Below header

ଚାଣକ୍ୟ ନୀତି : ଏହି ତିନି କଥାରେ ଲାଜ କଲେ ହେବ ବଡ କ୍ଷତି, କେବେ ବି ଏହାକୁ ପୁରାଣ କରି ପାରିବେନି, ଜାଣନ୍ତୁ କାରଣ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି |

ଆଜି ଆମେ ଚାଣକ୍ୟଙ୍କ ଏମିତି କଥା ବିଷୟରେ କହିବୁ ଯେଉଁ କଥାରେ କେବେ ବି ଲାଜ କରିବା କଥା ନୁହେ | ଯଦି ବ୍ୟକ୍ତି ଏହି ସବୁ କଥାରେ ଲାଜ କରନ୍ତି ତେବେ ବଡ କ୍ଷତି ସହିବେ | ଯାହାର ଭରଣା କେବେ ବି କରି ପାରିବେନି |

ଏହି କଥାରେ ଭୁଲରେ ବି କରନ୍ତୁ ନାହିଁ ଲାଜ :

ଜ୍ଞାନ ଆହରଣ ବେଳେ : ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି କେବେ ବି ଜ୍ଞାନ ଗ୍ରହଣ କରିବା ବେଳେ ଲାଜ କରନ୍ତୁ ନାହିଁ | ଯଦି ଏହି ମାମଲାରେ ଲାଜ କରନ୍ତି ତେବେ ଅଜ୍ଞାନୀ ରହିଯିବେ | ନା ଆପଣ ଜୀବନରେ ଉପରକୁ ଉଠି ପାରିବେ ନ ସୁଖ ପାଇଁ ପାରିବେ | ତେଣୁ ଜ୍ଞାନ ଆହରଣ ବେଳେ ଜିଜ୍ଞାସା ହେବା ଦରକାର |

ଉଧାର ଦେଇଥିବା ଅର୍ଥ ମାଗିବାରେ : ଚାଣକ୍ୟ କୁହନ୍ତି କାହାର ଅସୁବିଧା ବେଳେ ସାହାଯ୍ୟ କରିବା ଭଲ କଥା | ଯଦି ଆପଣ କାହାକୁ ଅସୁବିଧା ବେଳେ ଟଙ୍କା ଉଦ୍ଧାର ଦେଇଛନ୍ତି ଓ ସେ ଏହାକୁ ଦେଉ ନାହାନ୍ତି ତେବେ ଏଠାରେ ତାଙ୍କ ମାଗିବାରେ ସଂକୋଚ କରିବା କଥା ନୁହେ | ଅର୍ଥ ଉଧାର ଦେଇଛନ୍ତି ତ ମାଗିବାରେ ସଂକୋଚ କରିବା କଥା ନୁହେ | ନଚେତ ବଡ କ୍ଷତି ସହିବେ |

ଭୋଜନ କରିବା ବେଳେ : ଯଦି କୁଆଡେ ଭୋଜନ କରିବାକୁ ଯାଉଛନ୍ତି ତେବେ ଖାଦ୍ୟ ଗ୍ରହଣ ବେଳେ ଲାଜ କରିବା କଥା ନୁହେଁ | ନଚେତ ଲୋକେ ଆପଣଙ୍କୁ ଠକିବାରେ କୌଣସି ମଉକା ହାତଛଡା କରିବେ ନାହିଁ | ଅଧା ପେଟରେ ଆସିବାକୁ ପଡିବ | ଏହାଦ୍ୱାରା ଦେବା ଵାଲା ଲୋକର ତ ଲାଭ ହେବ ନାହିଁ ବରଂ ଏହା ଅନୁଭବ ହେବ ଯେ ସେ ଆପଣଙ୍କୁ ଭୋଜନ କରାଇଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.