ଜନ୍ମ ହଉ ହଉ ପୁଷ୍ପାର ଝୁକେଗା ‘ନେହିଁ ଆକ୍ସନ କଲା ନବଜାତ ଶିଶୁ, ଦେଖନ୍ତୁ ଆକ୍ଟିଙ୍ଗ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପାର ସାରା ଦୁନିଆରେ କ୍ରେଜ୍ ରହିଛି, ଏହା ତ ସମସ୍ତେ ଜାଣିଛନ୍ତି। ଛୋଟ ପିଲାଙ୍କ ଠାରୁ ନେଇ ବଡ ପର୍ଯ୍ୟନ୍ତ ଶ୍ରୀବଲ୍ଲୀ, ସାମି-ସାମି ଗୀତରେ ଝୁମୁଥିବା ଦେଖିବାକୁ ମିଳୁଛି। ପୁଷ୍ପା ରାଜର ଆଇକନିକ ଆକ୍ସନ ମଧ୍ୟ ଲୋକେ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଲାଟେଷ୍ଟ ଭିଡିଓ ଦେଖି ଆପଣଙ୍କୁ ଲାଗିବ ବାଃ ମାନିବାକୁ ପଡିବ। ଟ୍ଵିଟରରେ ଏକ କ୍ଲିପ ଏବେ ଭାଇରାଲ ହେଉଛି। ଏଥିରେ ଏକ ନ୍ୟୁବର୍ନ ବେବି ଜନ୍ମ ହେଉ ହେଉ ହାତରେ ପୁଷ୍ପା ରିଆକସନ୍ କରୁଛି। ଆଇଏଏସ ଅଫିସର ଅବନିଶ ଶରନ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ୟେ ତୋ ପକ୍କା ନେହିଁ ଝୁକେଗା। ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିସାରିଲେଣି।
ଲୋକମାନେ ପିଲାଟିର ଏହି ଝୁକେଗା ନେହିଁ ଷ୍ଟାଇଲକୁ ବହୁତ ପସନ୍ଦ କରୁଛନ୍ତି। ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ଡିସେମ୍ବର ୨୦୨୧ରେ ରିଲିଜ୍ ହୋଇଥିଲା ଏବଂ ଏଥିପାଇଁ ଲୋକଙ୍କ ମଧ୍ୟରେ ଏବେ ପର୍ଯ୍ୟନ୍ତ କ୍ରେଜିନେସ୍ ଭରିକି ରହିଛି। ଫିଲ୍କର ଡାଇଲଗ ଠାରୁ ଆରମ୍ଭ କରି ଗୀତ ପର୍ଯ୍ୟନ୍ତ ଅନେକ ଭିଡିଓ ଏବଂ ରିଲ୍ସ ଭାଇରାଲ ହୋଇସାରିଲାଣି। ବିରାଟ କୋହଲୀଙ୍କ ଠାରୁ ନେଇ ରବୀନ୍ଦ୍ର ଜାଡେଜା ପର୍ଯ୍ୟନ୍ତ ଅନେକ କ୍ରିକେଟର୍ସ ପୁଷ୍ପା ପାଇଁ ନିଜର କ୍ରେଜକୁ ବିଭିନ୍ନ ଉପାୟରେ ଦେଖାଉଛନ୍ତି।
ତେବେ ଏହାରି ମଧ୍ୟରେ ଏକ ନବଜାତ ଶିଶୁର ଭିଡିଓ ଖୁବ୍ ଭାଇରାଲ ହେଉଛି। ନବଜାତ ଶିଶୁଟିର ଷ୍ଟାଇଲ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏକଦମ୍ ପୁଷ୍ପାର ‘ଝୁକେଗା ନେହିଁ’ ଷ୍ଟେପ କରୁଛି ଶିଶୁଟି। ଭିଡିକୁ ଟ୍ଵିଟରରେ ଆଇଏଏସ ଅଫିସର ଅବନିଶ୍ ସରନ୍ ସେୟାର କରିଛନ୍ତି।
ଏହି ଭିଡିଓରେ ଅନେକ ମଜାଦାର କମେଣ୍ଟସ ରହିଛି। ଏକ ୟୁଜର ଲେଖିଛନ୍ତି କଳିଯୁକ କଣ ଶେଷ ହୋଇଗଲା? ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ପୁଷ୍ପା ଭାଇର ପିଲାଦିନର ଫଟୋ। ଆଉ ଜଣେ ୟୁଜର ଅତି ମଜାଳିଆ ଢ଼ଙ୍ଗରେ କମେଣ୍ଟ କରିଛନ୍ତି, ମେ ସୁସୁ ନେହିଁ କରେଗା ସାଲା। ଆପଣ ବି ଦେଖନ୍ତୁ ଏହି ମଜାଦାର ଭିଡିଓ।
ये तो पक्का कभी झुकेगा नहीं.🤩 pic.twitter.com/orOnRwPpPG
— Awanish Sharan (@AwanishSharan) March 7, 2022