନ୍ତୁ ଯଦି ଆପଣ ତାଙ୍କ ଠାରୁ କିଛି ଆଶା କରିବେ ତେବେ ସେ ସଂଗେ ସଂଗେ ଆପଣଙ୍କ ବିରୋଧରେ ଭଲ ମନ୍ଦ କହିବେ |

ଖରାପ ଲୋକଙ୍କ ସହ ପ୍ରେମ :

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୌଣସି ଖରାପ ବ୍ୟକ୍ତିଙ୍କ ପ୍ରେମରେ ପଡିବା କଥା ନୁହେ | ଯଦି କେହି ଦୁଷ୍ଟ ସ୍ଵଭାଵ ର ହୋଇଥାନ୍ତି ସେ କ୍ଷଣିକରେ ଭଲ ଭୁଲି ତାର ନିଜ ସ୍ୱରୂପକୁ ଆସିଥାଏ ଓ ଦୁଷ୍ଟତା କରିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.