ଏମିତି ସ୍ତ୍ରୀ ବଦଳାଇ ଦିଅନ୍ତି ବ୍ୟକ୍ତିର ଭାଗ୍ୟ, ଜାଣନ୍ତୁ ଆଜିର ଚାଣକ୍ୟ ନୀତି

ଚାଣକ୍ୟ ତାଙ୍କ ନୀତିରେ ସ୍ତ୍ରୀଙ୍କ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି । ଜଣେ ବ୍ୟକ୍ତିର ଜୀବନରେ ସ୍ତ୍ରୀର ବହୁତ ବଡ଼ ଯୋଗଦାନ ରହିଥାଏ । ସେ ମା’ ରୂପରେ ହେଉ ବା ଭଉଣୀ କିମ୍ବା ସ୍ତ୍ରୀ ରୂପରେ । ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ସ୍ତ୍ରୀ ବ୍ୟକ୍ତିର ଭାଗ୍ୟ ବଦଳାଇ ଦେଇପାରେ । ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଅନୁସାରେ କେଉଁ ସ୍ତ୍ରୀ ବ୍ୟକ୍ତିର ଭାଗ୍ୟ ବଦଳାଇ ଦେଇଥାଏ ।

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଧାର୍ମିକ ସ୍ତ୍ରୀ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଧାର୍ମିକ ବିଚାର ଥିବା ସ୍ତ୍ରୀ ଯୋଗୁ ବ୍ୟକ୍ତିର ଭାଗ୍ୟ ଉଦୟ ହୋଇଥାଏ । ଯେଉଁ ଘରେ ସବୁଦିନ ପୂଜା ପାଠ ହୋଇଥାଏ ସେ ଘରେ ଭଗବାନଙ୍କ ବାସ ହୋଇଥାଏ । ଏମିତି ଘରେ କେବେ ବି ସମସ୍ୟା ଆସିନଥାଏ ।

ଯେଉଁ ସ୍ତ୍ରୀ ସନ୍ତୋଷ ରୁହନ୍ତି

ଚାଣକ୍ୟଙ୍କ ମତରେ ସର୍ବଦା ସନ୍ତୁଷ୍ଟ ରହୁଥିବା ସ୍ତ୍ରୀ ବ୍ୟକ୍ତିର ଭାଗ୍ୟ ଉଦୟ କରିଥାନ୍ତି । ଏମିତି ସ୍ତ୍ରୀ ସବୁ ପରିସ୍ଥିତିରେ ପତିକୁ ସହଯୋଗ କରିଥାନ୍ତି ।

ଧୈର୍ଯ୍ୟବାନ ସ୍ତ୍ରୀ

ଧୈର୍ଯ୍ୟ ରଖୁଥିବା ବ୍ୟକ୍ତି ଜୀବନରେ କେବେ ବି ଅସଫଳ ହୋଇ ନଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ଧୈର୍ଯ୍ୟବାନ ସ୍ତ୍ରୀ ବ୍ୟକ୍ତିର ଜୀବନ ବଦଳାଇ ଦେଇଥାନ୍ତି । ଜୀବନରେ ଧୈର୍ଯ୍ୟ ରହିବା ବହୁତ ଜରୁରୀ ।

ଯେଉଁ ସ୍ତ୍ରୀ କ୍ରୋଧ କରେନାହିଁ

କ୍ରୋଧ ବ୍ୟକ୍ତିକୁ ଅନ୍ଧ କରିଦେଇଥାଏ । କ୍ରୋଧ ସବୁଠୁ ବଡ଼ ଶତ୍ରୁ ଅଟେ । ଚାଣକ୍ୟଙ୍କ ଅନୁସାରେ ଯେଉଁ ସ୍ତ୍ରୀ କ୍ରୋଧ ନକରନ୍ତି ସେ ବ୍ୟକ୍ତିର ଭାଗ୍ୟ ବଦଳାଇ ଦେଇ ପାରନ୍ତି । ଯେଉଁ ଘରେ କ୍ରୋଧ କରିବା ବାଲା ନଥାନ୍ତି ସେଠାରେ ଭଗବାନ ବାସ କରିଥାନ୍ତି । ସେଠାରେ କିଛି ବି ସମସ୍ୟା ଆସିନଥାଏ ।

ମଧୂର କଥା କହୁଥିବା ସ୍ତ୍ରୀ

ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିକୁ ସର୍ବଦା ମଧୂର କଥା କହିବା ଦରକାର । ମଧୂର କଥା କହୁଥିବା ସ୍ତ୍ରୀ ବ୍ୟକ୍ତିର ଭାଗ୍ୟ ବଦଳାଇ ଦେଇଥାଏ । ଏମିତି ସ୍ତ୍ରୀ ଙ୍କ ଯୋଗୁ ଘର ମାହୋଲ ସର୍ବଦା ସୁଖମୟ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.