କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରିପୋର୍ଟ ଦେଢବର୍ଷ ଯାଏଁ ପଜିଟିଭ

ଏପର୍ଯ୍ୟନ୍ତ ଯାହା ଦେଖାଯାଇଛି କରୋନା ହେବାର କିଛି ଦିନ ପରେ ପରୀକ୍ଷା କଲେ ତାହା ନେଗେଟିଭ ହୋଇଯାଏ । କିନ୍ତୁ ଏହା ତୁର୍କିୀର ଜଣେ ବ୍ୟକ୍ତିଙ୍କ ସହ ହୋଇନାହିଁ । ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର କୋଭିଡ ହେବାର ଦେଢ ବର୍ଷ ପର୍ଯ୍ୟନ୍ତ ରିପୋର୍ଟ ପଜେଟିଭ ଆସୁଛି । ସେ ଯେତେଥର ପରୀକ୍ଷା କରୁଛନ୍ତି ସେତେ ଥର ତାଙ୍କ ରିପୋର୍ଟ ପଜେଟିଭ ବାହାରୁଛି ।

ଯେତେବେଳେ ବି କରୋନା ଭାଇରସ ରିପୋର୍ଟ ସକରାତ୍ମକ ଆସେ, ସେମାନଙ୍କୁ ପରାମର୍ଶ ଦିଆୟାଏ ଯେ ସେମାନେ ୧୪ କି ୧୫ଦିନ ପରେ ପରୀକ୍ଷା କରିପାରିବେ । ଏଇଥିପାଇଁ ଏକଥା କୁହାଯାଏ ଯେ କିଛି ଦିନ ପରେ ଭାଇରସ ସକ୍ରିୟ ହୋଇ ରହେନାହିଁ ଏବଂ ରିପୋର୍ଟ ନେଗେଟିଭ ଆସିଥାଏ । ଯାହାକୁ କରୋନା ନଥିବା ଦର୍ଶାଯାଏ ବା ଧରିନିଆଯାଏ । କିନ୍ତୁ ତୁର୍କୀରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ସହ ତାହା ହୋଇନାହିଁ । ସେ କରୋନା ଭାଇରସ ପାଇଁ ଅନେକ ପରୀକ୍ଷା କରିଛନ୍ତି ଏବଂ ଅଦ୍ୟାବଧି ତାଙ୍କର କୌଣସି ରିପୋର୍ଟ ନେଗେଟିଭ ହେଉନାହିଁ । ପ୍ରତ୍ୟେକ ଥର ରିପୋର୍ଟ କେବଳ ପଜେଟିଭ ଆସୁଛି । ଏ ବ୍ୟକ୍ତି କେବଳ ଏବେ ନୁହେଁ ଦେଢ ବର୍ଷ ହେବ ପରୀକ୍ଷା କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏହା କିପରି ହୋଇପାରେ । ଜାଣିବା ଡାକ୍ତର ଏ ମାମଲାକୁ ନେଇ କଣ କହୁଛନ୍ତି । କାରଣ ଏ ରୋଗ ଏଭଳି ଯେଉଁଥିପାଇଁ ପୁରା ବିଶ୍ୱକୁ ଚିନ୍ତା ଘାରିଛି ।

ଏକ ରିପୋର୍ଟ ଅନୁସାରେ ତୁର୍କୀରେ ରହୁଥିବା ମୁଜାଫର କାୟାସାନ ଜଣେ କର୍କଟ ରୋଗୀ । ଗତ ୧୪ମାସ ମଧ୍ୟରେ ତାଙ୍କର କୋଭିଡ ରିପୋର୍ଟ ଅତି କମରେ ୭୮ଥର ପଜେଟିଭ ହୋଇଛି । ମୋଟ ଉପରେ ସେ ଏପର୍ଯ୍ୟନ୍ତ ୭୮ଥର ଟେଷ୍ଟ କରିଛନ୍ତି । ବିଶେଷ କଥା ହେଉଛି ସେ ସମସ୍ତ ଯାକ ପରୀକ୍ଷା ପଜେଟିଭ ବାହାରିଛି ।

କରୋନା ଦ୍ୱାରା ସମସ୍ୟାରେ ପଡିଥିବା ମୁଜାଫର କହିଛନ୍ତି ଯେ ବହୁତ ହେଇଗଲାଣି ଏବଂ ଏହା ପ୍ରାୟ ମତେ ମାରି ସାରିଲାଣି । କାରଣ ଏକ ସମୟରେ ମୋର ଓଜନ ୫୦ କିଲୋଗ୍ରାମରୁ କମ ହୋଇଯାଇଥିଲା । ମୁଁ ଭାବୁଛି ଏହା କୋଭିଡର ମହିଳା ସଂସ୍କରଣ । ଏବଂ ଏହା ମତେ ଛାଡିବାକୁ ଚାହୁଁନି । ହୁଏତ ତାକୁ ମୋ ପାଖରେ ଭଲ ଲାଗୁଛି । କାରଣ ମୋ ହୃଦୟ ବହୁତ ଭଲ ଅଟେ ।

ଏହା ସହ ମୁଜାଫରଙ୍କ ପୁଣ କହନ୍ତି କି ମୋ ବାପା ଜଣ ସକାରାତ୍ମକ ବ୍ୟକ୍ତି । ତାଙ୍କୁ କୋଭିଡ ହେବା ପରେ ସେ ଆଉ ନେଗେଟିଭ ହେଉନାହାନ୍ତି । ତାଙ୍କ କହିବାକଥା କି ସେ ନାଲି ବତିରେ ଫସିଯାଇଛନ୍ତି ଏମିତି କି ତାକୁ ପାରି ହୋଇପାରୁନାହାନ୍ତି ।

ଏ ମାମଲାରେ ଡାକ୍ତର କହନ୍ତି ଏହା ବ୍ୟତିକ୍ରମ ହୋଇପାରେ । ଏହା ଲଙ୍ଗ ପଜିଟିଭିଟି ଭାବରେ ଦେଖାଯିବ । ଏହି ବ୍ୟକ୍ତିଙ୍କୁ ଉଦାହରଣ ସ୍ୱରୁପ ନିଆଯାଇପାରିବ । କାରଣ ୪୪୧ଦିନ ଯାଏଁ ପଜିଟିଭ ଆସିବା ଏଭଳି ମାମଲା ଏପର୍ଯ୍ୟନ୍ତ ସାମନାକୁ ଆସିନାହିଁ । କିନ୍ତୁ ଯେହେତୁ ଆମେ ଏହାର କଲ୍ଚର ପରୀକ୍ଷା କରିପାରିବୁ ନାହିଁ ତେଣୁ ଏହା ଜଣାପଡୁନାହିଁ କି ଭାଇରସ ସକ୍ରିୟ ରହିଛି କି ନାହିଁ । ଫଳରେ ତାହା ନିଶ୍ଚିନ୍ତ ଭାବରେ କୁହାଯାଇପାରିବ ନାହିଁ । ତଥାପି ୯୯ପ୍ରତିଶତ ସୁଯୋଗ ଅଛି ଯେ ଏହି ଭାଇରସ ଆଉ ସକ୍ରିୟ ହେବ ନାହିଁ । ଏବଂ ଏହା ମଧ୍ୟ ସଂକ୍ରମିତ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.