Below header

ଚାଣକ୍ୟ ନୀତି : ଶତ୍ରୁ ଶକ୍ତିଶାଳୀ ହେଲେ କ’ଣ କରିବା ଦରକାର ? ଜାଣନ୍ତୁ ଚାଣକ୍ୟଙ୍କ ଉତ୍ତର

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ପ୍ରାସଙ୍ଗିକତା ଆଜି ବି ସମାଜରେ ପ୍ରଚଳିତ । ମହାନ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟଙ୍କର ରାଜନୈତିକ, ସାମାଜିକ, ଆର୍ଥିକ ଓ ଦାର୍ଶନିକ ବିଷୟରେ ଗଭୀର ଜ୍ଞାନ ଥିଲା । ଚାଣକ୍ୟଙ୍କ ନୀତି ଆଧାରରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧର ସମ୍ରାଟ ହୋଇ ପାରିଥିଲେ । ଚାଣକ୍ୟ କୁହନ୍ତି ଶତ୍ରୁ ଯେମିତି ବି ହୁଅନ୍ତୁ, ତାଙ୍କର ଲକ୍ଷ୍ୟ କେବଳ ହାନୀ ପହଞ୍ଚାଇବା । ଯେମିତି ସର୍ପକୁ ଭରଷା କରାଯାଇନପାରେ । ସେପରି ଶତ୍ରୁକୁ ଭରଷା କରାଯାଇ ପାରେ ନାହିଁ । ଯେଉଁ ଲୋକ ଏହି କଥାକୁ ଭୂଲି ଯାଆନ୍ତି, ତାଙ୍କୁ କ୍ଷତିହେବାରୁ କେହି ବଞ୍ଚାଇ ପାରିବେ ନାହିଁ । ତେଣୁ ଶତ୍ରୁକୁ ସର୍ବଦା ଗମ୍ଭୀରତାର ସହ ନେବା ଉଚିତ୍‌ ।

ଶତ୍ରୁ କେବେ ଅସୁବିଧା କରି ନଥାନ୍ତି :

ଚାଣକ୍ୟ କୁହନ୍ତି ଯେତେବେଳେ ଆପଣଙ୍କ ସ୍ଥିତି ଶତ୍ରୁ ଠାରୁ ଅଧିକ ହୋଇଯାଏ । ସେତେବେଳେ ଶତ୍ରୁ ଆପଣଙ୍କୁ ହାନୀ ପହଞ୍ଚାଇବାକୁ ସାହସ କରେନାହିଁ । ଭଲ ହେବ ଆପଣ ନିଜକୁ ଶତ୍ରୁ ଠାରୁ ବଳିଷ୍ଠ କରନ୍ତୁ । କମ୍‌ଜୋର ସ୍ଥିତିରେ କେବେ ବି ଶତ୍ରୁକୁ ପରାଜିତ କରିପାରିବେ ନାହିଁ ।

ଲୁଚି ଯିବା ହିଁ ଭଲ :

ଚାଣକ୍ୟ କୁହନ୍ତି ଶତ୍ରୁ ଯେବେ ଅଧିକ ଶକ୍ତିଶାଳୀ ହୋଇଯାଏ ତେବେ ଲଢ଼ିବା ପରିବର୍ତ୍ତେ ଲୁଚି ଯିବା ହିଁ ଶ୍ରେୟସ୍କର । ଲୁଚି ରହି ନିଜକୁ ଶକ୍ତିଶାଳୀ କରିବା ଉଚିତ୍‌ ଓ ସମୟକୁ ଅପେକ୍ଷା କରିବା ଉଚିତ୍‌ । କମ୍‌ଜୋର ସ୍ଥିତିରେ ଶତ୍ରୁକୁ କେବେ ବି ପରାଜିତ କରିହେବ ନାହିଁ ।

ଥରେ ଯଦି ଶତ୍ରୁତା ହୋଇଗଲା ତ ସର୍ବଦା ସାବଧାନ ରୁହନ୍ତୁ :

ଚାଣକ୍ୟ ନୀତି କୁହେ ଥରେ ଯଦି କାହା ସହ ଶତ୍ରୁତା ହୋଇଗଲା,ତେବେ ସବୁଦିନ ପାଇଁ ତା’ଠାରୁ ସତର୍କ ରୁହନ୍ତୁ । ଶତ୍ରୁ ଯଦି କିଛି କାରଣରୁ ମିତ୍ର ବି ବନିଯାଏ ତେବେ ସାବଧାନ ଓ ସତର୍କତା କେବେ ଛାଡିବା ଉଚିତ୍‌ ନୁହେଁ ।

ଭୂଲ ଲୋକ ଠାରୁ ଦୂରେଇ ରୁହନ୍ତୁ :

ଚାଣକ୍ୟ କୁହନ୍ତି ଯେ ଶତ୍ରୁ ସର୍ବଦା ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇବାକୁ ପ୍ରୟାସ କରିଥାନ୍ତି । ଯେବେ ଆପଣ କମ୍‌ଜୋର ଦେଖାଯିବେ ସେତେବେଳେ ଶତ୍ରୁ ଏହାର ଫାଇଦା ଉଠାଇବେ । ତେଣୁ ଖରାପ ଆଦତ ଓ ଖରାପ ସଙ୍ଗ ଯେତେ ଶୀଘ୍ର ଛାଡ଼ିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.