ସ୍ୱପ୍ନ ଥିଲା ସେନାରେ ଯୋଗଦେବା ହେଲେ ସ୍ୱପ୍ନ ପୂରା ହେଲା ୟୁକ୍ରେନରେ

ପ୍ରାୟ ଦୁଇ ସପ୍ତାହ ଧରି ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଋଷର ସେନା କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି । ଏହାରି ଭିତରେ ୟୁକ୍ରେନରେ ଅନେକ କିଛି କ୍ଷତି ହୋଇସାରିଲାଣି । ତଥାପି ନିଜ ଦେଶକୁ ବଞ୍ଚାଇବାକୁ ୟୁକ୍ରେନ ନିଜ ସେନା ଓ ନାଗରିକଙ୍କ ସହ ମିଶି ଯୁଦ୍ଧର ସାମନା କରୁଛି ।

କହିରଖୁଛୁ ୟୁକ୍ରେନରେ ଫସି ରହିଥିବା ଭାରତୀୟ ମାନଙ୍କୁ ଥଇଥାନ କରୁଥିବା ବେଳେ ଏହି ସମୟ ମଧ୍ୟରେ ଭାରତ ଫେରିବା ପରିବର୍ତ୍ତେ ଜଣେ ଭାରତୀୟ ଛାତ୍ର ସେଠାରେ ସେନାରେ ଯୋଗଦେବାକୁ ଏବଂ ଋଷିଆ ବିରୁଦ୍ଧରେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଏପରି ପରିସ୍ଥିତିରେ ଜାଣନ୍ତୁ ସେ ବ୍ୟକ୍ତି କିଏ ଏବଂ ସେ କେଉଁଠାରୁ ଆସିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଏହି ପିଲାକୁ ନେଇ ସୂଚନା ଦିଆଯାଇଛି ଏବଂ କୁହାଯାଇଛି ଯେ ଜଣେ ଭାରତୀୟ ୟୁକ୍ରେନସେନାରେ ଯୋଗ ଦେଇଛନ୍ତି । ଏ ବ୍ୟକ୍ତିଙ୍କ ନାମ ସାଇନିକେଶ ରବିଚନ୍ଦ୍ରନ । ଯିହାଙ୍କୁ ମାତ୍ର ୨୧ବର୍ଷ । ରବିଚନ୍ଦ୍ରନ ତାମିଲନାଡୁର କୋଏମ୍ବାଟୁରରୁ ଆସିଛନ୍ତି ଯିଏ ୟୁକ୍ରେନର ପାରାମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ କିଛି ଅଧିକାରୀ ତାଙ୍କ ଘରକୁ ଆସି ପିତାମାତାଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି ।

ସତଟା ହେଉଛି ରବିଚନ୍ଦ୍ରନ ସେନାରେ ଯୋଗଦେବାର ସ୍ୱପ୍ନ ଥିଲା । ଏହା ପୂର୍ବରୁ ସେ ଭାରତୀୟ ସେନାରେ ମଧ୍ୟ ଆବେଦନ କରିଥିଲେ । କିନ୍ତୁ କୌଣସି କାରଣରୁ ତାଙ୍କର ଚୟନ ହୋଇପାରିଲା ନାହିଁ । ଏହାପରେ ସେ ୟୁକ୍ରେନରେ ନ୍ୟାସନାଲ ଏରୋସ୍ପେସ ୟୁନିଭରସିଟିରେ ପଢିଲେ । କହିରଖୁଛୁ ଏହି ବିଶ୍ୱଦିବ୍ୟାଳୟ ୟୁକ୍ରେନ ଖାର୍କିଭରେ ଅବସ୍ଥିତ । ତାଙ୍କର ପାଠ୍ୟକ୍ରମ ଚଳିତ ବର୍ଷ ଜୁଲାଇରେ ଶେଷ ହେବା କଥା । କିନ୍ତୁ ତାପୂର୍ବରୁ ଏଭଳି ପରିସ୍ଥିତିର ସାମନା କରିବାର ସ୍ଥିତି ଉପୁଜିଛି ।
ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ତାଙ୍କ ପରିବାରର କହିବା କଥା କି ସେମାନେ ସାଇନିକେଶଙ୍କ ସହ ସମ୍ପର୍କ କରିପାରୁନାହାନ୍ତି । ଦୂତାବାସର ସାହାଯ୍ୟ ନେବା ପରେ ସେମାନେ ତାଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ । ତେବେ ସାଇନିକେଶ କହିଛନ୍ତି କି ସେ ୟୁକ୍ରେନରେ ଋଷ ବିରୁଦ୍ଧରେ ଲଢିବା ପାଇଁ ୟୁକ୍ରେନ ପାରାମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରସୋରରେ ସେୟାର କରାଯାଉଛି ।

ଗୋଟେପଟେ ୟୁକ୍ରେନରେ ଅନେକ ସହରରେ ଅସ୍ତ୍ରବିରତି ଲଗାଯାଇଛି । ଅନ୍ୟପଟେ ନାଗରିକଙ୍କ ସୁରକ୍ଷା ଉପରେ ଅନେକ କିଛି ଜବାବ ତଲବ ପାଇଁ ତଦନ୍ତ କରାଯାଉଛି । ତେବେ ଏହାକୁ ନେଇ ୟୁଏନଏସସି ବୈଠକରେ ଋଷିଆ କହିଛି କି ସ୍ପେଶାଲ ମିଲିଟରୀ ଅପରେସନ କ୍ଷେତ୍ରରେ ୧ଲକ୍ଷ ୬୮ହଜାରରୁ ଅଧିକ ଲୋକଙ୍କୁ ସ୍ୱତନ୍ତ୍ର ସାମରିକ ଅଞ୍ଚଳରୁ ସୁରକ୍ଷିତ ଭାବେ ଋଷିଆକୁ ସ୍ଥାନାନ୍ତର କରାଯାଇଛି । ଏବଂ ଗତ ୨୪ଘଣ୍ଟା ମଧ୍ୟରେ ୫୫୦୦ ଲୋକ ସୀମା ପାର କରିଛନ୍ତି । ଆମେ ମଧ୍ୟ ୟୁକ୍ରେନରୁ ଆସୁଥିବା ନାଗରିକଙ୍କ ପାଇଁ ଅସ୍ଥାୟୀ ରହଣୀ ସ୍ଥାନ ସ୍ଥାପନ କରୁଛୁ । କିନ୍ତୁ ବଡକଥା ଏଇଆ ଘଟିଛି କି ଯୁଦ୍ଧ ଆରମ୍ଭରୁ ଋଷିଆ ୟୁକ୍ରେନରେ ୬୨୫ରୁ ଅଧିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.