Below header

ଚାଣକ୍ୟ ନୀତି : ଏହି ଲୋକଙ୍କ ଉପରେ କେବେ ବି ହୋଇନଥାଏ ମା’ ଲକ୍ଷ୍ମୀଙ୍କ କୃପା, ସର୍ବଦା ଗରୀବ ଭାବେ ବିତିଥାଏ ଜୀବନ

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ସମ୍ରାଟ କରିଥିବା ମହାନ କୁଟନୀତିଜ୍ଞ ଓ ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ଆଜି ବି ପ୍ରାସଙ୍ଗିକତା ରହିଛି । ଯାହାର ମୂଲ୍ୟ ଶହ ଶହ ବର୍ଷ ପୂର୍ବରୁ ରହିଥିଲା । ଚାଣକ୍ୟଙ୍କ ନୀତି ଜୀବନକୁ ଜିଇଁବାର ଠିକ ତରିକା ଶିଖାଇଥାଏ । ସବୁ ପରିସ୍ଥିତିକୁ ମୁକାବିଲା କରିବାର କଳା ମଧ୍ୟ ଶିଖାଇଥାଏ ଚାଣକ୍ୟଙ୍କ ନୀତି ।

ସଫଳ ଜୀବନ ଜିଇଁବାର କଳା ଶିଖାଇବା ସହ ଚାଣକ୍ୟଙ୍କ ନୀତି ଏପରି କିଛି କଥା ଶିଖାଇଥାଏ ଯାହା ଅସୁବିଧାର ତାତିରୁ ଛତା ଭଳି ବ୍ୟକ୍ତିକୁ ଛାଇ ଦେଇଥାଏ । ଆଜି ଚାଣକ୍ୟଙ୍କ ନୀତି ଜରିଆରେ ଜାଣିବା କେଉଁ ଲୋକ ଯାହାଙ୍କ ପାଖରୁ ସଫଳତା ଓ ଅର୍ଥ ସର୍ବଦା ଦୂରରେ ରହିଥାଏ ।

୧. ଡେରି ଯାଏ ଶୋଇ ରହିବା : ଯେଉଁ ଲୋକ ଡେରି ଯାଏ ଶୋଇ ରୁହନ୍ତି, ସେମାନଙ୍କୁ ସର୍ବଦା ଅର୍ଥର ଅସୁବିଧା ହୋଇଥାଏ । ମା’ ଲକ୍ଷ୍ମୀ ଡେରି ଯାଏ ଶୋଉଥିବା ବ୍ୟକ୍ତିଙ୍କୁ ପସନ୍ଦ କରିନଥାନ୍ତି । ଯେଉଁଥିପାଇଁ ସେମାନଙ୍କ ଉପର କୃପା କରିନଥାନ୍ତି ।

୨. କଟୁ କଥା କହୁଥିବା ବ୍ୟକ୍ତି : କଠୋର କଥା କହୁଥିବା ବ୍ୟକ୍ତିଙ୍କୁ କେବେ ବି ମା’ ଲକ୍ଷ୍ମୀ ପସନ୍ଦ କରି ନଥାନ୍ତି । କଟୁ କଥା କହୁଥିବା ଲୋକଙ୍କୁ ନା ବନ୍ଧୁ ପ୍ରିୟଜନ ଭଲ ପାଆନ୍ତି ନା ତାଙ୍କ ସାଥୀ ଦିଅନ୍ତି । ଏମାନଙ୍କ ଉପରେ ମା’ ଲକ୍ଷ୍ମୀ ଅଶାନ୍ତି ରହୁଥିବାରୁ ଏମାନଙ୍କୁ ଅର୍ଥ କଷ୍ଟ ରହିଥାଏ ।

୩. ସଫା ସୁତର ରହୁନଥିବା ଲୋକ : ଦୈନିକ ସ୍ନାନ କରିବା, ଦାନ୍ତ ସଫା କରିବା, ସଫା କପଡ଼ା ପିନ୍ଧିବା ବହୁତ ଜରୁରୀ ହୋଇଥାଏ । ଅପରିସ୍କାର ସ୍ଥାନ ଓ ଅପରିସ୍କାର ରହୁଥିବା ଲୋକଙ୍କୁ ଦେବୀ ଲକ୍ଷ୍ମୀ କେବେ ପସନ୍ଦ କରିନଥାନ୍ତି । ସେହି ସ୍ଥାନରେ ମା’ ଲକ୍ଷ୍ମୀ କେବେ ରୁହନ୍ତି ନାହିଁ ।

୪. ଅଧିକ ଭୋଜନ କରୁଥିବା ଲୋକ : ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବ୍ୟକ୍ତି ସର୍ବଦା ସେତିକି ଖାଇବା ଉଚିତ୍‌ ଯେତିକି ଭୋଜନ ତା’ର ଶରୀରକୁ ଦରକାର । ଅଧିକ ଖାଇବା ଦ୍ୱାରା ବହୁତ ପ୍ରକାର ରୋଗ ହୋଇଥାଏ । ବ୍ୟକ୍ତି ଧନ ଅର୍ଜ୍ଜନ କରିବା ପରିବର୍ତ୍ତେ ଅଧିକ ଚିକିତ୍ସାରେ ଅର୍ଥ ଓ ସମୟ ନଷ୍ଟ କରିଥାଏ ।

୫. ଧୋକ୍କା ଦେଉଥିବା ବ୍ୟକ୍ତି : ଧୋକ୍କା ଓ ବେଇମାନୀ ବ୍ୟକ୍ତିକୁ କିଛି ସମୟ ପାଇଁ ଫାଇଦା ହୋଇପାରେ । ହେଲେ ସତ୍ୟତା ଆଗକୁ ଆସିବା ମାତ୍ରେ ଉକ୍ତ ବ୍ୟକ୍ତି ଉପରେ କେହି ଭରଷା କରନ୍ତି ନାହିଁ । ଏମିତି ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର ମଧ୍ୟ କୃପା ରହିନଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.