ଅଳ୍ପ ବୟସ ରେ କେଶ ହେଉଛି କି ଧଳା, ଆପଣାନ୍ତୁ ଏହି ଟିପ୍ସ ,ପାଇବେ ମୁକ୍ତି

୪୦ ବର୍ଷ ବୟସ ପରେ କେଶ ସାଧାରଣତଃ ଧଳା ଦେଖାଯାଏ ,କିନ୍ତୁ | ୨୦  କିମ୍ବା ୩୦ ବର୍ଷ ବୟସରେ କେଶ ଧଳା ଦେଖାଯିବା ଏକ ଦୁଃ ସ୍ୱପ୍ନ ପରି | ଆଜି  ଆମେ ଆପଣଙ୍କୁ କିଛି ଟିପ୍ସ ସମ୍ବନ୍ଧରେ ବତେଇବୁ ଯାହା ଦ୍ୱାରା ଧଳା କେଶରୁ ମୁକ୍ତି ପାଇ ପାରିବେ |

ଆମେ ସମୟକୁ ଅଟକାଇ ପରିବା ନାହିଁ, ବିଶେଷକରି ବୟସକୁ | ବୟସ ବଢିବାର ସବୁଠାରୁ ସ୍ପଷ୍ଟ ଲକ୍ଷଣ ଦୁଇଟି ହେଉଛି ,
ଚମ ଲୋଚାକୋଚା ହୋଇଯିବା ଏବଂ କେଶ ଧଳା ପଡିଯିବା | କିନ୍ତୁ ଆପଣ ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ  | କାରଣ ଆଜି ଆମେ
ଆପଣ ଙ୍କ ପାଇଁ କିଛି ଏମିତି ଟିପ୍ସ ନେଇକରି ଆସିଛୁ ଯାହାଦ୍ୱାରା ଆପଣଙ୍କର କେଶ ଧଳା ହେବାର ସମସ୍ୟାରୁ ମୁକ୍ତି ପାଇ ପାରିବେ | ଚାଲନ୍ତୁ
ଜାଣିବା କେମିତି ?

ସେମି -ପରମାନେଣ୍ଟ ବିଧିର ପ୍ରୟୋଗ  :  ଯେଉଁ କେଶ ଧଳା ହୋଇସାରିଛି ଡାଇ କିମ୍ବା ରଙ୍ଗ ବିନା ଆଉ ଥରେ କଳା ହୋଇ ପାରିବ ନାହିଁ |
ସେ କ୍ଷେତ୍ରରେ ଅଧିକାଂଶ ଲୋକ ଧଳା କେଶକୁ ଲୁଚାଇବା ପାଇଁ କେଶ-କଳା କିମ୍ବା ଡାଇର ବ୍ୟବହାର କରନ୍ତି ଯାହା କେଶକୁ କ୍ଷତି ପହଞ୍ଚାଇ ଥାଏ |

ଧଳା କେଶକୁ କଳା କରିବାର ଉପାୟ –

ପ୍ରାକୃତିକ କେଶ ରଙ୍ଗ : ଧଳା କେଶକୁ ଲୁଚାଇବା ପାଇଁ କେଶରେ ପ୍ରାକୃତିକ ରଙ୍ଗର ବ୍ୟବହାର କରିବା | ଏଥିପାଇଁ ଆପଣ ହେନା ମେହେନ୍ଦୀର ବ୍ୟବହାର କରି ପାରିବା |

ମେହେନ୍ଦୀ ଓ କଫି ପେଷ୍ଟ  :  ମେହେନ୍ଦୀ ହେଉଛି ଧଳା କେଶକୁ କଳା କରିବାର ଏକ ସୁରକ୍ଷିତ ଉପାୟ  | ଏହା ଏକ ପ୍ରାକୃତିକ କଣ୍ଡିସନର ଏବଂ କଲରେଣ୍ଟ ଅଟେ | କଫିରେ କେଫିନ ଥାଏ ଯେଉଁ ଥିରେ ଶକ୍ତିଶାଳୀ ଆଣ୍ଟି axidant ରହିଛି  | ଯାହା କେଶକୁ ଗହବା ଏବଂ ଚିକ୍କଣ କରିଥାଏ | ଏହାକୁ ଲଗାଇବା ପାଇଁ ପାଣିକୁ ଗରମ କରି ସେଥିରେ ଏକ ଚାମଚ କଫି ମିଳାଇବେ |

ଏହା ଥଣ୍ଡା ହେବା ପରେ ସେହିଁ ପାଣିରେ ମେହେନ୍ଦୀ ପାଉଡର ମିଳାଇ ଏକ ଘଣ୍ଟା ପାଇଁ ଛାଡ଼ିଦେବେ | ତାପରେ ଏହାକୁ ଲଗାଇବା ପୂର୍ବରୁ ଏଥିରେ ହେୟାର  ଅଏଲ ମିଶାଇ କେଶରେ ଲଗାଇବେ | ଏକ ଘଣ୍ଟା ପରେ ଧୋଇ ଦେବେ | କେଶ କଳା କରିବାର ଏହା ସବୁଠୁ ସୁନ୍ଦର ଉପାୟ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.